ଏଥର ବାର୍‌ରେ ରଙ୍ଗୀନ ନାଚ: ମିଳିଲା ଗ୍ରୀନ ସିଗନାଲ

ଭୁବନେଶ୍ୱର ୨୪/୯: କିଛି ଦିନ ହେବ ନିରବ ଥିବା ରାଜଧାନୀ ବାର୍‌ରେ ପୁଣି ଆରମ୍ଭ ହେବ ନାଚଗୀତର ଆସର । ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ ସହିତ ଯୁବତୀଙ୍କ ନୃତ୍ୟ ଦେଖିବାକୁ ମିଳିବ । କାରଣ ଅବକାରୀ କମିଶନର ପ୍ରଥମ ପର୍ଯ୍ୟାୟରେ ୭ ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛନ୍ତି । ସେ ବାର୍‌ ଗୁଡ଼ିକ ହେଲା, ରେନ୍‌ ଦି କ୍ଲବ୍‌ ରେସ୍ତୋରାଁ, ଏକାମ୍ର ହୋଟେଲ, ଦୀପାଳି ବାର୍‌, ଗ୍ରୀନ୍‌ ଫିଲ୍ଡ୍‌, ଲିଭିଂ ଇଟ୍‌ ଅପ୍‌ ଓ ସାମଗର ହୋଟେଲ୍‌ । ପର୍ଯ୍ୟାୟକ୍ରମେ ଅନ୍ୟ ବାର୍‌ଗୁଡ଼ିକ ଅନୁମତି ପାଇବେ ବୋଲି ଜଣାପଡ଼ିଛି ।
 

ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ କମିଶନରରେଟ୍‌ ପୁଲିସ୍‌ ଚଢ଼ଉ କରି ବାର୍‌ ଗୁଡ଼ିକରେ ତାଲା ଝୁଲାଇ ଦେଇଥିଲା । ଏହାପରେ ୧୨ଟି ବାର୍‌ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହା ଉପରେ ବିଚାର କରି ଉକ୍ତ ବାର୍‌ କେମିତି ଖୋଲା ଯାଇପାରିବ ତାହାର ବ୍ୟବସ୍ଥା କରିବାକୁ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶମତେ କମିଶନର ଅବକାରୀ ଆଇନ୍‌ ୪୪(୫) ଗାଇଡ୍‌ ଲାଇନ୍‌ ଅନୁସାରେ ଡ୍ୟାନ୍ସ ବାର୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
 

ଅବକାରୀ ଆଇନ୍‌ ୪୪ (୫) ଗାଇଡ୍‌ ଲାଇନ୍‌ ଅନୁସାରେ, ବାର୍‌ ମାଲିକ ମାନେ ସିସିଟିଭି ଲଗାଇବା ବାଧ୍ୟତାମୂଳକ । ବାର୍‌ରେ ଡ୍ୟାନ୍ସ କରୁଥିବା ଯୁବତୀଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କ ପରିଚୟପତ୍ର ନିକଟସ୍ଥ ଥାନାରେ ଦେବେ । ଡ୍ୟାନ୍ସ ଗାର୍ଲମାନେ ଉତ୍ତେଜିତମୂଳକ ବସ୍ତ୍ର ପରିଧାନ କରି ପାରିବେନାହିଁ । ବାର୍‌ ଗାର୍ଲମାନେ ଡ୍ୟାନ୍ସ କରିବା ସ୍ଥାନର ଆୟତନ ୧୦ ରେ ୧୨ ଫୁଟ୍‌ ଅର୍ଥାତ ୧୨୦ ବର୍ଗଫୁଟ୍‌ ହୋଇଥିବ । ଉକ୍ତ ସ୍ଥାନର ଚାରିପଟେ ୩ ଫୁଟ ଉଚ୍ଚତାର ରେଲିଂ ରହିବ ।

ବାର୍‌ ଗାର୍ଲମାନେ ଡ୍ୟାନ୍ସ କରୁଥିବା ସମୟରେ କୌଣସି ଗ୍ରାହକ ପାଖକୁ ଯାଇ ଟଙ୍କା ଫିଙ୍ଗି ପାରିବେ ନାହିଁ । ଯଦି କୌଣସି ଗ୍ରାହକ ବାର୍‌ ଗାର୍ଲଙ୍କୁ ଟଙ୍କା ଦେବାକୁ ଚାହିଁବେ ତେବେ ସେମାନେ ମ୍ୟାନେଜରକୁ ଯୋଗାଯୋଗ କରିବେ । ବାର୍‌ ଭିତରେ ଧୂମପାନ ନିଷିଦ୍ଧ ହେବ । ବାର୍‌ ଗାର୍ଲମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ କରାଯିବ । ବାର୍‌ ମାଲିକମାନେ ଅଗ୍ନିଶମ ବିଭାଗ ଠାର ଫାୟାର ସାର୍ଟିଫିକେଟ୍‌ ନିହାତି ସଂଗ୍ରହ କରିବେ । ସୁରକ୍ଷା ପାଇଁ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ବାଧ୍ୟତାମୂଳକ । ଯଦି ଏହି ସବୁ ନିୟମ ବାର୍‌ ମାଲିକ ନ ମାନିବେ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଉକ୍ତ ବାର୍‌କୁ ବନ୍ଦ କରି ଦିଆଯିବ ବୋଲି ଅବକାରୀ କମିଶନର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ଏହି ନିୟମ ନୂଆ ନୁହେଁ, ପୂର୍ବରୁ ରହିଛି । ହେଲେ ବାର ମାଲିକମାନେ ଏହାର ଧଜିଆ ଉଡ଼ାଉ ଥିଲେ । ଏବେ ଯେ ଏହି ନିୟମକୁ ମାନିବେ, ତାର କିଛି ଗ୍ୟାରେଣ୍ଟି ନାହିଁ । ଯଦି ଏମାନେ ନିୟମ ଗିଳି ଅଶ୍ଳୀଳ ନୃତ୍ୟ ପରିବେଷଣ କରିବେ ତାଙ୍କ ଉପରେ ଅବକାରୀ ବିଭାଗ କି କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଲା ।

   ସମ୍ବନ୍ଧିତ ଖବର


ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ