ଡ୍ୟୁଟି ବେଳେ ମଦ୍ୟପାନ କରିବା ପଡ଼ିଲା ମହଙ୍ଗା: କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କଲେ ଡିସିପି

ଭୁବନେଶ୍ୱର,୨୮/୦୮: ଡ୍ୟୁଟି ବେଳେ ମଦ୍ୟପାନ କରିବା ମହଙ୍ଗା ପଡ଼ିଛି କମିଶନରେଟ୍‌ ପୁଲିସର ଜଣେ କନଷ୍ଟେବଳଙ୍କୁ। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କନଷ୍ଟେବଳ ହେଲେ ଏୟାରଫିଲ୍ଡ ଥାନାରେ କାର୍ଯ୍ୟରତ ପ୍ରଭାତ କୁମାର ସାମଲ । ଡିସିପି ଉମାଶଙ୍କର ଦାଶ ପ୍ରଭାତଙ୍କୁ ନିଲମ୍ବିତ କରିଛନ୍ତି ।

ପ୍ରଭାତ ପ୍ରତ୍ୟହ ମଦ୍ୟପାନ କରି ଥାନାରେ ଉତ୍ପାତ କରୁଥିଲେ। ଥାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିଲେ । ଠିକ୍‌ ଭାବେ ଡ୍ୟୁଟି କରୁ ନଥିଲେ। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ରାତିରେ ପ୍ରଭାତ ମଦପିଇ ଥାନାରେ ଉତ୍ପାତ କରିଥିଲେ। ଏହା ଜାଣିବା ପରେ ଡିସିପି ଶ୍ରୀ ଦାଶ ପ୍ରଭାତଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଓ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ପ୍ରଭାତଙ୍କୁ ନିଲମ୍ବିତ କରାଯାଇଥିବା ଡିସିପି ଶ୍ରୀ ଦାଶ କହିଛନ୍ତି ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ