ଆଜିଠୁ ବନ୍ଦ ହେବ ଅଶ୍ଲୀଳ ନୃତ୍ୟ, ଯାତ୍ରା ମାଲିକଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର

source:newsodisha.in
ଭୁବନେଶ୍ୱର ୨୫/୨: ଆଜିଠୁ ଅଶ୍ଲୀଳ ନୃତ୍ଯ ବନ୍ଦ । ବିଭିନ୍ନ ଯାତ୍ରାପାର୍ଟିରେ ଷ୍ଟେଜରେ ହେଉଥିବା ଅଶ୍ଲୀଳ ନୃତ୍ଯ ଏଥର ବନ୍ଦ ହେବ । ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ଯ ପ୍ରଦର୍ଶନ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସତ୍ଯଜିତ୍ ମହାନ୍ତି । ସେ କହିଛନ୍ତି ଅଶ୍ଳୀଳ ନୃତ୍ଯ ବନ୍ଦ ପାଇଁ ଯାତ୍ରା ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଅଶ୍ଲୀଳ ନୃତ୍ଯ ବନ୍ଦ ପାଇଁ ପେଣ୍ଡାଲରେ ପୋଲିସ ମଧ୍ଯ ଜଗି ରହିବେ ।
ପୋଲିସର ଏହି କାର୍ଯ୍ଯାନୁଷ୍ଠାନକୁ ସବୁ ମହଲରେ ସ୍ୱାଗତ କରାଯାଇଛି । କିଛି ଦିନ ହେବ ଯାତ୍ରା ଷ୍ଟେଜରେ କଳାକାରଙ୍କ ଉନ୍ନତ୍ତ କାଣ୍ଡ ଦେଖିବାକୁ ମିଳୁଥିଲା । ଅଶ୍ଲୀଳ ଢଙ୍ଗରେ ନୃତ୍ୟ କରିବା ସହିତ ଖୋଲା ମଞ୍ଚରେ ପୋଷାକ ମଧ୍ୟ ଖୋଲିଦେଉଥିଲେ କିଛି କଳାକାର । ଏପରି ଅଶ୍ଲୀଳ ନୃତ୍ଯକୁ ଦର୍ଶକମାନେ ନିନ୍ଦା କରିବା ସହିତ ସବୁ ମହଲରେ ଘୋର ବିରୋଧ କରାଯାଉଥିଲା । ଏନେଇ ଆଜି ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲା କଳିଙ୍ଗ ସେନା ।