ରଦ୍ଦ ହେବନି ଡେଥ୍ ଓ୍ବାରେଣ୍ଟ, ଆସନ୍ତାକାଲି ସକାଳେ ଫାଶୀ ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପଓ୍ବନ କୁମାରକୁ ସୁପ୍ରିମକୋର୍ଟଙ୍କ ନିକଟରୁ ଆଜି ଲାଗିଛି ବଡ ଝଟକା। ସୁପ୍ରିମକୋର୍ଟ ପଓ୍ବନ କୁମାରର କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଦୋଷୀ ଅକ୍ଷୟ ଓ ପଓ୍ବନ ପକ୍ଷରୁ କରାଯାଇଥିବା ଆବେଦନକୁ ପଟିୟାଲା ହାଉସକୋର୍ଟ ଖାରଜ କରିଦେଇଛନ୍ତି। ଯାହାଫଳରେ ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବାର ବାଟ୍ ଏକପ୍ରକାର ପରିଷ୍କାର ହୋଇଛି।

ଏହା ଭିତରେ ଦୋଷୀ ପଓ୍ବନର ଓକିଲ ଏପି ସିଂ ପୁଣିଥରେ ପଟିୟାଲା ହାଉସକୋର୍ଟ ପହଁଞ୍ଚି ଯାଇଛନ୍ତି ଓ ତାଙ୍କର କହିବା ଅନୁସା​‌ରେ ଡେଥ୍ ଓ୍ବାରେଣ୍ଟ ଉପରେ ରୋକ୍ ଲଗାଯିବା ଦରକାର। କାରଣ ପଓ୍ବନ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି, ଯାହାକି ଏବେ ବିଚାରଧୀନ ରହିଛି। ଏହି ମାମଲାରେ ମଧ୍ୟାହ୍ନ ୨ଟା ବେଳେ ଶୁଣାଣୀ ହେବ। ଯଦିଓ ନିର୍ଭୟାଙ୍କ ମା’ଙ୍କର କହିବା ଅନୁସାରେ ଗତକାଲି ଦୋଷୀଙ୍କୁ ଫାଶୀ ହେବ।

ପଓ୍ବନ କୁମାର ଏକମାତ୍ର ଦୋଷୀ, ଯାହା ପାଖରେ କିଛି ଆଇନଗତ ବିକଳ୍ପ ରହିଥିଲା। ଏଥିରେ କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏବେ କେବଳ ରାଜକ୍ଷମା ଆବେଦନର ବାଟ ରହିଛି। ପଓ୍ବନର ଓକିଲ ଏପି ସିଂ ପଟିୟାଲା ହାଉସକୋର୍ଟରେ କହିଛନ୍ତି, ଆମେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ଦାଖଲ କରିଛୁ।

ଦୋଷୀ ପଓ୍ବନର କ୍ୟୁରେଟିଭ ପିଟିସନ୍  ଉପରେ ସୋମବାର   ଜଷ୍ଟିସ୍ ଏନ୍. ଭି ରମନ୍ନାଙ୍କ ନେତୃତ୍ବରେ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଠିସ୍ ନରିମନ୍, ଜଷ୍ଟିସନ୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଖଣ୍ଡପୀଠ ପଓ୍ବନର ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟାଙ୍କ ୩ ଦୋଷୀ ଅକ୍ଷୟ, ବିନୟ ଓ ମୁକେଶର କ୍ୟୁରେଟିଭ ପିଟିଶନ୍ ଖାରଜ କରିସାରିଛନ୍ତି।

ଶୁଣାଣି ପୂର୍ବରୁ ନିର୍ଭୟାଙ୍କ ମା’ ଆଶାଦେବୀ କହିଥିଲେ, ମୁଁ ୭ ବର୍ଷ ୩ ମାସ ହେବ ସଂଘର୍ଷ କରୁଛି। ସେମାନେ କହୁଛନ୍ତି, ଆମକୁ କ୍ଷମା କରିଦିଅ। କେହି କହୁଛି ମୋର ସ୍ତ୍ରୀ ଓ ପିଲାଙ୍କ ଭୁଲ କ’ଣ। ମୁଁ କହୁଛି ମୋର ଝିଅର ଭୁଲ କ’ଣ ଥିଲା? ଉଲ୍ଲେଖନୀୟ ଯେ,ନିର୍ଭୟା ଦୋଷୀଙ୍କୁ ଫାଶୀରେ ଚଢାଇବା ପାଇଁ ୩ ଥର ଡେଥ୍ ଓ୍ବାରେଣ୍ଟଜାରି କରାଯାଇଛି।  ତୃତୀୟ ଡେଥ୍ ଓ୍ବାରେଣ୍ଟ ଅନୁସାରେ, ନିର୍ଭୟାଙ୍କ ୪ ଦୋଷୀଙ୍କୁ ୩ ମାର୍ଚ୍ଚ ବା ଆସନ୍ତାକାଲି ସକାଳ ୬ଟା ବେଳେ ଫାଶୀ ଦିଆଯିବ।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌