ରାଜନୈତିକ ଉଦ୍ଦେଶ୍ଯ ରଖି ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି: ଦାମ

ଆନନ୍ଦପୁର ୨୭/୩:  ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦ୍ବିତୀୟ ଦିନରେ ଧକୋଠା ବଜାର ବନ୍ଦ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବନ୍ଦ ରହିଛି ଧକୋଠା ବଜାର । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଦାମ ରାଉତ ।

ରାମଚନ୍ଦ୍ରଙ୍କ ହତ୍ୟାମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଆଜି ଧକୋଠା ବଜାର ବନ୍ଦ ରହିଛି । ଅନ୍ୟପଟେ ଏନେଇ ମୁହଁ ଖୋଲିଛନ୍ତି ଦାମ ରାଉତ । ଦାମ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା କରାଯାଇଛି । ଏଥିରେ ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ରହିଛି  । ପୋଲିସ ଯେଭଳି ତଦନ୍ତ କରିବା କଥା ସେଭଳି ତତ୍ପରତା ଦେଖାଉ ନାହିଁ ବୋଲି ସେ କହିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦାମ ରାଉତ ।

ସୋମବାର ରାତି ପ୍ରାୟ ୧୦ଟାରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଆନନ୍ଦପୁର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ଭାବେ ହତ୍ଯା କରାଯାଇଥିଲା । ଏପରିକି ରାମଚନ୍ଦ୍ରଙ୍କ କଟା ହାତକୁ ନେଇ ଗାଁ ସାରା ଦୁର୍ବୃତ୍ତମାନେ ବୁଲାଇଥିଲେ ବୋଲି ମଧ୍ଯ ଶୁଣିବାକୁ ମିଳିଥିଲା । ଘସିପୁରା ପୁଲିସ ହତ୍ୟା ମାମଲା ରୁଜୁ କରି ଧକୋଠା ଗ୍ରାମ ବଡ଼ଏକତାଳି ଅଞ୍ଚଳର ନିର ଓରଫ ଅଜିତ ପୃଷ୍ଟି, ଚିଲ ଓରଫ ସଞ୍ଜିବ ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ବୋଇତାଇଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ

ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି

ଓଡ଼ିଶାରେ ତଳକୁ ଖସିଲା କରୋନା ଗ୍ରାଫ୍: ୨୪ଘଣ୍ଟା ଆଉ ୫୯୪ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ଟପିଲା

ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ