ଆଜି ‘ଦେବଶୟନ ଏକାଦଶୀ’, ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ନହେଲେ…

ଆଜି ହେଉଛି ‘ଦେବଶୟନ’ ବା ପଦ୍ମା ଏକାଦଶୀ । ‘ଦେବଶୟନ ଏକାଦଶୀ’ ଦିନ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ । ‘ଦେବଶୟନୀ ଏକାଦଶୀ’ ଦିନ ଭଗବାନ ବିଷ୍ଣୁ  କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରିଥାନ୍ତି । ଏଥିପାଇଁ ଏହି ତିଥିକୁ ଦେବ ଶୟନ ଏକାଦଶୀ ବୋଲି କୁହାଯାଇଥାଏ। ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ।

asleep beautiful woman in the fairy-tale forest

ତେବେ ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ । ତା ସହିତ ଜପ-ତପ, ଦାନ, ଯଜ୍ଞ ଏବଂ ସେବା କରିବା ଉଚିତ୍। କିନ୍ତୁ ଆଜି ଆମେ କହିବାକୁ ଯାଉଛୁ ଯେ, ଏମିତି କିଛି ଜିନିଷ ଅଛି ଯାହାକୁ ଦେବ ଶୟନ ଏକାଦଶୀରେ କରିବା ଉଚିତ୍ ନୁହେଁ।

୧.  ଦେବଶୟନ ଏକାଦଶୀରେ ଜୁଆ ଖେଳିବା ଆଦୈା ଉଚିତ୍ ନୁହେଁ। କାରଣ ଯେଉଁ ବ୍ୟକ୍ତି ଏମିତି କରେ ତାର ପରିବାର ସମ୍ବନ୍ଧୀୟ ସବୁକିଛି ନଷ୍ଟ ହୋଇଯାଏ। କୁହାଯାଏ ଯେଉଁ ସ୍ଥାନରେ ଜୁଆ ଖେଳାଯାଏ ତାହା ଅଧର୍ମର ସ୍ଥାନ ହୋଇଥାଏ।

୨. ଦେବ ଶୟନ ଏକାଦଶୀ ଦିନ ରାତିରେ ଶୋଇବା ଉଚିତ୍ ନୁହେଁ। କାରଣ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ପୁରା ରାତି ଜାଗର ରହି ଭଗବାନ ବିଷ୍ଣୁଙ୍କ ଭକ୍ତି, ମନ୍ତ୍ର ଜପ ଏବଂ ଭଜନ ଗାନ କରେ ତାକୁ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ।

୩. ଏହି ଦିନ ଖାଇବା ପିଇବାକୁ ନେଇ ମଧ୍ୟ ବାରଣ କରାଯାଇଥାଏ। ଅର୍ଥାତ୍ ଏକାଦଶୀରେ ପାନ ଖାଇବା ଉଚିତ୍ ନୁହେଁ। କାରଣ ଖାଇବା ଦ୍ବାରା ବ୍ୟକ୍ତିର ମନରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଏକାଦଶୀ ଦିନ ପାନ ଖାଇବାକୁ ମନା କରାଯାଇଥାଏ।

୪. ଏହା ବ୍ୟତୀତ ସବୁଠୁ ମୁଖ୍ୟ କଥା ହେଲା କି, ଏହି ଦିନ କାହାରି ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। କିମ୍ବା କାହାର ନିନ୍ଦା କରନ୍ତୁ ନାହିଁ। କାରଣ ଯେଉଁ ବ୍ୟକ୍ତି ଏଭଳି କାମ କରେ ତାର ସମ୍ମାନ ହ୍ରାସ ହୋଇଥାଏ।

୫. ଦେବଶୟନ ଏକାଦଶୀ ଦିନ କୈାଣସି ପ୍ରକାରର ଚୋରି ବା ହିଂସା କରିବା ଉଚିତ୍ ନୁହେଁ। କାରଣ ଏହାକୁ ମହାପାପ ବୋଲି କୁହାଯାଇଥାଏ। କୁହାଯାଏ କି ହିଂସା କେବଳ ଶରୀରରୁ ନୁହେଁ ବରଂ ମନରୁ ବି କରିବା ଉଚିତ୍ ନୁହେଁ।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ