PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷିକୁ ଫାଶୀ ଦଣ୍ଡାଦେଶ

ବାରିପଦା ୨୯/୮ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଗରୁଡ଼ବସାରେ ଗତବର୍ଷ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ-୧ (ଶିଶୁ ଅଦାଲତ)ବିଚାରପତି ମହମ୍ମଦ ଇରସାଦୁନ ନବୀ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋକ୍‌ସୋ ଆଇନ ପ୍ରଣୟନ ପରେ ଏହା ବାରିପଦାରେ ପ୍ରଥମ ଫାଶୀ ଦଣ୍ଡାଦେଶ । ଏପରି ଜଘନ୍ୟକାଣ୍ଡର ବର୍ଷେ ଦୁଇମାସ ମଧ୍ୟରେ ଆସାମୀ ପ୍ରତି ଦଣ୍ଡବିଧାନକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ସୂଚନା ମୁତାବକ, ଗତବର୍ଷ ଜୁନ୍‌ରେ ଗରୁଡବସା ଗ୍ରାମର ମିଲନ ମହାନ୍ତଙ୍କ ପୁଅ ଯାମିନୀକାନ୍ତ ମହାନ୍ତ(୨୫) ସାଇକେଲ ଶିଖାଇବା ବାହାନାରେ ସେହି ଗ୍ରାମର ଜଣେ ୮ବର୍ଷର ନାବାଳିକାକୁ ଭୁଲାଇ ଅପହରଣ କରି ନେଇଥିଲା । ଛୋଟ ଝିଅଟିକୁ ନିକଟ ଜଙ୍ଗଲକୁ ନେଇଯାଇ ବଳାତ୍କାର କରିବା ପରେ ହତ୍ୟା କରିଥିଲା । ପରିବାର ଲୋକେ ଝିଅକୁ ନ ପାଇ ଅନେକ ଖୋଜାଖୋଜି କରି ପାଇନଥିଲେ । ଶେଷରେ ବେତନଟୀ ଥାନାରେ ପରିବାର ପକ୍ଷରୁ ଜୁନ ୧୫ ତାରିଖରେ ଏତଲା ଦିଆଯାଇଥିଲା ।

ଏହି ଏତଲା ଉପରେ ୮୨ ନମ୍ବର ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ୧୬ତାରିଖ ସକାଳେ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ନାବାଳିକାର ଶବକୁ ପୁଲିସ ଠାବ କରିଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଥିଲା । ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତ ବିରୋଧରେ ପୁଲିସ ୩୬୩,୩୭୬(୩),୩୭୬(ଏ), ୩୭୬(ଏବି), ୩୦୨, ୬ ପୋକ୍‌ସୋ ଏବଂ ୩(ଡବ୍ଲ୍ୟୁ), (ଭି), (ଭିଏ) ଏସଡିଏସସି ଆକ୍ଟ ଆଧାରରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା । ଅଭିଯୁକ୍ତବିରୋଧରେ ୪୯ଟି ତଥ୍ୟ ପ୍ରମାଣ ପୁଲିସ କୋର୍ଟରେ ଦାଖଲ କରିଥିଲା । ଏହି ଘଟଣାରେ ୨୭ଜଣ ସାକ୍ଷୀ ଥିଲେ ।

ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରାଜଜ-୧ କମ୍‌ ଶିଶୁ ଅଦାଲତର ମାନ୍ୟବାର ବିଚାରପତି ପୁଲିସର ଚାର୍ଜସିଟ୍‌ , ଡାକ୍ତରୀ ମାଇନା ରିପୋର୍ଟ, ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ମାମଲାକୁ ବର୍ଷେ ୨ମାସ ଭିତରେ ବିଚାର କରି ୩୭୬(ଏ) ଏବଂ ୩୦୨ ଆଧାରରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏଥି ସହିତ ମାନ୍ୟବର ବିଚାରପତି ବଳାତ୍କାରୀ ଯାମିନୀକାନ୍ତ ନାଏକ ଓରଫ ଉହାକୁ ଏକଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସରଦ ଚନ୍ଦ୍ର ସାମନ୍ତ ଏବଂ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଅଭିନ୍ନ ପଟ୍ଟନାୟକ କେସ୍‌ ପରିଚାଳନା କରୁଥିଲେ । ରାୟ ପ୍ରକାଶ ପରେ ଆସାମୀକୁ ବାରିପଦା ମଣ୍ଡଳକାରାଗାରକୁ ପଠାଇ ଦିଆଯାଇଛି ।