ଡେଟିଂ କରୁଥିବା ଜାଣି ଝିଅର ବୟଫ୍ରେଣ୍ଡକୁ ହତ୍ୟାକଲା ବାପା, ଏହାପରେ ଜନ୍ମିତ ଝିଅକୁ କଲା ବିବାହ

ଭର୍ଜିନିଆ, ୧୯।୧୧: ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିଜ ଝିଅର ବୟଫ୍ରେଣ୍ଡକୁ ହତ୍ୟା କରିବା ପରେ ନିଜ ଜନ୍ମିତ ଝିଅକୁ ବିବାହ କରିଛି। ଏଭଳି   ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଭର୍ଜିନିଆରେ। ଝିଅର ବୟଫ୍ରେଣ୍ଡକୁ ହତ୍ୟା କରିବାର ୩ ସପ୍ତାହ ପରେ ବ୍ୟକ୍ତି ଜଣକ ନିଜ ଝିଅକୁ ବିବାହ କରିଥିଲେ। ନିକଟରେ କୋର୍ଟରେ ଏହି ମାମଲା ନେଇ ଶୁଣାଣି ଚାଲିଥିବା ବେଳେ ଏହାର ଖୁଲାସା ହୋଇଥିଲା।

ମିଳିଥିବା ଖବର ଅନୁସାରେ, ଏହି ବ୍ୟକ୍ତିଜଣକର ନାଁ ହେଉଛି ପଲ୍ ମ୍ୟାକକୁଲର, ତା ନାଁରେ  ଫାଷ୍ଟ ଡିଗ୍ରୀ ମର୍ଡର ଅଭିଯୋଗ ରହିଛି। ଘଟଣା ପୂର୍ବରୁ ୩୮ ବର୍ଷୀୟ ଟମସ୍ ମ୍ୟାକକୁଲର ଅଭିଯୁକ୍ତ ପଲର   ୩୧ ବର୍ଷୀୟ ଝିଅ ଅମଣ୍ଡାକୁ ଡେଟ୍ କରୁଥିଲେ। ପୋଲିସର କହିବା ଅନୁସାରେ, ଯେଉଁ ଫ୍ଲାଟରେ ହତ୍ୟା ହୋଇଛି ସେଠାରେ ବାପ-ଝିଅ ଦୁହେଁ ଏକାଠି ରହିଥିଲେ ଓ ବିବାହ ମଧ୍ୟ କରିଥିଳେ। ପୋଲିସ ଅଭିଯୁକ୍ତ ପଲକୁ ପଚରାଉଚରା ପରେ ମ୍ୟାକକୁଲରଙ୍କ ମୃତଦେହ ପାଇଥିଲା। ଅଭିଯୁକ୍ତ ପଲ୍ ମଧ୍ୟ ସ୍ବିକାର କରିଥିଲା ସେ ତା’ର ଦୁଇ ଝିଅଙ୍କ ସହ ମିଶି ଏହି ହତ୍ୟା କରିଥିଲା।

ନିଜର ବୟଫ୍ରେଣ୍ଡକୁ ହତ୍ୟା କରିବା ମାମଲାରେ ଅମଣ୍ଡା ନିଜ ଭଉଣୀକୁ ମଧ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ତାଙ୍କର ଅଭିଯୋଗ ପରେ ପୋଲିସ ପଲ୍ ସହିତ ତା’ର ଦୁଇ ଝିଅଙ୍କୁ ଗିରଫ କରିଛି। ପୋଲିସର କହିବା ଅନୁସାରେ, ମ୍ୟାକକୁଲରଙ୍କ ମୁଣ୍ଡକୁ ମଦ ବୋତଲରେ ଆକ୍ରମଣ କରାଯାଇଥିଲା। ଏହାପରେ ତାଙ୍କୁ ମେଥର ଇଞ୍ଜେକସନ୍ ଦିଆଯାଇ ତାଙ୍କର ଗଳା ଚିପି ହତ୍ୟା କରାଯାଇଛି। ଏହି ଘଟଣା  ଚଳିତ ବର୍ଷ ଫେବୃଆରୀ ମାସରେ ଘଟିଛି।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…

ଦେଢ଼ କୋଟି ନେଇ ଗଲେ କିନ୍ତୁ ଫ୍ଲାଟ୍ ଦେଲେ ନାହିଁ, ଠକ ଦମ୍ପତିଙ୍କୁ ଗିରଫ କଲା ଇଓଡବ୍ଳ୍ୟୁ