ଚାଉଳ ଧରି ଘରକୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ, ୩ଗୁରୁତର

ଭଦ୍ରକ ୯/୫: ଚାଉଳ ଧରି ଘରକୁ ଫେରିବା ବେଳେ ଓଲଟିଲା ଡାଲା ଅଟୋ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଆଣିବା ପାଇଁ ଯାଇଥିଲେ । କିନ୍ତୁ ଚାଉଳ ଆଣି ଫେରୁଥିବା ବେଳେ ଡାଲା ଅଟୋଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଥିଲା । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା ।

ସୂଚନା ମୁତାବିକ, ଆଜି ଧାମନଗର ଥାନା ଅନ୍ତର୍ଗତ ସଇଲୋ ଗାଁର କେତେକ ଲୋକ ପଧାନୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ଚାଉଳ ଆଣିବା ପାଇଁ ଯାଇଥିଲେ । ସେଠାରୁ ଚାଉଳ ଆଣିବା ପରେ ଏକ ଡାଲା ଅଟୋରେ ଘରକୁ ଫେରୁଥିଲେ । କିନ୍ତୁ ଅର୍ଜୁନପୁର ପୋଲ ନିକଟରେ ଡାଲା ଅଟୋଟି ଚଢୁଥିବା ବେଳେ ପୋଲର ଆପ୍ରଚ ରୋଡ଼ରେ ଭାରସାମ୍ୟ ହରାଇ ହଠାତ ତଳକୁ ଖସିପଡିଥିଲା । ତେବେ ଅଟୋଟି ତଳକୁ ପଡିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚାଲିଆସିଥିଲେ । ସ୍ଥାନୀୟଲୋକଙ୍କ ସହଯୋଗରେ  ସେମାନଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ହାଡ଼ିଆଣୀ ବେୱାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ପ୍ରଶାସନର କଟକଣା : ପୁରୋହିତ, କର୍ମକର୍ତ୍ତାଙ୍କ ସମେତ ୭ଜଣରୁ ଉର୍ଦ୍ଧ୍ବ ଲୋକ ରହିପାରିବେନି, କୋଭିଡ଼ ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା