ମଧ୍ୟାହ୍ନ ଭୋଜନ ଭିତରୁ ବାହାରିଲା ମଲା ମୂଷା, ୯ ଛାତ୍ର ଅସୁସ୍ଥ

ମୁଜଫରନଗର,୩।୧୨: ଉତ୍ତର ପ୍ରଦେଶର ମୁଜଫରନଗରରେ ଥିବା ଏକ ଇଣ୍ଟର କଲେଜରେ ମଙ୍ଗଳବାର ମଧ୍ୟାହ୍ନରେ ପ୍ରଥମ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କୁ ଦିଆଯାଇଥିବା ମିଡ୍-ଡେ ମିଲରୁ ମିଳିଛି ମଲା ମୂଷା। ଏହାପରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସକଙ୍କ କହିବା ଅନୁସାରେ, ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଠିକ୍ ଅଛି।

ମିଳିଥିବା ସୂଚନା ଅନୁସାରେ, ଇଣ୍ଟର କଲେଜ୍ ପଚେଡାରେ ୬ଷ୍ଠ ଶ୍ରେଣୀର ଛାତ୍ରଙ୍କୁ ଦିଆଯାଇଥିବା ମିଡ୍-ଡେ ମିଲ ଭିତରୁ ମଲା ମୂଷା ବାହାରିଥିଲା। ମଙ୍ଗଳବାର ମଧ୍ୟାହ୍ନରେ ମିଡ୍ ଡେ ମିଲ୍ ବାଣ୍ଟୁଥିବା ସଂସ୍ଥା ଯୁବ କଲ୍ୟାଣ ସେବା ସମିତି ପକ୍ଷରୁ ମିଡ୍ ଡେ ମିଲରେ ଭାତ-ଡାଲି ପଠାଯାଉଥିଲା।

ମିଡ୍ –ଡେ ମିଲର ଡାଲି ଭିତରେ ମୃତ ମୂଷା ଦେଖି ପିଲାମାନେ ଭୟଭୀତ ହୋଇପଡିଥିଲେ। ଯେତେବେଳେ ଏହି ମଲା ମୂଷା ଦେଖିବାକୁ ମିଳିଥିଲା ସେତେବେଳ ପର୍ଯ୍ୟନ୍ତ ୯ ଜଣ ପିଲା ଓ ଜଣେ ଶିକ୍ଷକ ମିଡ୍-ଡେ ମିଲ୍ ଖାଇସାରିଥିଲେ। ଅନ୍ୟପକ୍ଷେ ଖାଦ୍ୟ ଔଷଧ ପ୍ରଶାସନ ବିଭାଗ ଘଟଣାସ୍ଥଳରେ ଯାଇ ମିଡ୍ –ଡେ ମିଲକୁ ଜବତ କରିବାର ନମୁନା ନେଇଛି। ସମସ୍ତ ୯ଜଣ ପିଲା ଓ ଶିକ୍ଷକଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଔଷଧ ଓ ଇଞ୍ଜେକସନ୍ ଲଗାଇ ଘରକୁ ପଠାଇ ଦିଆଯାଇଛି। ଏସଡିଏମ ସଦର ନୀଜର ମଲିକ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ମନାକଲେ ପରିବାର ଲୋକ, ପୋଲିସ କରିପାରେ ଅନ୍ତିମ ସଂସ୍କାର