କରାଚୀରେ ରହୁଛି ଦାଉଦ୍‌ ଇବ୍ରାହିମ୍‌-ପାକ୍‌ ସରକାର କଲେ ସ୍ୱୀକାର

ଇସଲାମାବାଦ – ଦୁନିଆର ସବୁଠାରୁ ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ କରାଚୀରେ ରହୁଛି । ସେ କରାଚୀ ହ୍ୱାଇଟ୍‌ ହାଉସ୍‌ରେ ରହୁଥିବା ସୂଚନା ମିଳିଛି । ଏଠାରେ ରହୁଛି ବୋଲି ପାକ୍‌ ସରକାର କଲେ ସ୍ୱୀକାର ।

ସୂଚନା ଯେ, ପାକ୍‌ ଆତଙ୍କୀ ଲିଷ୍ଟ୍‌ରେ ଦାଉଦ୍‌ ଇବ୍ରାହିମ୍‌ର ନାଁ ରହିଛି । FATFକୁ ଦିଆଯାଇଥିବା ୮୮ଜଣ ଆତଙ୍କୀ ଲିଷ୍ଟ୍‌ରେ ଅଛି ଦାଉଦ୍‌ର ନାଁ । ଏହାସହ ଏହି ଲିଷ୍ଟରେ ମାସୁଦ୍‌ ଅଜହର , ହାଫିଜ୍‌ ସୟିଦର ନାଁ ମଧ୍ୟ ରହିଛି । ଦାଉଦ୍‌ ପାଖରେ ୧୪ଟି ପାସ୍‌ପୋର୍ଟ ଅଛି ବୋଲି ସୂଚନା ମିଳିଛି । ଭାରତ , ପାକିସ୍ତାନ ଓ ସାଉଦି ଆରବ ଆଦି ବିଭିନ୍ନ ଦେଶର ପାସ୍‌ପୋର୍ଟ ରହିଛି ଦାଉଦ୍‌ ପାଖରେ ।

ଉଲ୍ଲେଖନୀୟ ଯେ, କିଛିଦିନ ତଳେ କରୋନା ଭାଇରସ୍ ଯୋଗୁଁ ଦାଉଦ୍‌ର ମୃତ୍ୟୁ ହୋଇଛି ବୋଲି ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା । ତାଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗି ଥିଲା । ଦାଉଦ୍ ଇବ୍ରାହିମ୍ ଓ ତାର ପତ୍ନୀ ମହଜବୀନ୍ କରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। କରୋନା ପଜିଟିଭ୍ ବାହାରିବା ପରେ ଉଭୟଙ୍କୁ କରାଚୀର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଦାଉଦଙ୍କ ମୃତ୍ୟୁ ଖବରକୁ ଅସ୍ୱୀକାର କରିଥିଲେ ତାଙ୍କ ଭାଇ ଅନିସ୍ ଇବ୍ରାହିମ୍ । ଅନିସ ଦାବି କରିଥିଲେ ଯେ, ତାଙ୍କ ଭାଇ ଦାଉଦ୍ ଓ ଭାଉଜ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ବର୍ତ୍ତମାନ ପାକ୍‌ ସରକାର ଦାଉଦ୍‌ କରାଚୀରେ ଥିବା ସ୍ୱୀକାର କଲାପରେ , ସେ ଜୀବନ୍ତ ବୋଲି ସ୍ପଷ୍ଟ ହୋଇଛି ।

   ସମ୍ବନ୍ଧିତ ଖବର


ଲଭ ଜିହାଦ ଉପରେ ଲଗାମ; ୟୁପି ସରକାରଙ୍କ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ଆଜିଠାରୁ ନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର