ମହିଳାଙ୍କ ମୃତ ଦେହ ଉଦ୍ଧାର,ଉଦ୍ଧାର ସ୍ଥାନରେ ରକ୍ତ – ହତ୍ୟା ଅଭିଯୋଗ

ବାଲେଶ୍ୱର – ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସଦରଥାନା ଅନ୍ତର୍ଗତ ନଗ୍ରମ ଗାଁ ନିକଟେର ଥିବି ପୋଖରୀରୁ ମୃତ ମହିଳାଙ୍କ ଶବ ଭାସୁଥିବା ଦେଖିବା ପାଇଁ ମିଳିଥିଲା । ଏହାପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ ।


ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ଝବତ କରିଥିଲା । ମୃତ ମହିଳାଙ୍କ ନାମ ଶିବାନୀ ନାୟକ ବୋଲି ଜଣା ପଡିଛି । ତାଙ୍କ ଘର ରାଇସୁଆଁ ଗାଁରେ ସେ ବିବାହିତ । ଶିବାନୀଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ସ୍ଥାନରେ ରକ୍ତ ପଡିଥିବା ଦେଖିବା ପାଇଁ ମିଳିଥିଲା । ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।