ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ଇସଲାମାବାଦ ୧/୧୨: ଜଣେ ରାଜନେତାଙ୍କୁ ଭଲ ପାଇ ବସିଛନ୍ତି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ଗର୍ଲଫ୍ରେଣ୍ଡ ମହାୱିଶ୍ ହୟାତ । ଯଦିଓ ସାର୍ବଜନିକ ରୂପେ ସେ ନିଜ ଏହି ପ୍ରେମକୁ ପ୍ରକାଶ କରିନାହାଁନ୍ତି କିନ୍ତୁ ତାଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ଯେ ଦାଉଦ ବ୍ୟତୀତ ମଧ୍ୟ ଅନ୍ୟ କେହି ଜଣେ ତାଙ୍କ ହୃଦୟ ଚୋରି କରିନେଇଛନ୍ତି । ନିକଟରେ ସେ ଏକ ଇଣ୍ଟରଭ୍ୟୁରେ ଇଶାରା ଇଶାରାରେ ଏକଥା କହିଦେଇଛନ୍ତି । ତାଙ୍କର ଏକ ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହୟାତଙ୍କୁ ଜୀବନସାଥି ସମ୍ପର୍କରେ ପଚରାଗଲା । ଏହାର ଜବାବରେ ଜଣେ ରାଜନେତାଙ୍କ ନାଁ ଉଠିଲା ଏବଂ ଏହାପରେ ଦାଉଦର ଗର୍ଲଫ୍ରେଣ୍ଡ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି ।

ବୋଲନ୍ୟୁଜକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମହାୱିଶ୍ ହୟାତ କହିଛନ୍ତି କି ତାଙ୍କୁ ଅଧିକ ଡେଙ୍ଗା ଲୋକ ପସନ୍ଦ । ସେ ଏହା ମଧ୍ୟ କହିଛନ୍ତି କି ରଙ୍ଗ ବେଶି ଗୁରୁତ୍ୱପୂର୍ଣ୍ଣ ନୁହେଁ । କଥାକଥାରେ ସେ ବିଲାବଲଙ୍କ ନାଁ ଉଠାଇଦେଲେ ।  ତାଙ୍କୁ ପ୍ରଶ୍ନ କରାଗଲାକି ଯଦି ବିଲାୱଲ ଭୁଟ୍ଟୁଙ୍କ ସହିତ ଆପଣଙ୍କ ବିବାହ ହୁଏ ତେବେ ଆପଣଙ୍କ ପ୍ରତିକ୍ରିୟା କଣ ରହିବ ? ଏଥିରେ ସେ ଲାଜେଇ ଯାଇ କହିଥିଲେ କି ମୁଁ ଏ ବିବାହକୁ ବିରୋଧ କରିବି । ତେବେ ସେ ବିଲାୱଲଙ୍କ ବହୁତ ପ୍ରଶଂସା କରିଥିଲେ । ଏଥିରୁ ସ୍ପଷ୍ଟ ହୁଏ ଯେ ତାଙ୍କ ହୃଦୟରେ ବିଲାୱଲଙ୍କ ପାଇଁ ଖାସ୍ ସ୍ଥାନ ଅଛି । କହିରଖୁଛୁ ବିଲାୱଲ ଭୁଟ୍ଟୋ ପୂର୍ବଚନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଓ ପୂର୍ବତନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜରଦାରୀଙ୍କ ପୁତ୍ର ତଥା ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ଯକ୍ଷ ଅଛନ୍ତି ।

ଏମିତି ଆରମ୍ଭ ହେଲା ସମ୍ପର୍କ
ମହିୱିଶ୍ ହୟାତଙ୍କୁ ଦାଉଦର ଗର୍ଲଫ୍ରେଣ୍ଡ କୁହାଯାଏ । ସେ ଡନଠୁ ୨୭ ବର୍ଷ ସାନ । କୁହାଯାଏ ଦାଉଦ ତାଙ୍କୁ ଏକ ଆଇଟମ୍ ସଙ୍‌ଗ୍ସରେ ଦେଖିଥିଲା ଏବଂ ଫିଦା ହୋଇଯାଇଥିଲା । ଏହା ପରେ ମହିୱିଶଙ୍କୁ ଅନେକ ବଡ ପ୍ରୋଜେକ୍ଟ୍ସ ଦେବାରେ ସାହାଯ୍ୟ କରିଥିଲା । ଏହା ମଧ୍ୟ କୁହାଯାଏ କି ଡନ୍ ଇଶାରାରେ ହୟାତଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।