ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…

ଟେକ୍ସାସ୍-ଯେମିତି ଲାଗୁଛି ୨୦୨୦ ମସିହା  ଏକ  ଅଭିଶପ୍ତ ବର୍ଷ ହୋଇ ଆସିଛି । କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଘାତକ ଜୀବାଣୁ  ନେଉଛି ଜୀବନ । ଲୋକେ  ଏହି ମହାମାରୀରେ  ଆତଙ୍କିତ  ଅବସ୍ଥାରେ ଥିବାବେଳେ , ପୁଣି ଏକ ବିପଦ ଆସି ମୁଣ୍ଡ ଟେକିଛି ।

ସୂଚନା ମୁତାବକ, ଉକ୍ତ  କ୍ଷୁଦ୍ର  ଜୀବାଣୁଟି ବ୍ରେନ୍‌କୁ କରୁଛି  ଆଟାକ୍‌ ।  ଏହି  କ୍ଷୁଦ୍ର ଜୀବାଣୁ  ଲୋକେ ବ୍ୟବହାର କରୁଥିବା ଟ୍ୟାପ୍‌ ପାଣିରେ ହିଁ ଆସୁଛି ।  ଟେକ୍ସାସ ଅଥୋରିଟି ଶୁକ୍ରବାର ଦିନ ଏଥିନେଇ  ଲୋକଙ୍କ ସତର୍କ  କରିଦେଇଛନ୍ତି । ଆଉ ଟ୍ୟାପ୍‌ ୱାଟର ବ୍ୟବହାର  ନକରିବାକୁ  ନିର୍ଦ୍ଦେଶ  ଦେଇଛନ୍ତି । ଯାହାକି ବ୍ରେନ୍‌କୁ ଆଟାକ୍‌ କରୁଥିବା ଭାଇରସ୍‌ ଏଥିରେ ମିଶି ରହିଛି ।

 Naegleria fowleri ନାମକ ଏହି  ମାଇକ୍ରୋସ୍ପୋପିକ୍‌ ଆମୋଇବାଟି ବହୁତ ଘାତକ ସାଜିଛି ।

ଏହି କ୍ଷୁଦ୍ରଜୀବାଣୁର ସନ୍ଧାନ ଚଳିତ ମାସ ଆରମ୍ଭରେ ମିଳିଥିଲା। ସଂକ୍ରମିତ ହୋଇଥିବା ଜଣେ ୬ବର୍ଷର ପିଲାର ମୃତ୍ୟୁ ଘଟିଥିଲା । ଯାହାକି  ସମ୍ୱନ୍ଧିତ ପ୍ରେସ୍‌ ସୂତ୍ରରୁ ପ୍ରକାଶ ।

ପରିବେଶ ଗୁଣବକ୍ତା ଆୟୋଗ ସତର୍କ କରି କହିଛି କି ଟ୍ୟାପ୍‌ ୱାଟରକୁ କେବଳ ଟେକ୍ସାସର ୮ଟି  ସହରରେ  ବ୍ୟବହାର ହେଉଥିଲା  ଏବଂ ଲୋକଙ୍କୁ ସୂଚନା ଦେଇ କହିଛି କି  ଏବେ ସର୍ବଦା ଗରମ ପାଣି  ପିଅ ।

Naegleria fowleri ଜୀବାଣୁଟି ୱାର୍ମ ଫ୍ରେସ୍‌ ୱାଟର ଓ ହଟ୍‌ ସ୍ପ୍ରିଂରେ ମାଟିରେ ରହିପାରେ । ଆଉମଧ୍ୟ  ସ୍ୱୁଇମିଂ ପୁଲ୍‌ , ଯେଉଁଠି ତଦାରଖ ଠିକ୍‌ରେ ହୋଇନଥାଏ କିମ୍ୱା   ଇଣ୍ଡଷ୍ଟ୍ରିଆଲ୍‌ ହଟ୍‌ ୱାଟର ଡିସଚାର୍ଜରେ ଏହା ରହିପାରେ ।

ଯେତେବେଳେ ଏହି ଜୀବାଣୁ  ଥିବା ପାଣି ନାକ ବାଟେ ଶରୀରକୁ ଯାଇଥାଏ । ଏହା ଘାତକ ସାଜେ । କିନ୍ତୁ ଏହା ସର୍ବାଦା ହୋଇନଥାଏ ବୋଲି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ କହିଛି ।

୨୦୧୧ ଓ ୨୦୧୩ ମସିହାରେ  ଏହି ବ୍ୟାକ୍ଟେରିଆ ମଧ୍ୟ ଟେକ୍ସାସର  ପିଇବା ପାଣି  ସିଷ୍ଟମ ଉପରେ  ପ୍ରଭାବ ପକାଇଥିଲା ।  ଏହା ହେଉଛି  ଏହି ରାଜ୍ୟରେ ୩ୟ ଥର ଘଟଣା, ଯାହାକି ପିଇବା  ପାଣିରେ ଏହି ଜୀବାଣୁ ଲୋକଙ୍କୁ ସଂକ୍ରମିତ କରୁଛି ଆଉ ଜୀବନ ବି ନେଉଛି ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ