PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଅନଶନ ବେଳେ ବେହୋସ ହୋଇଗଲେ DCW ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ, ମହିଳାଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିଛନ୍ତି ଏହି ଦାବି

ନୂଆଦିଲ୍ଲୀ,୧୫।୧୨: ଗତ ୧୩ ଦିନ ଧରି ଅନଶନରେ ବସିଥିବା ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷ ସ୍ବାତି ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପଡିଛି। ଆଜି ଅନଶନରେ ବସିଥିବା ବେଳେ ହଠାତ ବେହୋସ ହୋଇ ଯାଇଥିଲେ। ତାଙ୍କର ଖରାପ ସ୍ବାସ୍ଥ୍ୟବସ୍ଥାକୁ ଦେଖି ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲର ଭର୍ତ୍ତି କରାଯାଇଛି।

ମହିଳାଙ୍କ  ପ୍ରତି ହେଉଥିବା ଅପରାଧ ଓ ଦୁଷ୍କର୍ମ ମାମଲା ପ୍ରତି ହେଉଥିବା ଅପରାଧ ଓ ଦୁଷ୍କର୍ମକୁ ବିରୋଧ କରି ମାଲିଓ୍ବାଲଙ୍କ ଅନଶନରେ ବସିଥିଲେ। ସେ କହିଥିଲେ, ୬ ମାସ ଭିତରେ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଉ। ମାଲିଓ୍ବାଲଙ୍କ ବିରୋଧ ସଡକୁ ନେଇ ସଂସଦ ପର୍ଯ୍ୟନ୍ତ ପହଁଞ୍ଚିଥିଲା ଓ ବିରୋଧୀ ଏହାକୁ ନେଇ ବହୁବାର ସରକାରଙ୍କୁ ଘେରି ସାରିଛନ୍ତି।

ସ୍ବାତୀ ମାଲିଓ୍ବାଲ ଗତ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସାରା ଦେଶରେ ‘ଦିଶା ବିଲ୍’ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ। ଉଲ୍ଲେଖନୀୟ ଯେ, ମହିଳାଙ୍କ ବିରୋଧରେ ଅତ୍ୟାଚାର ମାମଲାର ୨୧ ଦିନ ଭିତରେ ଶୁଣାଣି କରି ଦୋଷୀଙ୍କୁ ୬ ମାସ ଭିତରେ ଫାଶି ଦେବାର ନିୟମ ଆଣିବାକୁ ଦାବି କରିଛନ୍ତି।