ରାଜଧାନୀରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର ୦୨।୧୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ପୁରୀ ବ୍ରହ୍ମଗିରି ଅଞ୍ଚଳର ସୁନୀଲ ସେଠୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରରୁ ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ମୃତକ ଡ୍ରାଇଭର ଜଣକ ପୁରୀ ବ୍ରହ୍ନଗିରି ଅଞ୍ଚଳର ସୁନୀଲ ସେଠୀ ବୋଲି ଜଣାପଡିଛି । ସେ ଭୁବନେଶ୍ବରରେ ରହି ଡ୍ରାଇଭର ଭାବେ କାମ କରୁଥିଲେ । କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

   ସମ୍ବନ୍ଧିତ ଖବର


ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ

ସାଙ୍ଘାତିକ ଷଡଯନ୍ତ୍ର: ଉତ୍କଳର ନଖ, ମ୍ୟୁଜିୟମର ନାକ କାଟିବେ…

ରାଜ୍ୟରେ ଆଉ ୨୨୯ କରୋନା ପଜିଟିଭ୍‌ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ସଢ଼େ ୭ ହଜାର ପାର୍

ରାଜଧାନୀରେ ଦୁଇ ଦିନରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ: ବରିଷ୍ଠ ନେତାଙ୍କ ପରିବାରରୁ ୭ ସଂକ୍ରମିତ

ମନ୍ତ୍ରିମଣ୍ଡଳ ଅସ୍ତ୍ରୋପଚାର ହେବ ! ଖୁବ୍‌ଶୀଘ୍ର ଛାମୁଆ ସଂଗଠନ କର୍ମକର୍ତ୍ତା…