PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଅଶାନ୍ତିରେ ଜୀବନ ବିତୁଥିଲା ବୋଲି ଡାକ୍ତର କଲେ ଅଦ୍ଭୁତ କାଣ୍ଡ – ସ୍ୱାମୀ ଓ ୨ନାବାଳକ ପିଲାଙ୍କୁ ମାରି ନିଜେ କଲେ ଆତ୍ମହତ୍ୟା

Representative image

ନାଗପୁର , ୧୯ ଅଗଷ୍ଟ –  ଜଣେ ୪୧ ବର୍ଷିୟା ଡାକ୍ତରଙ୍କ ଅଦ୍ଭୁତ କାଣ୍ଡ । ନିଜ ସ୍ୱାମୀ ଓ ୨ଜଣ ନାବାଳକ ୨ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ଦିନ ମହାରାଷ୍ଟ୍ରର  ନାଗପୁର ସହରରୁ ଏହି ଘଟଣା ସାମନାକୁ ଆସିଥିଲା।

ପୁଲିସ୍‌  ସୂତ୍ରରୁ ପ୍ରକାଶ , ଡାକ୍ତର ସୁଷମା ରାଣେ , ତାଙ୍କର ସ୍ୱାମୀ ଧିରଜ ( ୪୨) ଏକ ଇଂଜିନିୟରିଂ କଲେଜ୍‌ରେ ପ୍ରଫେସର ଏବଂ ସେମାନଙ୍କର  ଦୁଇ ଜଣ ପିଲା ଜଣେ ୧୧ ବର୍ଷ ଓ ଆଉ ଜଣେ ୫ବର୍ଷର । କୋରାଡି ଅଞ୍ଚଳରେ ଥିବା ଓମ୍‌ ନଗରର ଘରେ ସମସ୍ତଙ୍କୁ ମୃତ ଭାବେ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଧିରଜ ଓ ପିଲାଙ୍କର ମୃତଦେହ ମାଷ୍ଟର ବେଡ୍‌ରୁମ୍‌ର ବେଡ୍‌ରେ  ଉଦ୍ଧାର ହୋଇଥିଲା । ଆଉ ଡାକ୍ତରଙ୍କୁ ଫ୍ୟାନ୍‌ରେ ଝୁଲି ଥିବାର  ମିଳିଥିବା। କୋରାଡି ପୁଲିସ୍‌ ଷ୍ଟସମ ପକ୍ଷରୁ ସୂଚନା ।  

ଏହି ସାମନାକୁ ସେତିକି ବେଳେ ଆସିଲା , ଯେତେବେଳେ ଡାକ୍ତରଙ୍କ ପାଖରେ ରହୁଥିଲା ତାଙ୍କର ୬୦ ବର୍ଷିୟା  ଖୁଡୀ ଆସି ତାଙ୍କର ବେଡ୍‌ ରୁମ୍‌ ଖୋଲିବାକୁ ଡାକିଲେ । ହେଲେ କିଛି ପ୍ରତିକ୍ରିୟା ପାଇନଥିଲେ ।

ପୁଲିସ୍‌ ଦୁଇଟି ସିରିଞ୍ଜ୍‌ ଓ ଏକ ସୁଇସାଇଡ୍‌ ନୋଟ୍‌ ସେହି ସ୍ଥାନରୁ ଉଦ୍ଧାର କରିଛି । ପୁଲିସ୍‌ କହିଛି ସୁଷମା ସବୁବେଳେ ଦୁଃଖିତ ଥିଲେ , ତେଣୁ ସେ ଏମିତି ପଦକ୍ଷେପ ନେଇଥିଲେ ବୋଲି ନୋଟ୍‌ରେ ସୂଚିତ କରିଛନ୍ତି।

ପ୍ରାଥମିତ ତଦନ୍ତରୁ ଜଣା ଯେ, ସୁଷମା ତାଙ୍କର ସ୍ୱାମୀ ଓ ପିଲାଙ୍କୁ ଗଭୀର ନିଦରେ ଖାଦ୍ୟରେ କିଛି ଔଷଧ ମିଶାଇ ଖାଇବାକୁ ଦେଇଥିଲେ । ସେମାନେ ଅଚେତ ହୋଇଯାଇଥିଲେ । ପରେ ସୁଷମା କିଛି ଅଜଣା ମେଡିସିନ୍‌ର ଇଜେକସନ ତାଙ୍କୁ ଦେଇଥିଲେ ବୋଲି ଅଧିକାରୀ ସୂତ୍ରରୁ ପ୍ରକାଶ ।

ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।   

ସମ୍ବନ୍ଧିତ ଖବର