ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ

କଟକ- ଡକାୟତି ଯୋଜନା କରୁଥିବା ବେଳେ ତିନ ଡକାୟତଙ୍କୁ ମାଡିବସିଲା ପୋଲିସ । ବିଲୁଆ, ହରିଆ, ବାଦଲ ଗିରଫ ହୋଇଥିବା ବେଳେ ତାଙ୍କର ଆଉ ତିନିଜଣ ସାଥୀ ଦୁଇଟି ମଟର ସାଇକେଲ୍‌ରେ ସେଠାରୁ ଚମ୍ପଟ ମାରିଛନ୍ତି । ଚାଉଳିଆଗଞ୍ଜ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ନୟାବଜାରରେ ଥିବା ଏକ ପରିତକ୍ତ ଘରୁ ଏମାନଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତ ଡକାୟତମାନଙ୍କ ଠାରୁ ଗୋଟି ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଛୁରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ବିଲୁଆ ଓରଫ ଦିଲ୍ଲୀପ ଭୋଇ, ହରିଆ ଓରଫ ଲିପୁ ଓରଫ ଗରିହର ବେହେରା , ବାଦଲ ସାହୁକୁ ଗିରଫ କରାଯିବ ପରେ କୋର୍ଟ ଚାଲାଣ କରାଯାଇଛି । ଜାତୀୟ ରାଜପଥରେ ଲୋକମାନଙ୍କୁ ଭୟଭୀତ କରି ଏମାନେ ଲୁଟ୍‌ କରୁଥିଲେ । ଟଙ୍କା ସହ ସୁନାଗହଣା ଲୁଟୁଥିଲେ ।