PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ହତ୍ୟାକାରୀ ପ୍ରିୟା… ନିଦ ବଟିବା ଓ ବିଷ ଇଞ୍ଜେକସନ୍ ଦେଇ ପରିବାରର ୧୧ ଜଣଙ୍କୁ କରିଛି ହତ୍ୟା!

https://aajtak.intoday.in/

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରର ଏକ ଗାଁରେ ଚାଷ-ବାସ କାମ କରୁଥିବା ଗୋଟିଏ ପରିବାରର ୧୧ ଜଣ ଲୋକଙ୍କ ହତ୍ୟା କରାଯାଇଥିବା ମାମଲାର ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। କୁହାଯାଉଛି ଯେ, ଲକ୍ଷ୍ମୀ ନୁହେଁ ବଂର ୨୫ ବର୍ଷୀୟ ପ୍ରିୟା ଓରଫ୍ ପ୍ୟାରି ପରିବାରର ସମସ୍ତ ସଦସ୍ୟଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଛି। ଲକ୍ଷ୍ମୀ ଓ ପ୍ରିୟା ପାକିସ୍ତାନରେ ନର୍ସିଂ କୋର୍ସ କରିଥିଲେ। ପୋଲିସକୁ ମୃତଦେହ ନିକଟରୁ ବିଷ ଶିଶି ଓ ଇଞ୍ଜେକସନ୍ ମିଳିଥିଲା।

ଯାଞ୍ଚ ବେଳେ ଜଣାପଡିଥିଲା ଯେ, ପରିବାର ସଦସ୍ୟଙ୍କୁ ପ୍ରଥମେ ନିଦ ବଟିକା ଖୁଆଇ ଶୁଆଇ ଦିଆଯାଇଥିଲା। ଏହି ସମସ୍ତେ ଘର ବାହାରେ ଚାରପାଇ ପକାଇ ଶୋଇଥିଲେ, ତାଙ୍କୁ ଘୋଷାରିକି ଘର ଭିତରକୁ ଅଣାଯାଇଥିଲା। ଏହାପରେ ସମସ୍ତ ଲୋକଙ୍କୁ ମୂଷା ମରା ଔଷଧ ଇଞ୍ଜେକସନ ଦିଆଯାଇଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଏହା ଜଣାପଡିଥିଲା ଯେ, ପରିବାରର ଆଉ ଜ​‌ଣେ ସଦସ୍ୟଖାଇବା ପରେ କ୍ଷେତକୁ ଚାଲିଯାଇଥିବାରୁ ବଞ୍ଚିଯାଇଥିଲେ। ଯେତେବେଳେ ସକାଳେ ଘରକୁ ଫେରିଥିଲେ ଘରର ଅନ୍ୟ ସଦସ୍ୟଙ୍କର ମୃତ୍ୟୁ ହୋଇସାରିଥିଲା। ଏବେ ସେହି ଏକମାତ୍ର ଜୀବିତ ବ୍ୟକ୍ତି କେବଲରାମଙ୍କୁ ପଚରାଉଚରା କରାଯାଉଛି। ସମସ୍ତ ମୃତକଙ୍କ ଦେହରେ ଇଞ୍ଜେକସନ୍ ଚିହ୍ନ ରହିଥିବା ବେଳେ ପ୍ରିୟାଙ୍କ ଗୋଡରେ ଏହି ଚିହ୍ନ ରହିଛି। ତେଣୁ ସମସ୍ତଙ୍କୁ ଇଞ୍ଜେକସନ୍ ଦେବା ପରେ ପ୍ରିୟା ନିଜେ ଇଞ୍ଜେକସନ୍ ନେଇଛନ୍ତି।

ପୋଲିସର କହିବା ଅନୁସାରେ, ରାମ ଓ ତାଙ୍କର ଭାଇ ରବିଙ୍କ ବିବାହ ଯୋଧପୁରରେ ଗୋଟିଏ ପରିବାରରେ ହୋଇଥିଲା। ତାଙ୍କର ୪ ଭଉଣୀ ଥିଲେ, ସେମାନଙ୍କ ଭିତରୁ ଦୁଇଜଣ ପାକିସ୍ତାନରୁ ନର୍ସିଂ କୋର୍ସ କରି ଆସିଥିଲେ। ଅନ୍ୟ ଦୁଇଜଣ ବିବାହ ଯୋଧପୁରର  ସେହି ପରିବାର ସହ ହୋଇଥିଲା ଯେଉଁ ପରିବାରରେ ଭାଇମାନଙ୍କର ଆଗରୁ ବିବାହ ହୋଇଥିଲା। ଜଣେ ଭଉଣୀ ବାହାଘର ପରେ ଘର ପାଖରେ ରହୁଥିଲେ। ପାରିବାରିକ ବିବାଦ ବେଶ୍ କିଛି ଦିନ ଧରି ଚାଲିଥିଲା। ଏହି କାରଣରୁ ବୁଧରାମଙ୍କ ଜଣେ ପୁଅ ପାକିସ୍ତାନରୁ ଫେରିଆସିଥିଲେ।

ମୃତ୍ୟୁ ଯଦିଓ ପାରିବାରିକ ବିବାଦ କାରଣରୁ ହୋଇଛି କିନ୍ତୁ ପରିବାର ଭିତରେ ଝଗଡାର ମୁଖ୍ୟ କାରଣ ଥିଲା ଦାରିଦ୍ର୍ୟ। କିଛି ଦିନ ଧରି ଦୁଇ ପରିବାର, ଯାଦୁ-ଟୋନା, ଟୋଟକା ଓ ତାନ୍ତ୍ରିକଙ୍କ ଚକ୍କରରେ ଫଶି ରହିଥିଲା।  ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନି। ପରିବାରର ବଞ୍ଚିଥିବାର ଏକମାତ୍ର ବ୍ୟକ୍ତି ପକ୍ଷରୁ ମାମଲା ରୁଜୁ କରାଯାଇଛି। ପୋଲିସର କହିବା ଅନୁସାରେ, ମାମଲାର ଗମ୍ଭୀରତାକୁ ଦେଖି ଯାଞ୍ଚ କରାଯାଉଛି। ମୃତଦେହର ପୋଷ୍ଟମର୍ଟମ କରିବା ପରେ ଅନ୍ତିମ ସଂସ୍କାର ମଧ୍ୟ କରିଦିଆଯାଇଛି। ସମସ୍ତଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି। ଏବେ ମାମଲାକୁ ହତ୍ୟା ଓ ଆତ୍ମହତ୍ୟା ଆଙ୍ଗେଲରୁ ତଦନ୍ତ କରାଯାଉଛି।