PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢ଼ା, ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ହେବ ପାଠପଢ଼ା
  • ||
  • ସମ୍ବଲପୁର: ୮ ଘଣ୍ଟା ପରେ ପୁଣି ସହରରେ ହତ୍ୟାକାଣ୍ଡ, ମାଲତୀଗୁଣ୍ଡେପୁରରେ ଯୁବକଙ୍କୁ ହତ୍ୟା, ପ୍ରତିବାଦରେ ରାସ୍ତାରୋକ…
  • ||
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

୧୦ ଘଣ୍ଟା ପଡ଼ିରହିଲା ନାତିର ଶବ, ଟଙ୍କା ନଥିଲା ବୋଲି ଜଗି ବସିଲା ଆଈ

ଚମ୍ପୁଆ,୩୧ ।୧(ଆପ୍ର): ପାଖରେ ଟଙ୍କା ନଥିଲା । ପରିବାର ଲୋକଙ୍କର ବି ଦେଖାନଥିଲା । ନାତିର ମୃତ ଦେହ ପାଖରେ ପ୍ରାୟ ୧୦ ଘଣ୍ଟା ଧରି ସେମିତି ଗୁମ୍‌ ହୋଇ ବସି ରହିଥିଲା ଆଈ ବୁଢୀ । କାହାକୁ କିଛି କହୁନଥିଲା । କେବଳ ଭାଗ୍ୟକୁ ନିନ୍ଦି କାନ୍ଦୁଥିଲା । ଏମିତି ଦୁଃଖଦ ଦୃଶ୍ୟ ଦେଖିଲେ ଯାହାରବି ଆଖିରୁ ଲୁହ ବୋହିଯିବ । କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ବୃଦ୍ଧା ଜଣଙ୍କୁ କାଗଜ ଖଣ୍ଡେ ଧରାଇ ଦେଇ କର୍ତ୍ତବ୍ୟ ସାରି ଦେଇଥିଲେ । ଗୁରୁବାର ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ।
ମିଳିଥିବା ସୂଚନା ଅନୁସାରେ, ବଡବିଲ ଭଦ୍ରାସାହିର ଗଜରାଜ ନାଏକଙ୍କ ପୁଅ ବିଶାଲ ନାଏକ(୧୦)କୁ ତାର ଆଈ ଲିଲିମଣି ନାଏକ ଦୁଇ ଦିନ ତଳେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ବିଶାଲର ଦେହ ଖରାପ ଥିବାରୁ ଡାକ୍ତର ୬୪ ନମ୍ବର ବେଡ୍‌ରେ ରଖି ଚିକିତ୍ସା କରୁଥିଲେ । କିନ୍ତୁ ଗତ ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଲର ମୃତ୍ୟୁ ହୋଇଯାଇଥିଲା । ଲିଲିମଣି ମୃତ ନାତିର ଶବକୁ ଘରକୁ ନେବାକୁ ଚାହିଁଲେ ହେଁ ପାଖରେ ପଇସା ନଥିଲା । ପ୍ରାୟ ୧୦ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଶାଲର ମୃତ ଦେହ ଡାକ୍ତରଖାନା ବେଡ୍‌ ଉପରେ ପଡି ରହିଥିଲା ।
ଏହି ଖବର ପାଇ ଚମ୍ପୁଆର କିଛି ଗଣମାଧ୍ୟମ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିବା ପରେ ମେଡିକାଲ କର୍ତ୍ତୃପକ୍ଷ ଚଳଚଞ୍ଚଳ ହୋଇ ଉଠିଥିଲେ । ଲିଲିମଣିଠୁ ସମସ୍ତ କଥା ଶୁଣିବା ପରେ ଚମ୍ପୁଆ ଅତିରିକ୍ତ ଉପଜିଲ୍ଲାପାଳ ସପନ କୁମାର ସାହୁଙ୍କ ସହ ତୁରନ୍ତ ଯୋଗାଯୋଗ କରାଯାଇଥିଲା । ଏହା ପରେ ଡାକ୍ତରଖାନା ପକ୍ଷରୁ ତରବରିଆ ଭାବେ ଆମ୍ବୁଲାନ୍ସ ସାହାଯ୍ୟରେ ବିଶାଳର ମୃତ ଦେହ ତାର ଗାଁକୁ ପଠାଇଥିଲେ । ଘଟଣା ସମ୍ପର୍କରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଚିକିତ୍ସାଧିକାରୀ କର୍ଣ୍ଣରାମ ମହାନ୍ତଙ୍କ ଯୋଗାଯୋଗ କରିବାରୁ କହିଲେ, ଆମେ ସବୁ ବନ୍ଦୋବସ୍ତ କରିଦେଇଛୁ । ଶୀଘ୍ର ଆମ୍ବୁଲାନ୍ସରେ ମୃତ ଦେହ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସଫେଇ ଦେଇଥିଲେ । ତେବେ କେଉଁ କାରଣ ପାଇଁ ମୃତ ଦେହ ଉଠିବା ପାଇଁ ୧୦ ଘଣ୍ଟା ଲାଗିଲା ବୋଲି ପ୍ରଶ୍ନର ଉତ୍ତରରେ କାଗଜପତ୍ର କାମ ସରିବାରେ ବିଳମ୍ବ ହେତୁ ଏପରି ହୋଇଥିବା ସେ ପ୍ରକାଶ କରିଛନ୍ତି ।