ଏହି ଡରର ନାମ କାହିଁକି ଗ୍ଲୋବୋଫୋବିୟା (Globophobia)

ରଙ୍ଗବେରଙ୍ଗୀ ବେଲୁନ ଦେଖିଲେ ଛୋଟ ପିଲା ଖୁବ୍‌ ଖୁସି ହୁଅନ୍ତି । ଅବଶ୍ୟ ବେଲୁନ ଫାଟିଗଲେ ଛୋଟ ପିଲା ବେଳେ ବେଳେ ଚମକି ଉଠନ୍ତି । କିନ୍ତୁ ବେଲୁନ ଦେଖିଲେ ଡରୁଥିବା ପିଲା କିମ୍ବା ପ୍ରାପ୍ତବୟସ୍କଙ୍କ ବିଷୟରେ କେବେ ଶୁଣିଛନ୍ତି କି? ହୁଏତ ଶୁଣିନଥିବେ । କିନ୍ତୁ ଏହା ସତ ଯେ ଆମମାନଙ୍କ ଭିତରେ ହିଁ ଅଳ୍ପ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ରଙ୍ଗବେରଙ୍ଗୀ ବେଲୁନ ଦେଖିଲେ ଭୟ ପାଆନ୍ତି ।

ଯେଉଁମାନେ ବେଲୁନ ଦେଖିଲେ ଭୟପାଆନ୍ତି ସେମାନେ ଗ୍ଲୋବୋଫୋବିୟା ନାମକ ଏକ ମାନସିକ ସମସ୍ୟାର ଶିକାର ବୋଲି କୁହାଯାଇପାରିବ । ଗ୍ଲୋବୋଫୋବିୟାରେ ଆକ୍ରାନ୍ତ ବ୍ୟକ୍ତିମାନେ ଯଥାସମ୍ଭବ ବାର୍ଥଡେ ପାର୍ଟିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି । ପିଲାଦିନରୁ ବେଲୁନ ଫାଟିବା ଶବ୍ଦରେ ଚମକି ପଡ଼ୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହିଁ ଗ୍ଲୋବୋଫୋବିୟା ହେବାର ଆଶଙ୍କା ଅଧିକ । ଗ୍ଲୋବୋଫୋବିୟାକୁ ବେଲୁନ୍‌ଫୋବିୟା ମଧ୍ୟ କୁହାଯାଏ ।

ଏହା ଏକ ପ୍ରକାରର ମାନସିକ ସମସ୍ୟା ଯାହା ଅତି ପିଲାଦିନରୁ ହିଁ ବ୍ୟକ୍ତିକୁ ପ୍ରଭାବିତ କରିଥାଏ । ସେମାନେ ଜାଣିଥାଆନ୍ତି
ବେଲୁନ ଭୟଙ୍କର ଜିନିଷ ନୁହେଁ । ତଥାପି ସେମାନେ ବେଲୁନ୍‌ ପ୍ରତି ଥିବା ଭୟକୁ ନିଜ ମନରୁ ଦୂର କରିପାରିନଥାନ୍ତି ।
ବେଲୁନକୁ ଛୁଇଁବା ଦୂରର କଥା, ଅତି ପାଖରୁ ଦେଖିଲେ ବି ଭୟରେ ଶିହରି ଉଠିଥାଆନ୍ତି ଗ୍ଲୋବୋଫୋବିୟା ଭୋଗୁଥିବା
ଲୋକମାନେ । ଏଭଳି ଫୋବିୟାରେ ପ୍ରଭାବିତ ବ୍ୟକ୍ତିମାନେ କ୍ଲାଉନ୍‌ ବା ଜୋକର୍‌ ଦେଖିଲେ ମଧ୍ୟ ଭୟ ପାଇଥାଆନ୍ତି । ନିର୍ଦ୍ଦିଷ୍ଟ କେତୋଟି ଲକ୍ଷଣ ଦେଖିଲେ ବୁଝିହେବ ଜଣେ ଗ୍ଲୋବୋଫୋବିକ୍‌ କି ନୁହନ୍ତି ।

ବେଲୁନ୍‌ ଦେଖିଲା ମାତ୍ରେ ଜୋରରେ ନିଃଶ୍ୱାସ ନେବା, ଛାତି ଧଡ଼ପଡ଼ କରିବା, ହୃଦସ୍ପନ୍ଦନ ବଢ଼ିଯିବା, ଛୋଟ ପିଲା ହୋଇଥିଲେ ଚିତ୍କାର କରି କାନ୍ଦିବା, ଜୋକର କି ବେଲୁନ ଦେଖିଲେ ଭୟରେ ଲୁଚିଯିବା, ଥରିବା, ଝାଳ ବାହାରିବା ଆଦି ଏହି ସମସ୍ୟାର ଲକ୍ଷଣ । ତେବେ ଏହି ସମସ୍ୟା କାଉନସେଲିଂ ଏବଂ କେତେକ ଥେରାପି ଦ୍ୱାରା ଦୂର କରାଯାଇପାରିବ ।

   ସମ୍ବନ୍ଧିତ ଖବର


ଅଗ୍ନିଶମ ଡିଜିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଟ୍ରକ୍ ଜବତ, ଡ୍ରାଇଭର ଅଟକ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…

୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା