PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟି ନେଇଗଲେ ୧୮ ଲକ୍ଷର ସୁନାଗହଣା

ଭୁବନେଶ୍ୱର ୩୧/୮: ରାଜଧାନୀରେ ଲୁଟେରା ଆତଙ୍କ ଚଳାଇଛନ୍ତି । ଆଜି ଦିନ ଦ୍ୱିପ୍ରହରରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥନଗର ଲେନ୍‌-୧ରୁ ଘର ତାଲା ଭାଙ୍ଗି ଆଲମିରା ତାଡ଼ି ୧୮ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଅଭିଯୋଗ ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍‌ ପାଇନାହିଁ ।

ମିଳିଥିବା ଅଭିଯୋଗ ଅନୁଯାୟୀ, ଜଗନ୍ନାଥନଗର ଲେନ୍‌-୧ ପ୍ଲଟ୍‌ ନଂ-୪୭/୫୮୯୩ରେ ଭଡ଼ାରେ ରହୁଛନ୍ତି ଜିପିଓରେ ଚାକିରି କରିଥିବା ଅବିନାଶ ସାହୁଙ୍କ ପରିବାର । ଅବିନାଶ ଏବଂ ତାଙ୍କ ପତ୍ନୀ ପ୍ରଥମ ମହଲାରେ ରହୁଥିବା ବେଳେ ତଳ ମହଲାରେ ଅବିନାଶଙ୍କ ବାପା-ବୋଉ ଓ ଭାଇ-ଭାଉଜ ରୁହନ୍ତି । ପ୍ରତିଦିନ ମଧ୍ୟାହ୍ନରେ ଅବିନାଶ ଅଫିସରୁ ଘରକୁ ଆସି ମଧ୍ୟାହ୍ନ ଭୋଜନ କରି ପୁଣି ଅଫିସ ଫେରି ଯାଆନ୍ତି । ଆଜି ମଧ୍ୟାହ୍ନରେ ଅବିନାଶ ଘରକୁ ଆସିଥିଲେ ।

ତଳ ମହଲାରେ ସମସ୍ତେ ଏକାଠି ବସି ଖାଇଥିଲେ । ତା’ପରେ ଅବିନାଶ ଦିନ ସାଢ଼େ ୨ଟାବେଳେ ଅଫିସ ପଳାଇଥିଲେ । ପତ୍ନୀ ଅପରାହ୍ଣ ୩ଟା ୫ରେ ଉପର ମହଲାକୁ ଯିବା ବେଳକୁ ଘରର ତାଲା ଭଙ୍ଗା ହୋଇ ଆଲମିରା ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ । ଆଲମିରାରେ ଥିବା ୪ ହଜାର ଟଙ୍କା, ବଡ଼ ସୁନାହାର ୩ଟି, ମୁଦି ୨୨ଟି, କାନଫୁଲ ୧୨ ହଳ, ବ୍ରେସଲେଟ୍‌ ୧ଟା, ଶଙ୍ଖା ୪ ହଳ, କାଜୁ, ଓ ଚେନ୍‌ ଆଦି ପ୍ରାୟ ୪୫ ଭରି ଓଜନର ସୁନାଗହଣା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟ୍‌ ସୁନାର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ । ଅବିନାଶଙ୍କର ୮ ମାସ ତଳେ ବିବାହ ହୋଇଥିଲା ।

ତେଣୁ ସମସ୍ତ ସୁନାଗହଣା ତାଙ୍କ ପତ୍ନୀ ଆଲମିରା ଲକରରେ ରଖିଥିଲେ । ପତ୍ନୀଙ୍କ ଠାରୁ ଖବରପାଇ ଅବିନାଶ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଥିଲେ । ଘଟଣା ସଂପର୍କରେ ସେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ନେଇ ତଦନ୍ତ କରି ଫେରିଛି । ହେଲେ ଦୁର୍ବୃତ୍ତଙ୍କ ଟେର୍‌ ପାଇନାହିଁ ।

ସମ୍ବନ୍ଧିତ ଖବର