PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପାକିସ୍ତାନରେ ଦରବୃଦ୍ଧି ଭାଙ୍ଗିଲା ସବୁ ରେକର୍ଡ ! ଡାଲି ଦାମ୍ ଆକାଶଛୁଆଁ

କରାଚି ୨୫/୧୨: ପାକିସ୍ତାନରେ ଦରବୃଦ୍ଧି ସାଧାରଣ ଲୋକର ପକେଟ୍ ଫାଙ୍କା କରିସାରିଲାଣି । ପରିବା ପରେ ଏବେ ଡାଲିର ଦାମ ଆକାଶଛୁଆଁ ହେବାରେ ଲାଗିଛି । ପାକିସ୍ତାନୀ ଖବରକାଗଜ ଡନ୍ ଅନୁସାରେ ମୁଗ ସମେତ ଅନେକ ଡାଲିର ଦାମ୍ ଏପର୍ଯ୍ଯନ୍ତ ସବୁଠାରୁ ଉଚ୍ଚସ୍ତରରେ ପହଞ୍ଚି ଯାଇଛି । ରିଟେଲ୍ ମାର୍କେଟରେ ମୁଗ ୨୨୦-୨୬୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବିକ୍ରି ହେଉଛି । ଏହା ବ୍ୟତତୀ ଚିନିର ଦାମ୍ ବଢି ୭୫ ଟଙ୍କା ଟପିଛି । ଆପଣଙ୍କୁ କହିରଖୁଛୁ ପାକିସ୍ତାନର ପିବିଏସ୍ ଅର୍ଥାତ୍ ବ୍ଯୁରୋ ଅଫ୍ ଷ୍ଟାଟିକ୍ସ  ଅନୁସାରେ ଦରବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । କଞ୍ଜ୍ୟୁମର ଦରବୃଦ୍ଧି ୧୨.୭ ପ୍ରତିଶତ ହୋଇଯାଇଛି । ଏହା ୯ ବର୍ଷରେ ସବୁଠାରୁ ଅଧିକ ।

ପାକିସ୍ତାନର ବଡ ହୋଲସେଲ୍ ମାର୍କେଟ୍ ଇଣ୍ଡିଆ ବଜାରର ବ୍ୟବସାୟୀ ଡନ୍ ନ୍ୟୁଜକୁ ଦେଇଥିବା ସୂଚନା ଅନୁସାରେ ଏକ ମାସ ପୂର୍ବରୁ ଡାଲି ଦର ୧୭୦-୧୮୫ ଟଙ୍କା ପ୍ରତି କିଲୋଗ୍ରାମ ଥିଲା, ଯାହାକି ଏବେ ବୃଦ୍ଧି ପାଇ ୨୧୦-୨୨୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି । ବ୍ୟବସାୟୀଙ୍କ କହିବାନୁସାରେ ପଞ୍ଜାବ ପ୍ରାନ୍ତରେ ୪୦ କିଲୋଗ୍ରାମ ଡାଳିର ମୂଲ୍ୟ ୬୮୦୦ ଟଙ୍କାରୁ ବଢି ଏପର୍ଯ୍ଯନ୍ତ ସବୁଠାରୁ ଉଚ୍ଚତମ ସ୍ତର ୭୫୦୦ ଟଙ୍କାରେ ପହଞ୍ଚି ସାରିଲାଣି । ଡାଲିର ଦାମ୍ ବଢିବାର କାରଣ ମହଜୁଦକାରୀ ବୋଲି କୁହାଯାଉଛି ।

କରାଚି ହୋଲସେଲ୍ ଗ୍ରୋସର୍ସ ଆସୋସିଏସନର ହେଡ୍ ଅନିସ୍ ମଜିଦଙ୍କ କହିବାନୁସାରେ ମୁଗ ସମେତ ଅନେକ ଡାଲିକୁ ଥାଇଲାଣ୍ଡ ଓ ମିଆମାଁରରୁ ମଗାଯାଉଛି । କିନ୍ତୁ ଦାମ୍ ଏବେ ଅନ୍ତର୍ଜାତୀୟ ସ୍ତରରେ ବଢିବାକୁ ଲାଗିଛି । ଏଥିପାଇଁ ଘରୋଇ ବଜାରରେ ମଧ୍ୟ ଦାମ୍ ବଢୁଛି । ପାକିସ୍ତାନରେ ଟମାଟୋ ସମେତ ଅନେକ ପରିବା ଦାମ୍ ମଧ୍ୟ ବଢିବାରେ ଲାଗିଛି । ଏକ କିଲୋଗ୍ରାମ ଟମାଟୋର ମୂଲ୍ୟ ୪୨୫ ଟଙ୍କା ହୋଇଯାଇଛି । ପାକିସ୍ତାନରେ ଆଗାମୀ ୧୨ ମାସରେ ଦରବୃଦ୍ଧି ୧୫ ପ୍ରତିଶତ ରହିବା  ଅନୁମାନ କରାଯାଉଛି । ଆର୍ଥିକ ବର୍ଷ ୨୦୧୯ ପାଇଁ ଏହି ଅନୁମାନ ୭.୩ ପ୍ରତିଶତ, ଯଦିଓ ୨୦୧୮ରେ ଦରବୃଦ୍ଧି ୩.୯ ପ୍ରତିଶତ ଥିଲା ।

ସମ୍ବନ୍ଧିତ ଖବର