PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ମଲା ଲୋକ ବିକିଲା ଜମି: ଥାନାରେ ମାମଲା ରୁଜୁ

ଛତ୍ରପୁର ୩୧/୮ : ଗଞ୍ଜାମ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଲା ଲୋକ ଜମି ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଜମି ପଞ୍ଜୀକରଣ ପରେ ବିକ୍ରି ଦଲିଲ୍‌ ଆଧାରରେ ତହସିଲଦାର ପଟ୍ଟା ପ୍ରଦାନ କରିଛନ୍ତି । ରେଜିଷ୍ଟ୍ରେସନ ଅଧିକାରୀ ଏବଂ ତହସିଲଦାର ଜଣେ ଅଫିସର ଥିବା ଜଣାପଡ଼ିଛି । ଭୁବନେଶ୍ୱରର ପ୍ଲଟ ନଂ ଏମ୍‌ବି-୫୮ ବରଗଡ଼ ବ୍ରିଟ୍‌ କଲୋନିର ସଞ୍ଜୁକ୍ତା ପଣ୍ଡା ଅଭିଯୋଗ ସମ୍ପର୍କରେ ଗଞ୍ଜାମ ଥାନାରେ ଏତଲା ଦେଇଥିବା ଥାନା ଆଇଆଇସି ସୁଦାମ ଚରଣ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି ଏତଲା ଡାକ ଯୋଗେ ଆସିଛି । ଏହାକୁ ଅନୁଧ୍ୟାନ କରାଯାଉଥିବା ଆଇଆଇସି ମଲ୍ଲିକ କହିଛନ୍ତି ।

ସୂଚନା ଅନୁସାରେ ସଞ୍ଜୁକ୍ତା ପଣ୍ଡାଙ୍କ ଜେଜେ ବାପା ଜଗନ୍ନାଥ ପଣ୍ଡା ୧୯୭୭ ମସିହାରୁ ମୃତ୍ୟୁବରଣ କରିଛନ୍ତି । ତାଙ୍କ ନାମରେ ଜାଲ୍‌ ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ତାଙ୍କର ନାମରେ ଥିବା ଗଞ୍ଜାମ ତହସିଲ ଅଧିନ ଦାମୋଦରପୁର ମୌଜା ଖାତା ନଂ ୪୧, ପ୍ଲଟ ନଂ ୬୧ ଏବଂ ଏକର ୦.୩୨୦ ଜମିକୁ ତାଙ୍କ ଭଉଣୀଙ୍କ ନାମରେ ୧୦ ଜୁଲାଇ ୨୦୧୮ରେ ଗଞ୍ଜାମ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ରେଜିଷ୍ଟ୍ରି କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି । ବିକ୍ରୟ ଦଲିଲ୍‌ ନଂ ୧୯୬୧୮୦୦୧୮୦ ବୋଲି ଥାନାରେ ଦିଆଯାଇଥିବା ଏତଲାରେ ସଞ୍ଜୁକ୍ତା ପଣ୍ଡା ଜଣାଇଛନ୍ତି ।

ଏଥିରେ ତାଙ୍କ ଭଉଣୀ, ଭଉଣୀଙ୍କ ସ୍ୱାମୀ ଓ ଜଣେ ସମ୍ପର୍କୀୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି କରିବା ଘଟଣାର ତଦନ୍ତ ଦାବି କରିବା ସହ ଘଟଣା ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ଗଞ୍ଜାମ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଗତ ୧୦ ଜୁଲାଇ ୨୦୧୮ରେ ଏହି ଜମି ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗଞ୍ଜାମ ତହସିଲ ପକ୍ଷରୁ ଖତିୟାନ ନମ୍ବର ୧୬୩/୭୦୦ରେ ୩ ଅଗଷ୍ଟ ୨୦୧୮ରେ ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା ପ୍ରସ୍ତୁତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ଜମି ରେଜିଷ୍ଟ୍ରେସନ ସମୟରେ ରେଜିଷ୍ଟେସନ ଅଧିକାରୀ ଦାୟିତ୍ୱରେ ଥିବା ଅଫିସର ପଟ୍ଟା ପ୍ରଦାନ ବେଳେ ତହସିଲଦାର ଥିଲେ ।

ଗଞ୍ଜାମ ତହସିଲରେ ପୂର୍ବରୁ ଏହିପରି ବହୁ ଜାଲିଆତି ଜମି ଏବଂ ଘରପଟ୍ଟା ମଞ୍ଜୁର ଅଭିଯୋଗରେ କିଛି ବ୍ୟକ୍ତି ଗିରଫ ହୋଇଥିଲେ । ସେସବୁ ଜାଲ୍‌ ପଟ୍ଟା ରଦ୍ଦ କରାଯାଇଥିଲା । ଏସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସମସ୍ତ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବି ହୋଇଛି ।