ଶ୍ରୀନଗରରେ ତାପମାତ୍ରା – ୭.୮, ବରଫରେ ଜମିଯାଇଛି ଡାଲ୍ ହ୍ରଦ

ନୂଆଦିଳ୍ଳୀ,୧୩।୧: ପ୍ରବଳ ଥଣ୍ଡାରେ ଥରୁଛି  ଉତ୍ତର ଭାରତ। ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ମାଇନସ୍ ଡିଗ୍ରୀ ରହୁଛି। ଏଇ ଯେପରି କଶ୍ମୀର ଘାଟିରେ ଶୀତ ଲହରୀ କାରଣରୁ ତାପମାତ୍ରା -୭.୦୮କୁ ଖସି ଯାଇଛି, ଯାହାଫଳରେ ଡାଲ୍ ଡଲ୍ ହ୍ରଦରେ ସମ୍ପୂର୍ଣ୍ଣ ଭାବରେ ବରଫ  ବସିଯାଇଛି। ଏବେ ହ୍ରଦରେ ଜମିଥିବା  ବରଫ ଖଣ୍ଡକୁ ଭାଙ୍ଗିବାକୁ ପଡୁଛି।

କଶ୍ମୀରରେ ବରଫପାତ କାରଣରୁ ଡଲ୍ ହ୍ରଦର ଉପରଭାଗରେ ବରଫ ଜମିବାରେ ଲାଗିଥିଲା। ତାପମାତ୍ର ମାଇନସ୍ ୭.୮ ଡିଗ୍ରୀ ପର୍ଯ୍ୟନ୍ତ ଯିବା କାରଣରୁ ଉପର ଭାଗରେ ଜମିବାରେ ଲାଗିଥିଲା। ଏହାଦ୍ବାରା କଶ୍ମୀର ଘାଟିରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।  ଲଦାଖରେ ସିନ୍ଧୁ ନଦୀର ପାଣିରେ ବହୁ ସ୍ଥାନରେ ବରଫ ଖଣ୍ଡ ବୋହୁଥିବାର ଦେଖିବାକୁ ମିଳିଛି।

ପାଣିପାଗ ବିଭାଗର କହିବା ଅନୁସାରେ, ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ୬.୦ ଡିଗ୍ରୀ ସେଲସିୟୗସ୍ରହିବାର ପୂର୍ବରୁ ଅନୁମାନ କରାଯାଇଥିଲା। ଏହା ସହିତ କୁହୁଡି ବଢିବାର ମଧ୍ୟ ଆଶଙ୍କା କରାଯାଉଛି। ଏବେ କଶ୍ମୀରରେ ‘ଚିଲାଇ-କଳା’ ୨୧ ଡିସେମ୍ବରରୁ ଆରମ୍ଭ ହୋଇଥିଲା।। ଏହା ୩୧ ଜାନୁଆରୀରେ ​ଶେଷ ହୋଇଯିବ। ଏହାପରେ ୨୦ ଦିନ ପର୍ଯ୍ୟନ୍ତ ‘ଚିଲ୍ଲଇ ଖୁର୍ଦ’ ଓ ପରେ ୧୦ ଦିନ ପର୍ଯ୍ୟନ ‘ଚିଲ୍ଲଇ ବଚ୍ଚା’ ଚାଲିବ।