PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ – ଯଶବନ୍ତ ଜେଠୱା ହେଲେ ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ , ଅରୁଣ ବୋଥ୍ରା ପରିବହନ କମିଶନର
  • ||
  • ସରିଲା ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ , ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ , ଉପସ୍ଥିତ ଥିଲେ ଜମ୍ମୁ-କଶ୍ମୀରର ୧୪ ନେତା
  • ||
  • ଭୁବନେଶ୍ବର: ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
  • ||
  • କଟକ: ନକଲି ମେଡ଼ିସିନ ଜବତ ଘଟଣା, କଟକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଜେନା
  • ||
  • ପୁରୀ: ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଟିଭି ପରଦା ଦର୍ଶନ କରୁଛନ୍ତି ଭକ୍ତ
  • ||
  • ଖୋର୍ଦ୍ଧା: ଟାଙ୍ଗୀ ଟୋଲ ଗେଟ୍ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ, ଚାଲାଣ କାରୀ ଗିରଫ
  • ||
  • ମାଲକାନଗିରି: ଜୟପୁର ୩୨୬ ନମ୍ୱର ଜାତୀୟ ରାଜପଥ ପାଙ୍ଗାମ ପୋଲ ତଳକୁ ଖସିପିଡ଼ିଲା କାର,୫ ଆହତ,୨ ଗୁରୁତର
  • ||
  • କଟକ: ଶୁକ୍ରବାର ସନ୍ଧ୍ୟା ୬ଟା ପରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ, ୨ଟି ୱେବସାଇଟରେ ଉପଲବ୍ଧ ହେବ ଫଳ
  • ||
  • ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୬୫୦ କରୋନା ପଜିଟିଭ୍
  • ||
  • ପୁରୀ : ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ, ନୀତି ସମ୍ପାଦନ କରିବେ ମୁଦିରସ୍ତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ଟିଭି ପରଦାରେ ଅପୂର୍ବ ଗଜାନନ ବେଶ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ନିୟମିତ ବର୍ଷିପାରେ
  • ||

ଡ୍ୟାମ୍‌ ଭୁଶୁଡ଼ିବାରୁ ୪୦ ମୃତ, ୩୦୦ ନିଖୋଜ

source:www.jagran.com

ବ୍ରୁମାଣ୍ଡିନୋ,୨୭ ।୧(ଏଜେନ୍ସି): ବ୍ରାଜିଲର ବ୍ରୁମାଣ୍ଡିନୋ ସହର ନିକଟରେ ଥିବା ଏକ ଲୁହାପଥର ଖଣି ପରିସରରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଖଣିରୁ ବାହାରୁଥିବା ବର୍ଜ୍ୟକୁ ଏକ ଡ୍ୟାମ୍‌ ଭିତରେ ପକାଯାଇଥାଏ । ଶୁକ୍ରବାର ଅପରାହ୍ଣରେ ଖଣିର ଶ୍ରମିକମାନେ ମଧ୍ୟାହ୍ଣ ଭୋଜନ କରୁଥିବା ସମୟରେ ଡ୍ୟାମ୍‌ଟି ଭୁଶୁଡି ପଡିଥିଲା । ଏହାଫଳରେ ବ୍ୟାପକମାତ୍ରାରେ ପାଣି, କାଦୁଅ ଏବଂ ଅନ୍ୟାନ୍ୟ ପଦାର୍ଥ ଚାରିଆଡେ ବ୍ୟାପି ଯାଇଥିଲା । ଏହାଯୋଗୁ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ଆହୁରି ୩୦୦ ଜଣ ନିଖୋଜ ହୋଇଯାଇଛନ୍ତି । ପ୍ରାୟ ୩୬୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ଶ୍ରମିକମାନଙ୍କ ଭୋଜନ କରିବା ପାଇଁ ନିର୍ମିତ ସ୍ଥାନ, ଶ୍ରମିକମାନଙ୍କୁ ନେଇକରି ଯାଉଥିବା ଏକ ବସ୍‌ ଏବଂ ଖଣି ନିକଟରେ ଶ୍ରମିକମାନଙ୍କ ରହିବା ପାଇଁ ନିର୍ମିତ ବାସଗୃହ ଆଦି ଉପରେ ଡ୍ୟାମ୍‌ରୁ ବାହାରିଥିବା କାଦୁଅ, ପାଣି ଆଦି ମାଡିଯାଇଥିଲା । ଏତେ ମାତ୍ରାରେ କାଦୁଅ ବ୍ୟାପିଥିଲା ଯେ ତା’ ଯୋଗୁ ଘର ସବୁ ଧୋଇ ହୋଇଯାଇଥିଲା । ତା’ଛଡା ଏହି ଦୁର୍ଘଟଣା ଏତେ ଅକସ୍ମାତ୍‌ ହେଲା ଯେ ଖଣିର ସାଇରନ ବଜାଇବାକୁ ସମୟ ମିଳିନଥିଲା । ଖଣିର ସାଇରନ ବାଜିଲେ କିଛି ବିପଦ ଅଛି ବୋଲି ସମସ୍ତେ ସତର୍କ ହୋଇଯାଇଥାନ୍ତେ । ମାତ୍ର ଦୁର୍ଘଟଣା ସମୟରେ ସାଇରନ ନବାଜିବାରୁ କେହି ଏ ସମ୍ପର୍କରେ କିଛି ସୂଚନା ପାଇପାରିନଥିଲେ । ତେଣୁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଛି ବୋଲି କୁହାଯାଉଛି । ଖଣି କଂପାନିର ୨୫୨ ଜଣ ଶ୍ରମିକ ଏବଂ ଠିକାଦାର ନିଖୋଜ ଥିବାର କଂପାନି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ଉକ୍ତ ଖଣିକୁ ବ୍ରାଜିଲର କଂପାନି ଭାଲେ ପରିଚାଳନା କରୁଥିଲା । ଏହି ବିପର୍ଯ୍ୟୟ ପରେ ବ୍ରାଜିଲ ସରକାର ଉକ୍ତ କଂପାନିର ବ୍ୟାଙ୍କ ଆକାଉଣ୍ଟରେ ଥିବା ୧.୬ ଶହ କୋଟି ଡଲାର ଅର୍ଥକୁ ଜବତ କରିଛନ୍ତି । ଏହି ଅର୍ଥକୁ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ବିନିଯୋଗ କରାଯିବ ବୋଲି କୁହାଯାଇଛି । ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲସନାରୋ ଶନିବାର ହେଲିକପ୍ଟର ଯୋଗେ ବିପର୍ଯ୍ୟୟ ସ୍ଥଳ ନିରୀକ୍ଷଣ କରିଛନ୍ତି । ଏହାପରେ ସେ କହିଛନ୍ତି କି ଏହି ବିପର୍ଯ୍ୟୟକୁ ଆଖିରେ ଦେଖିବା ପରେ କେହି ଲୁହ ନଗଡାଇ ରହିପାରିବ ନାହିଁ ।
ଅନ୍ୟପଟରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟାପକ ସମସ୍ୟା ଦେଖାଦେଉଛି । ଏତେ ପରିମାଣର କାଦୁଅ ଭିତରେ କିଏ କୋଉଠି ରହିଯାଇଛି, ତାର ପତ୍ତା ଲଗାଇବା ମୁସ୍କିଲ ହେଉଛି । ସମୟ ଗଡ଼ିଚାଲିଥିବାରୁ ନିଖୋଜ ବ୍ୟକ୍ତିଙ୍କ ବଞ୍ଚିବାର ସମ୍ଭାବନା କ୍ଷୀଣ ବୋଲି ଅନୁମାନ କରାଯାଉଛି । ଏହାଯୋଗୁ ସେମାନଙ୍କ ପରିବାର ସଦସ୍ୟ ବ୍ୟାକୁଳ ହୋଇପଡିଛନ୍ତି । ତେବେ ଏହି ଦୁର୍ଘଟଣା କ’ଣ ପାଇଁ ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।
୨୦୧୫ ନଭେମ୍ବର ୫ରେ ସମାନ କଂପାନି ଭାଲେ ଏବଂ ଆଉ ଏକ କଂପାନି ବିଏଚ୍‌ପି ବିଲିଟନ ଦ୍ୱାରା ମାରିଆନାର ସାମାରକୋରେ ପରିଚାଳିତ ଏକ ଖଣିର ଡ୍ୟାମ୍‌ ଭୁଶୁଡି ପଡ଼ିବାରୁ ୧୯ ଜଣ ପ୍ରାଣ ହରାଇଥିଲେ ଏବଂ ଶତାଧିକ ଲୋକ ଗୃହଶୂନ୍ୟ ହୋଇପଡିଥିଲେ ।

ସମ୍ବନ୍ଧିତ ଖବର