PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

କ’ଣ ସତରେ ହୋଇଥିଲା ‘ସ୍ଲିପ୍ ଏକ୍ସପେରିମେଣ୍ଟ’? କଏଦୀମାନେ ଖାଇଥିଲେ ନିଜ ଦେହର ମାଂସ

http://science12456.blogspot.com/

ସାରା ବିଶ୍ବରେ ଅନେକ ଏକ୍ସପେରିମେଣ୍ଟ(ପ୍ରୟୋଗ) ହେବାରେ ଲାଗିଛି। ଏହା ଭିତରୁ କିଛି ଲୋକଙ୍କୁ ଜଣାପଡିଥାଏ ତ ଆଉ କିଛି ଗୁପ୍ତ ଭାବରେ ରଖାଯାଇଥାଏ। କୁହାଯାଏ ଯେ, ଏଭଳି ଏକ ଏକ୍ସପେରିମେଣ୍ଟ ୧୯୪୦ ଦଶକରେ ହୋଇଥିଲା, ଯାହା ବିଷୟ ଜାଣିକି ଲୋକମାନଙ୍କ ଆତ୍ମା ବି ଥରିଉଡିବ। ଏହି ଏକ୍ସପେରିମେଣ୍ଟକୁ  ‘ରଷିୟାନ୍ ସ୍ଲିପ୍ ଏକ୍ସପେରିମେଣ୍ଟ’ ନାମରେ ଜଣାଯାଇଥାଏ। ଏହି ଏକ୍ସପେରିମେଣ୍ଟ ପାଇଁ ଜେଲରେ ବନ୍ଦ ୫ ଜଣ କଏଦୀଙ୍କ ସହିତ ଏକ ଡିଲ୍ କରାଯାଇଥିଲା ଓ ତାଙ୍କୁ କୁହାଯାଇଥିଲା ଯଦି ସେମାନେ ଏଥିରେ ଭାଗ ନେବାକୁ ଚାହାନ୍ତି ତେବେ ଏକ୍ସପେରିମେଣ୍ଟ ଶେଷ ହେବାର ସଙ୍ଗେ ସଙ୍ଗେ ତାଙ୍କୁ ଛାଡି ଦିଆଯିବ।

ଏଥିପାଇଁ ତାଙ୍କୁ କୁହାଯାଇଥିଲା ୩୦ ଦିନ ପର୍ଯ୍ୟନ୍ତ ସେମାନେ ନଶୋଇକି ରହିବେ। ଏଥିପାଇଁ କଏଦୀମାନେ ରାଜି ହୋଇଗଲେ। ଏହାପରେ ତାଙ୍କୁ ଏକ ଏୟାର ଟାଇଟ୍ ଚାମ୍ବରରେ ବନ୍ଦ କରି ରଖାଯାଇଥିଲା ଓ ସେଥିରେ ଏକ ଗ୍ୟାସ ପକାଯାଇଥିଲା, ଯାହାଫଳରେ ତାଙ୍କୁ ଯେପରି ନିଦ ନଆସିବ ଓ ବୈଜ୍ଞାନିକମାନେ ଏହା ଦେଖିପାରିବେ ତାଙ୍କ ଉପରେ କିଭଳି ପ୍ରଭାବ ପଡୁଛି।

ଆରମ୍ଭରୁ ସବୁଠିକ୍ ଥିଲା। ସବୁ କଏଦୀ ପରସ୍ପର ସହିତ କଥା ହେଉଥିଲେ। ତାଙ୍କ କଥାକୁ ବୈଜ୍ଞାନିକମାନେ ମଧ୍ୟ ରେକର୍ଡ କରୁଥିଲେ ଓ କାଚ ଜରିଆରେ ତାଙ୍କ ଉପରେ ନଜର ମଧ୍ୟ ରଖିଥିଲେ। ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ସବୁ କଏଦୀଙ୍କ ସ୍ଥିତି ଠିକ୍ ଥିଲା, କିନ୍ତୁ ପରେ ଖରାପ ହୋଇଯାଇଥିଲା। କଏଦୀମାନେ ପରସ୍ପର ସହିତ କଥା ହେବା ବନ୍ଦ କରିଦେଇଥିଲେ। ୧୦ ଦିନ  ବିତିଯାଇଥିଲା। ଏହାପରେ ୧୧ ତମ ଦିନ ଆସିଥିଲା କଏଦୀମାନେ ଅଚାନକ ଯୋର-ଯୋରରେ ଚିଲାଇଥିଲେ। ଏତେ ଯୋରରେ ସେମାନେ ଚିଲାଇଥିଲେ ଯେ, ତାଙ୍କର ଭୋକାଲ କର୍ଡ ଫାଟିଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଏତେ ଚିଲାଇବା ଶୁଣିବା ପରେ ମଧ୍ୟ ଅନ୍ୟ କଏଦୀଙ୍କୁ କୌଣସି ପ୍ରଭାବ ପଡୁନଥିଲା।

କଏଦୀଙ୍କ ସ୍ଥିତି ଦେଖି ବୈଜ୍ଞାନିକମାନେ ଏହି ଏକ୍ସପେରିମେଣ୍ଟକୁ ରୋକିବାର ନିଷ୍ପତ୍ତି ନେଇଥିଲେ। ସେମାନେ ୧୫ ଦିନ ପରେ କଏଦୀଙ୍କ ଚାମ୍ବରରେ ଗ୍ୟାସ ଛାଡିନଥିଲେ, ଯାହାଫଳରେ ଯେପରି ସେମାନେ ଶୋଇପାରିବେ। କିନ୍ତୁ ଏହାର ଓଲଟା ପ୍ରଭାବ ପଡିଲା। ସବୁ କଏଦୀ ଏକାଠି ଚିତ୍କାର କରିଥିଲେ ଓ କହିଥିଲେ ଆମକୁ ବାହାରକୁ ବାହାର କରନି, ଆମେ ବାହାରକୁ ଯିବନୁ। ଏହା ଭିତରେ ଚାମ୍ବର ଭିତରେ ଜଣେ କଏଦୀର ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ଯେତେବେଳେ ବୈଜ୍ଞାନିକମାନେ ଏହା ଦେଖିଥିଲେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଦେଖିଲେ କଏଦୀଙ୍କ ବହୁ ଅଙ୍ଗରୁ ମାଂସ ଗାଏବ୍ ହୋଇଯାଇଛି କେବଳ ତାଙ୍କର ହାଡ ଦେଖାଯାଉଥିଲା। ଦେଖିକି ଲାଗୁଥିଲା ସେମାନେ ନିଜ ଦେହର ମାଂସ ଖାଉଥିଲେ।

କଏଦୀଙ୍କ ଏଭଳି ସ୍ଥିତି ଦେଖି ବୈଜ୍ଞାନିକମାନେ ଭାବିଥିଲେ ତାଙ୍କୁ ମାରିଦେବା ଦରକାର। ଏଥିପାଇଁ ସେମାନେ ଟିମର କମାଣ୍ଡରଙ୍କ ସହ କଥା ହୋଇଥିଲେ, କିନ୍ତୁ କମାଣ୍ଡର ତାଙ୍କୁ ଏଭଳି କରିବାକୁ ମନା କରିଦେଇଥିଲେ ଓ କହିଥିଲେ ଆମକୁ ଏକ୍ସପେରିମେଣ୍ଟ ଜାରି ରଖିବା ଦରକାର। ତେବେ ପରେ ଜଣେ ବୈଜ୍ଞାନିକମାନେ ସେହି କଏଦୀଙ୍କୁ ମାରିଦେଇଥିଲେ ଓ ଏକ୍ସପେରିମେଣ୍ଟ ସମ୍ପର୍କିତ ସବୁ ପ୍ରମାଣ ନଷ୍ଟ କରିଦେଇଥିଲେ। ଏବେ ଏହା ସତ ନା ମନଗଢା ଏବିଷୟରେ ସ୍ପଷ୍ଟ ହୋଇପାରିନି। କିନ୍ତୁ ୨୦୧୦ରେ Creepipasta.Wikia.com ନାମକ ଓ୍ବେବସାଇଟରେ ପୋଷ୍ଟ କରାଯାଇଥିଲା, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର