PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏହି ଘଟଣା ପରେ ଏହା ନିଶ୍ଚିତ ଯେ ଏବେବି ସୁରକ୍ଷିତ ନାହାଁନ୍ତି ଝିଅ-ବୋହୂ: ଦୁଷ୍କର୍ମକାରୀଙ୍କ ମନରେ ନାହିଁ ଭୟ

ମିରଟ ୨୮/୧୨: ମିରଟରେ ଜଣେ ଯୁକ୍ତ ୨ ଛାତ୍ରୀ ପାଠପଢା ଛାଡି ଘରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିଜ ଇଛାରେ ନୁହେଁ ବରଂ ଏମିତି କରିବା ପାଇଁ ସେ ବାଧ୍ୟ ହୋଇଛନ୍ତି । କଲେଜ ଯିବା ସମୟରେ ବାଟରେ ଜଣେ ଯୁବକ ତାଙ୍କୁ ସବୁଦିନ ହଇରାଣ କରୁଛି ଏବଂ ଥାନାରେ ଏନେଇ ଅଭିଯୋଗ ହେଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । କୁହାଯାଉଛି ସେହି ଯୁବକଙ୍କ ପିତା ପୋଲିସ ଅଫିସର ଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଏପରିକି ସମ୍ପୃକ୍ତ ଯୁବକ ଘରେ ପଶି ମାରପିଟ୍ ମଧ୍ୟ କରିଛି ।

କଙ୍କରଖେଡା ଥାନା ଅଞ୍ଚଳରେ ଋଡକି ରୋଡ୍ ନିବାସୀ ପିଡୀତା ଛାତ୍ରୀ ଗୁରୁବାର ନିଜ ପରିବାରରେ ଜିତେନ୍ଦ୍ର କୁମାର(ଅଭିଯୁକ୍ତ) ନାଁରେ ଘରେ ଜଣାଇଲେ । ସେ ୨୩ ଡିସେମ୍ବର ଟ୍ୟୁସନ୍ ପଢାଇବାକୁ ଯିବା ସମୟରେ ୪ ଜଣ ଯୁବକ ତାଙ୍କୁ ହଇରାଣ କଲେ । ବିରୋଧ କରିବା ପରେ ସେମାନେ ତାଙ୍କୁ ମାଡ ମାରିଲେ । ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ସନ୍ଧ୍ୟାରେ ସେହି ଯୁବକମାନେ ତାଙ୍କ ଘରେ ପଶି ମାରପିଟ୍ କଲେ । ଏଥିରେ ଯୁବତୀଙ୍କ ଭାଇ ଗମ୍ଭୀର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାର ଖବର ପାଇଁ ପୋଲିସ ପହଞ୍ଚି ଜଣଙ୍କୁ ଧରି ନେଇ ଥାନାକୁ ଗଲା । କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନେଇ କିଛି ସମୟ ପରେ ଛାଡିଦେଲା । ଯୁବତୀ ଜଣକ କହିଛନ୍ତି ଯେ ଯୁବକର ପିତା ପୋଲିସ ଅଫିସର ଅଛନ୍ତି । ସେଥିପାଇଁ ସେ ତା ସାଙ୍ଗମାନଙ୍କ ସହ ତାଙ୍କୁ ସବୁବେଳେ ହଇରାଣ କରେ । ଏଥିରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନି । ବରଂ ପୋଲିସକୁ ଏକଥା ଜଣାଇବା ପରଠୁ ତାଙ୍କୁ କିଡନାପ କରିବାର ଧମକ ମିଳୁଛି । ଭୟରେ ଯୁବତୀ ଘରୁ କେଉଁଆଡେ ଯାଉନାହାଁନ୍ତି । ଟ୍ୟୁସନ୍ ଯିବା ମଧ୍ୟ ବନ୍ଦ କରିଦେଇଛନ୍ତି । ଅନ୍ୟପଟେ ପୋଲିସ କହୁଛି କି ମାମଲା ବହୁତ ସଙ୍ଗୀନ ଏବଂ ଯାଞ୍ଚ ଚାଲିଛି ।