ଭଦ୍ରକ: ମଠ, ମନ୍ଦିର ନ ଖୋଲିଲେ ଆନ୍ଦୋଳନ କରିବ ବିଶ୍ୱ ହିନ୍ଦୁ ପରିଷଦ

ଭଦ୍ରକ  ୨୦/୧୦: ରାଜ୍ୟରେ ମଠ, ମନ୍ଦିର ଓ ଅନ୍ୟ ଦେବାଳୟ ଖୋଲିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଶ୍ୱ ହିନ୍ଦୁ ପରିଷଦ । ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ  ଜ଼ିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ କରୋନା କଟକଣା ମଧ୍ୟରେ ସମସ୍ତ ଦେବାଳୟ ମଠ ମନ୍ଦିର ଖୋଲିବା ନେଇ ଦାବି କରାଯାଇଛି । ଆଗାମୀ ଦିନରେ ଦେବାଳୟ ମଠ ମନ୍ଦିର ନଖୋଲିଲେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ ସମସ୍ତ ପାର୍କ, ପର୍ଯ୍ୟଟନସ୍ଥଳୀ ଖୋଲିବା ଓ ସଭା ସମିତିକୁ ଅନୁମତି ମିଳୁଥିବା ବେଳେ ଧାର୍ମିକ ଅନୁଷ୍ଠାନ ଉପରେ କେତେକ କଟକଣା ଜାରି କରିଛନ୍ତି  ରାଜ୍ୟ ସରକାର । ଯାହାକୁ ନେଇ ଆଜି ବିଶ୍ୱହିନ୍ଦୁ ପରିଷଦ ନିନ୍ଦା କରିବା ସହିତ ଦାବିପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ଅନ୍ୟାନ୍ୟ ଅନୁଷ୍ଠାନ ପରି ଦେବାଳୟ ଗୁଡିକୁ କରୋନା କଟକଣା ଜାରି କରି ଖୋଲିବା ପାଇଁ ଦାବି କରିଛି ।

   ସମ୍ବନ୍ଧିତ ଖବର


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର