PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

କରୋନାର କରୁଣ କାହାଣୀ: ଗ୍ରାମବାସୀ କାନ୍ଧ ଦେଲେନି, ଟ୍ରଲିରେ ଜୁଇକୁ ଗଲା ଶବ

କୋଣାର୍କ, ୬/୦୮: ସାରା ଦେଶରେ କରୋନା ମହାମାରୀ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଲୋକେ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଯେତେ ନିଜର ଲୋକ ହେଲେ ବି ଆକ୍ରାନ୍ତଙ୍କ ପାଖ ମାଡ଼ିବାକୁ ସାହସ କରୁନାହାନ୍ତି । ଖାଲି ସେତିକି ନୁହେଁ ସାଧାରଣ ଜ୍ୱର କିମ୍ବା ଝାଡ଼ାରେ ଆକ୍ରାନ୍ତ ହୋଇ କେହି ମୃତ୍ୟୁବରଣ କଲେ ବି ଶବକୁ ଛୁଇଁବାକୁ ଲୋକେ ରାଜି ହେଉନାହାନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ଅଞ୍ଚଳରେ । ଜଣେ ଯୁବକଙ୍କର ଜ୍ୱରଜନିତ ମୃତ୍ୟୁ ହୋଇଥିବା ବେଳେ ଶବକୁ କାନ୍ଧରେ ବୋହିବାକୁ ଗ୍ରାମବାସୀ ରାଜି ହୋଇ ନଥିଲେ । ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଏକ ଟ୍ରଲିରେ ଶବକୁ ଜୁଇ ପର୍ଯ୍ୟନ୍ତ ଟାଣି ଟାଣି ନିଆଯାଇଥିଲା । ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଖବରରୁ ପ୍ରକାଶ ଯେ, କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡ଼ି ଗ୍ରାମର ଜଣେ ଯୁବକ(୨୭) ଗତ ୧୦ ଦିନ ହେବ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଜ୍ୱର ନ ଛାଡ଼ିବାରୁ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବୁଧବାର ତାଙ୍କ କୋଭିଡ ପରୀକ୍ଷା ହେବାର ଥିଲା ା ହେଲେ ଏହା ପୂର୍ବରୁ ସେ ପ୍ରାଣ ହରାଇଥିଲେ । ତେବେ ଯୁବକ ଜଣକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ନେଇ ବୁଧବାର ସକାଳୁ ପ୍ରଚାର ହୋଇଯାଇଥିଲା । ଫଳରେ ଗ୍ରାମବାସୀ ଶବକୁ କାନେ୍ଧଇ ଜୁଇକୁ ନେବାକୁ ରାଜି ହୋଇନଥିଲେ । ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଶବ ଘର ବାରଣ୍ଡାରେ ପଡ଼ି ରହିଥିଲା । କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ ନୋଡାଲ ଅଫିସର ଭାଗ୍ୟରଥି ବରାଳ ଏବଂ ଅନ୍ୟ ଦୁଇ ଜଣଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଦିନ ୧୨ଟାରେ ପିପିଇ କିଟ୍‌ ଆସିବା ପରେ ସଂପର୍କୀୟଙ୍କ ସମେତ ଗ୍ରାମର ଦୁଇ ଜଣ ଟ୍ରଲିରେ ଶବକୁ ନେଇ ନିକଟସ୍ଥ ଶ୍ମଶାନରେ ଦାହ କରିଥିଲେ ା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।