ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ନୂଆଦିଲ୍ଲୀ ୨୨/୧୦: ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ୟୁରୋପର ୩୨ଟି ଦେଶରେ ନିଜ ଡେଟିଂ ସେବା ଲଞ୍ଚ୍ କରିଦେଇଛି । ଏହା ପୂର୍ବରୁ କମ୍ପାନୀ ଫେବୃୟାରୀ ନିଜର ଏହି ସେବାକୁ ଲଞ୍ଚ୍ କରିଥାନ୍ତା କିନ୍ତୁ ଆୟରଲ୍ୟାଣ୍ଡର ଡାଟା ପ୍ରୋଟେକ୍ସନ କମିଶନର ଏନେଇ ଚିନ୍ତା ପ୍ରକଟ କରିବା ପରେ ୟୁରୋପିୟନ ୟୁନିୟନର ମୁଖ୍ୟ ନିୟାମକ ଏହାର ରୋଲଆଉଟକୁ ସ୍ଥଗିତ କରିବା ପାଇଁ ଫେସବୁକକୁ ନିର୍ଦ୍ଦେଶ ଦେଇଥିଲେ ।

ଆକାଉଣ୍ଟରେ କରିପାରିବେ ଡେଟିଂ ପ୍ରୋଫାଇଲ୍
ବୁଧବାର ଏକ ବ୍ଲଗ୍  ପୋଷ୍ଟରେ ଫେସବୁକ ଡେଟିଂର ପ୍ରଡକ୍ଟ ପ୍ରବନ୍ଧକ କେଟ୍ ଅସେର୍ଥ କହିଛନ୍ତି କି ୟୁଜର୍ସ ଏକ ଡେଟିଂ ପ୍ରୋଫାଇଲ୍ ପ୍ରସ୍ତୁତ କରିବାର ବିକଳ୍ପ ଚୟନ କରିପାରିବେ । ଏବଂ ଏହାକୁ କେବେ ବି ହଟାଇହେବ । ଏଥିରେ ପୂର୍ବରୁ ଥିବା ଫେସବୁକ୍ ଆକାଉଣ୍ଟର କିଛି ଅସୁବିଧା ହେବନି ।

 ୟୁଜର ନିଜ ଇନଷ୍ଟାଗ୍ରାମ ଓ ଫେସବୁକର ଫଟୋ ମଧ୍ୟ ନିଜ ପ୍ରୋଫାଇଲ କିମ୍ବା ଟାଇମଲାଇନରେ ବ୍ୟବହାର କରିପାରିବେ । ୟୁଜର ନିଜ ଡେଟକୁ ଇମ୍ପ୍ରେସ୍ କରିବା ପାଇଁ ଇନଷ୍ଟାଗ୍ରାମ ଷ୍ଟୋରିଜର ମଧ୍ୟ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଫେସବୁକ୍ ଡେଟିଂରେ ମେସେଞ୍ଜର ଭଳି ଗୋଟିଏ ଫିଚର ରହିବ ଯାହାର ବ୍ୟବହାର ଚାଟିଂ ପାଇଁ କରିହେବ । ବ୍ଲଗରେ କୁହାଯାଇଛି କି ସେବାକୁ ବ୍ୟବହାର କରିବା ପାଇଁ ପ୍ରଥମେ ନାଁ ଓ ବୟସ ସମ୍ବନ୍ଧିତ ତଥ୍ୟ ଫେସବୁକ୍ ପ୍ରୋଫାଇଲରୁ ନିଆଯିବ ଯାହାକୁ ଏଡିଟ୍ କରିହେବନି ।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ