ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଦିଲ୍ଲୀରେ ୫୦୦ ତଳକୁ ଖସିଲା ଦୈନିକ ସଂକ୍ରମଣ ସଂଖ୍ୟା: ସକ୍ରିୟ ହାର ୦.୬୧ ପ୍ରତିଶତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଦୈନିକ କରୋନା ପଜିଟିଭ୍ ସଂଖ୍ୟା ୫୦୦ରୁ କମ୍‌ ରହିଛି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ,ଗୁରୁବାର ୪୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଗତ ଅଢ଼େଇ ମାସ ମଧ୍ୟରେ ସବୁଠୁ କମ୍‌ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜାଧାନୀରେ ସଂକ୍ରମଣ ହାର କମି ୦.୬୧ ପ୍ରତିଶତରେ ରହିଛି। ଏପ୍ରିଲ ୧୬ ତାରିଖରେ ମଧ୍ୟ ଦିଲ୍ଲୀରେ କରୋନା ସବୁଠାରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେତେବେଳେ ମଧ୍ୟ ଦିଲ୍ଲୀରେ ସକ୍ରିୟ ହାର ୦.୬୧ ପ୍ରତିଶତ ରହିଥିଲା। ତେବେ  ନୂଆ ଆକ୍ରାନ୍ତଙ୍କ ମିଶାଇଲେ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୭,୯୨୬  ହୋଇଛି।

ଅନ୍ୟପଟେ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା କମିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ୧୦୫୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଦିଲ୍ଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଗତ ଏପ୍ରିଲ ୧୦ ତାରିଖରେ ମଧ୍ୟ ଦିଲ୍ଲୀରେ ସବୁଠାରୁ କମ୍ ଦୈନିକ ମୃତ୍ୟୁ (୩୯) ହୋଇଥିଲା। ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୪,୪୪୭ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ଦିଲ୍ଲୀରେ ୮,୭୪୮ ଜଣ କରୋନା ରୋଗୀଙ୍କର ଚିକିତ୍ସିତ ହେଉଛନ୍ତି।

ଗତକାଲି ଦିଲ୍ଲୀରେ ୫୭୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ହାର ୦.୭୮ ପ୍ରତିଶତ ରହିଥିଲା। ସେହିପରି ୧୦୩ ଜଣଙ୍କର ପ୍ରାଣ ଯାଇଥିଲା। ସେହିପରି ମଙ୍ଗଳବାର ଦିଲ୍ଲୀରେ ୬୨୩  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋମବାର ୬୪୮ ପଜିଟିଭ୍‌ ଚିହ୍ନଟ ଓ ୮୬ ଜଣଙ୍କ ମୃତ୍ୟୁ, ରବିବାର ୯୪୬ ଆକ୍ରାନ୍ତ, ୭୮ଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.