ଆନ୍ତର୍ଜାତିକ କୁସ୍ତି ଯୋଦ୍ଧାଙ୍କର ନିଆରା ବାହାଘର : ନା ଥିଲା ବ୍ୟାଣ୍ଡ୍ ବାଜା ନା ଥିଲେ ବରଯାତ୍ରୀ, ୧ ଟଙ୍କାରେ ସମ୍ପନ୍ନ ହେଲା ବିବାହ

ପାନିପତ ୨।୧୨: ଦଙ୍ଗଲ ଗାର୍ଲ ଏବଂ ଅନ୍ତରାଷ୍ଟ୍ରୀୟ କୁସ୍ତି ଯୋଦ୍ଧା ବିବାହ ବନ୍ଧନରେ ବାନ୍ଧି ହେଲେ। କିନ୍ତୁ ଏମାନଙ୍କର ବାହାଘର ଏତେ ନିଆରା ଢ଼ଙ୍ଗରେ ହୋଇଛି ଯେ କେହି ବି ସହଯରେ ବିଶ୍ବାସ କରିପାରିବେନି। ବିବାହ ଫଟୋ ଦେଖିଲେ ଆପଣ ବି ଚକିତ ହୋଇଯିବେ।

ଭାଜପା ନେତ୍ରୀ ତଥା ରେସଲର୍ ବବିତା ଫୋଗତ ଓ ‘କେଶରୀ ଆଓ୍ବାର୍ଡ’ର ବିଜେତା ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ହରିୟାଣର ଚରଖୀ ଦାଦରୀ ଜିଲ୍ଲାର ବଲାଲୀ ଗାଁରେ ସାଧାରଣ ଢ଼ଙ୍ଗରେ ବିବାହ କରିଛନ୍ତି। ବିବାହରେ ବବିତା ଫୋଗତ ଓ ବିବେକଙ୍କ ବାହାଘରେ ପରିବାର ଲୋକଙ୍କ ସହ ନିକଟତମ ସମ୍ପର୍କୀୟ ସାମିଲ ଥିଲେ। ବିବେକ କେବଳ ୨୧ଜଣଙ୍କୁ ନେଇ ଦଙ୍ଗଲ ଗାର୍ଲଙ୍କ ପାଖରେ ପହଞ୍ଚିଲେ। ବବିତାଙ୍କ ଲଗ୍ନରେ କେବଳ ୧ ଟଙ୍କା ଦିଆଗଲା ଏବଂ ବିବାହ ବିନା ଯୌତୁକରେ ସମ୍ପନ୍ନ ହେଲା।

ନା ଆସିଥିଲା ବ୍ୟାଣ୍ଡ ବାଜା ନା ଥିଲା ଡିଜେ ବାଜା। ବିବାହରେ ପ୍ଲାଷ୍ଟକ୍ ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇନଥିଲା। ବିବାହରେ କାଠର ଚାମଚ ଏବଂ ପତ୍ର ଦାନା ବ୍ୟବହାର କରାଯାଇଥିଲା। ରୀତିନୀତି ଅନୁସାରେ ବର ଓ ତାଙ୍କ ସାଙ୍ଗରେ ଆସିଥିବା ଅତିଥିଙ୍କୁ ବହୁତ ଭଲ ଭାବେ ଚର୍ଚ୍ଚା କରାଯାଇଥିଲା।

ବିବାହ ସମାରୋହ ବବିତାଙ୍କ ଘରେ ଆୟୋଜନ କରାଯାଇଥିଲା। ସନ୍ଧ୍ୟା ସାଢ଼େ ୭ଟା ସମୟରେ ବରଯାତ୍ରୀ ଗାଁରେ ପହଞ୍ଚିଥିଲେ। ପ୍ରାୟ ୮:୫୦ ରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲେ। ରାତି ୧୧ଟାରେ ରୀତିନୀତି ସମ୍ପନ୍ନ ହୋଇଥିଲା। ମାତ୍ର ବିବେକ ଓ ବବିତା ୮ ବଚନ ନେଇଥିଲେ। ୮ ବଚନ ସମାଜର ବେଟି ବଞ୍ଚାଅ-ବେଟି ପଢ଼ାଓ ପାଇଁ ବାର୍ତ୍ତା ଦେଇଥିଲେ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା