ମାତା-ପିତାଙ୍କ ସମ୍ପତ୍ତି ଉପରେ ଝିଅଙ୍କର ବି ସମ୍ପୂର୍ଣ୍ଣ ଅଧିକାର ରହିବ – ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ – ସୁପ୍ରିମ୍‌କୋର୍ଟଙ୍କ ପୁଣି ଏକ ଐତିହାସିକ ନିଷ୍ପତ୍ତି । ମଙ୍ଗଳବାର ଦିନ ଦେଶର ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି କି ଝିଅମାନଙ୍କୁ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ୨୦୦୫ର ସଂଶୋଧନ ଅନୁସାରେ ପୈତୃକ ସମ୍ପତି ଉପରେ ସଂପୂର୍ଣ୍ଣ ଅଧିକାର ରହିବ । ପୁଅଙ୍କ ସହ ସେମାନେ ବି ସମ୍ପତ୍ତିର ଭାଗ ନେଇପାରିବେ ।

ଉଲ୍ଲେଖନୀୟ ଯେ,  ହିନ୍ଦୁ ଉତ୍ତରାଧିକାର ( ସଂଶୋଧନ) ଅଧିନିୟମ ୨୦୦୫ଲାଗୁ ହେବା ପୂର୍ବରୁ ଯଦି ବାପାଙ୍କର ମୃତ୍ୟୁ ହୋଇଥାଏ,ତେବେ ମଧ୍ୟ ମାତା-ପିତାଙ୍କ ସମ୍ପତ୍ତି ଉପରେ ଝିଅଙ୍କର ଅଧିକାର ଅଛି । ଏଥିରୁ ତାଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ  ଅଧ୍ୟକ୍ଷତାରେ ସର୍ବୋଚ୍ଚ କୋର୍ଟଙ୍କ  ୩ ଜଣିଆ ବିଚାରପତିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଯେ, ୧୯୮୫ରେ ଯେବେ  ଏନ୍‌ଟି ରାମାରାଓ  ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ , ସେହି ସମୟରେ ସେ ପୈତୃକ ସମ୍ପତ୍ତି ଉପରେ  ଝିଅଙ୍କୁ  ସମାନ ଅଂଶୀଦାରର ଆଇନ୍‌ ପାସ୍‌ କରିଥିଲେ । ଏହାର ଠିକ୍‌ ୨୦ ବର୍ଷ ପରେ  ସଂସଦ ୨୦୦୫ରେ ପୁରା ଦେଶପାଇଁ ପୈତୃକ ସମ୍ପତ୍ତିରେ ପୁଅଙ୍କ ସହ ଝିଅମାନଙ୍କର ସମାନ ଭାଗ ରହିବାର ଆଇନ୍‌ ପାସ୍‌ କରିଥିଲେ । ଏହି ମାମଲା ଭଉଣୀ –ଭାଇ ମଧ୍ୟରେ  ସମ୍ପତ୍ତି ଭାଗବାଣ୍ଟର ଥିଲା ।

ସୁପ୍ରିମ୍‌କୋର୍ଟରେ ଭଉଣୀଙ୍କର ଗୁହାରୀ ଥିଲା ଯେ , ଭାଇମାନେ ନିଜର ଭଉଣୀକୁ ଏହା କହି ସମ୍ପତ୍ତିକୁ ସମାନ ଭାଗ କରିବାକୁ ମନା କରିଦେଇ ଥିଲେ କି  ପିତାଙ୍କ ମୃତ୍ୟୁ ୨୦୦୫ରେ ୯ ଡିସେମ୍ୱର ପୂର୍ବରୁ ହୋଇଥିଲା । ଏଣୁ ସଂଶୋଧନ ଏହି ମାମଲାରେ ଲାଗୁ ହେବ ନାହିଁ । 

ସୁପ୍ରିମ୍‌କୋର୍ଟ ନିଜର ନିଷ୍ପତ୍ତି ଜରିଆରେ  ଏହା ସ୍ପଷ୍ଟ କରିଛନ୍ତି କି ୯ ଡିସେମ୍ୱର ୨୦୦୫ପୂର୍ବରୁ ଯଦି କାହାର ପିତାଙ୍କର ମୃତ୍ୟୁ ହୋଇଯାଇଥିବ , ତେବେ ବି  ଝିଅମାନେ  ସଂପତ୍ତିରେ ପୁଅଙ୍କ ସହ ସମାନ ଅଧିକାର ପାଇବେ।

ଏହି ନିଷ୍ପତ୍ତିକୁ ଘୋଷଣା କରି , ଜଷ୍ଟିସ୍‌  ମିଶ୍ର  ଝିଅ ଓ ପୁଅଙ୍କୁ ସମାନ ଅଧିକାର ପ୍ରଦାନ କରିବା ଉପରେ ମହତ୍ତ୍ୱ ଦେଇଛନ୍ତି । ପିତା ଜୀବିତ ଥାଆନ୍ତୁ ବା ନଥାନ୍ତୁ , ହେଲେ ପୁଅ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିବ ।   

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ