ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ସମ୍ମାନ

ନୁଆଦିଲ୍ଲୀ ୨୪/୯: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରଷ୍କାରରେ ସମ୍ମାନିତ କରାଯିବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ।

ଏହି ଖବର ପରେ ଟ୍ୱିଟରରେ ଅମିତାଭଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ବଲିଉଡ ସେଲିବ୍ରିଟିମାନେ  ଅମିତାଭଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ।

ଅମିଲ୍ କପୁର ନିଜେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ  ଏହି ଲିଜେଣ୍ଡଙ୍କ ବିନା ଭାରତୀୟ ସିନେମାର ଉଲ୍ଲେଖ ହୋଇପାରିବନି । ସେ ସବୁ ପ୍ରକାର ଚରିତ୍ରକୁ ସିନେମାରେ ରିଡିଫାଇନ୍ କରିଛନ୍ତି ଏବଂ ତାଙ୍କ ଯୋଗଦାନ ପାଇଁ ସେ ପ୍ରଶଂସାର ହକଦାର ।

କରଣ ଜୋହର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନାଗାର୍ଜୁନ୍ ମଧ୍ୟ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କହିରଖୁଛୁ ଖୁବ ଶୀଘ୍ର ଅମିତାଭଙ୍କୁ ସାଉଥ୍ ଇଣ୍ଡିଆନ୍ ଫିଲ୍ମ ‘Sye Raa Narasimha Reddy’ରେ ଦେଖିବାକୁ ମିଳିବ । ଫିଲ୍ମଟି ୨ ଅକ୍ଟୋବରରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ଷ୍ଟୁଡିଓ ବାହାରେ ବିନା ଫେସ୍‌ ମାସ୍କରେ ନଜର ଆସିଲେ ରଣବୀର ସିଂହ, ଫଟୋ ଭାଇରାଲ

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ

‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ‘ଲିପିକା’

ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌