PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏଟିଏମ୍‌ ଠକେଇରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ଏଟିଏମ୍‌ କାର୍ଡକୁ କରନ୍ତୁ ସ୍ବିଚ ଅଫ୍: ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ ୨୮/୮: କ୍ରମାଗତ ଭାବେ ଏଟିଏମ୍‌ ଠକେଇ ବଢ଼ିଚାଲିଛି । ବିଭିନ୍ନ ପ୍ରକାର ଟୁଲ୍‌ ଜରିଆରେ ଏଟିଏମ୍‌ କାର୍ଡର କ୍ଲୋନିଂ କରି ଠକମାନେ ବ୍ୟାଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଡେଇ ନେଇ ଯାଉଛନ୍ତି । ଏଭଳି କ୍ଷେତ୍ରରେ ଏଟିଏମ୍‌ କାର୍ଡ ବ୍ୟବହାର କରିବା ସମୟରେ ସତର୍କ  ରହିବା ନିତାନ୍ତ ଦରକାର । ତେବେ ଏକ ଉପାୟ ଅଛି ଯାହା ସାହାଯ୍ୟରେ ଏଭଳି ଠକେଇରୁ ନିଜକୁ ବଞ୍ଚାଇପାରିବେ । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ), ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏକ୍ସିସ୍‌ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ଡେବିଟ୍‌ କାର୍ଡ(ଏଟିଏମ୍‌ କାର୍ଡ)କୁ ସ୍ୱିଚ୍‌ ଅଫ୍‌ କରିବାର ସୁବିଧା ଉପଲବ୍ଧ କରୁଛନ୍ତି ।

ଏହି ବୈଶିଷ୍ଟ୍ୟ ଜରିଆରେ ଆପଣ ନିଜ ଏଟିଏମ୍‌ କାର୍ଡକୁ ଉକ୍ତ ସମୟରେ ସ୍ୱିଚ୍‌ ଅଫ୍‌ କରିପାରିବେ ଯେତେବେଳେ ଏହାକୁ ବ୍ୟବହାର କରୁନାହାନ୍ତି । ଏଟିଏମ୍‌ କାର୍ଡ ସ୍ୱିଚ୍‌ ଅଫ୍‌ ହେବା ପରେ ଏହାର ଦୁରୁପଯୋଗ ହୋଇପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ଡେବିଟ୍‌ କାର୍ଡକୁ କିପରି ସ୍ୱିଚ୍‌ ଅଫ୍‌ କରିବେ ।

ଏସ୍‌ବିଆଇ ଡେବିଟ୍‌ କାର୍ଡକୁ ଏପରି କରିବେ ସ୍ୱିଚ୍‌ ଅଫ୍‌ ଏବଂ ଅନ୍‌

ଷ୍ଟେଟ୍‌ ବ୍ୟାଙ୍କର ଏକ ଆପ୍‌ ଅଛି ଏସ୍‌ବିଆଇ କ୍ୱିକ୍‌ । ଏହି ଆପ୍‌ ସାହାଯ୍ୟରେ ଆପଣ ନିଜ ଏସ୍‌ବିଆଇ ଡେବିଟ୍‌ କାର୍ଡକୁ ସ୍ୱିଚ୍‌ ଅଫ୍‌ ଏବଂ ସ୍ୱିଚ୍‌ ଅନ୍‌ କରିପାରିବେ । ଏହି ଆପ୍‌ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉଭୟ ପ୍ଲାଟ୍‌ଫର୍ମରେ ଉପଲବ୍ଧ । ଏହି ଆପ୍‌ର ବ୍ୟବହାର କରି ଆପଣ ସହଜରେ ଡେବିଟ୍‌ କାର୍ଡର ସ୍ୱିଚ୍‌ ଅଫ୍‌ ଏବଂ ସ୍ୱିଚ୍‌ ଅନ୍‌ କରିପାରିବେ ।

କ’ଣ କରିବେ

ପ୍ରଥମେ ଏସ୍‌ବିଆଇ କ୍ୱିକ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ । ଏହି ଆପ୍‌କୁ ଆପଣ ଗୁଗୁଲ୍‌ ପ୍ଲେ ଷ୍ଟୋର କିମ୍ବା ଆପଲ୍‌ ଆପ୍‌ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ । ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ଏଟିଏମ୍‌ କାର୍ଡ କନ୍‌ଫିଗରେସନ୍‌କୁ ଯାଆନ୍ତୁ । ଏଟିଏମ୍‌ କାର୍ଡ କନ୍‌ଫିଗରେସନ୍‌ରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ତିନୋଟି ବିକଳ୍ପ ମିଳିବ ।  ଏଟିଏମ୍‌ କାର୍ଡ ବ୍ଲକିଂ, ଏଟିଏମ୍‌ କାର୍ଡ ସ୍ୱିଚ୍‌ ଅଫ୍‌/ସ୍ୱିଚ୍‌ ଅନ୍‌ ଏବଂ ଜେନେରେଟ୍‌ ପିନ୍‌ ।

ଏଟିଏମ୍‌ କାର୍ଡ ସ୍ୱିଚ୍‌ ଅଫ୍‌/ସ୍ୱିଚ୍‌ ଅନ୍‌ ବିକଳ୍ପରେ କ୍ଲିକ୍‌ କରନ୍ତୁ । ଆପଣଙ୍କ କାର୍ଡର ଅନ୍ତିମ ୪ଟି ନମ୍ବର ଦିଅନ୍ତୁ ।

ଏହା ପରେ ଆପଣଙ୍କୁ ଚ୍ୟାନେଲ୍ସ ଏବଂ ୟୁଜେସ୍‌କୁ ସିଲେକ୍ଟ କରିବାକୁ ହେବ । ଆପଣ ନିଜ ଏଟିଏମ୍‌ କାର୍ଡକୁ ଡୋମେଷ୍ଟିକ୍‌ ତଥା ଇଣ୍ଟର୍‌ନ୍ୟାସ୍‌ନାଲ ୟୁଜେସ୍‌ ପାଇଁ ବନ୍ଦ କରିପାରିବେ । ଏହାକୁ ବନ୍ଦ କରିବା ମାତ୍ରେ ଆପଣଙ୍କୁ କାର୍ଡକୁ ଆଉ କେଇ ବ୍ୟବହାର କରିପାରିବେ ନାହିଁ । ଏହାବ୍ୟତୀତ ଆପଣ  ଏଟିଏମ୍‌ର ଇ-କମର୍ସ ଏବଂ ପିଓଏସ୍‌ ୟୁଜେସ୍‌କୁ ମଧ୍ୟ ବନ୍ଦ କରିପାରିବେ । ଯେତେବେଳେ ଆବଶ୍ୟକ ହେବ ଏଟିଏମ୍‌ କାର୍ଡକୁ ସ୍ୱିଚ୍‌ ଅନ୍‌ କରିଦିଅନ୍ତୁ ।

ଯଦି ଆପଣ ଏହି କାର୍ଯ୍ୟ ପାଇଁ ଆପ୍‌ ଇନ୍‌ଷ୍ଟଲ କରିବାକୁ ଚାହାନ୍ତି ନାହିଁତେବେ ଏସ୍‌ଏମ୍‌ଏସ୍‌ ପଠାଇ ଏଟିଏମ୍‌ କାର୍ଡକୁ ସ୍ୱିଚ୍‌ ଅଫ୍‌ କିମ୍ବା ଅନ୍‌ କରିପାରିବେ । ଆପଣଙ୍କୁ ଏକ ଏସ୍‌ଏମ୍‌ଏସ୍‌ ଟାଇପ୍‌ କରିବାକୁ ହେବ । ଏସ୍‌ଏମ୍‌ଏସ୍‌ଟି ଏଭଳି SWON/SWOFFATM/POS/ECOM/INTL/DOM କାର୍ଡର ଅନ୍ତିମ ୪ ନମ୍ବର । ଏହାକୁ ନିଜ ପଞ୍ଜୀକୃତ ମୋବାଇଲ ନମ୍ବରରୁ ୦୯୨୨୩୯୬୬୬୬୬କୁ ପଠାଇ ଦିଅନ୍ତୁ ।

ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍‌ କାର୍ଡକୁ କିପରି କରିବେ ସ୍ପିଚ୍‌ ଅଫ୍‌ ଏବଂ ଅନ୍‌

ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍‌ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହି ବ୍ୟାଙ୍କର ଆଇମୋବାଇଲ ଆପ୍‌ ଜରିଆରେ ସ୍ୱିଚ୍‌ ଅଫ୍‌ ତଥା ଅନ୍‌ କରିପାରିବେ । ଆଇମୋବାଇଲ ଆପ୍‌ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉଭୟ ପ୍ଲାଟ୍‌ଫର୍ମରେ ଉପଲବ୍ଧ । କ’ଣ କରିବେ

ପ୍ରଥମେ ଆଇମୋବାଇଲ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ । ଆପ୍‌ ଡାଉନ୍‌ଲୋଡ୍‌ ହେବା ପରେ କାର୍ଡ ସେକ୍ସନ୍‌କୁ ଯାଇ ମ୍ୟାନେଜ୍‌ କାର୍ଡ କ୍ଲିକ୍‌ କରନ୍ତୁ । ଏଠାରେ ଏଟିଏମ୍‌ ୱିଡ୍ରୋ, ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ ଏବଂ ଇଣ୍ଟର୍‌ନାଲ୍‌ ଟ୍ରାଞ୍ଜାକ୍‌ସନ ବିକଳ୍ପ ମିଳିବ । ଏହି ଆପ୍‌କୁ ବ୍ୟବହାର କରି ଆପଣ କାର୍ଡକୁ ଅସ୍ଥାୟୀ ଭାବେ ବ୍ଲକ୍‌ କରିପାରିବେ । ଏଥିପାଇଁ ‘ଟେମ୍ପ ବ୍ଲକ୍‌’ ଉପରେ କ୍ଲିକ୍‌ କରନ୍ତୁ ।

ଏକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ କାର୍ଡ କିପରି ହେବ ସ୍ୱିଚ୍‌ ଅଫ୍‌ ଏବଂ ଅନ୍‌

ଏକ୍ସିସ୍‌ ବ୍ୟାଙ୍କ ବି ଏହାର ଗ୍ରାହକଙ୍କୁ ଏଟିଏମ୍‌ କାର୍ଡର ସ୍ୱିଚ୍‌ ଅଫ୍‌ ଏବଂ ଅନ୍‌ ସୁବିଧା ପ୍ରଦାନ କରୁଛି । ବ୍ୟାଙ୍କ୍‌ର ଆପ୍‌ ଜରିଆରେ ଆପଣ ଏଟିଏମ୍‌ କାର୍ଡକୁ ସ୍ୱିଚ୍‌ ଅଫ୍‌ ଏବଂ ଅନ୍‌ କରିପାରିବେ ।

କ’ଣ କରିବେ

ପ୍ରଥମେ ଏକ୍ସିସ୍‌ ବ୍ୟାଙ୍କର ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ । ଏହାପରେ ‘ସର୍ଭିସେସ୍‌ ଆଣ୍ଡ୍‌ ସପୋର୍ଟ’କୁ ଯାଆନ୍ତୁ । ଏଠାରେ ଆପଣଙ୍କୁ କେତେକ ବିକଳ୍ପ ମିଳିବ । ଏହି ବିକଳ୍ପଗୁଡିକ ମଧ୍ୟରୁ ଡେବିଟ୍‌ କାର୍ଡ ସ୍ୱିଚ୍‌ ଅଫ୍‌/ଅନ୍‌ ବିକଳ୍ପକୁ ବାଛନ୍ତୁ । ଏହାପରେ କାର୍ଡକୁ ସ୍ୱିଚ୍‌ ଅଫ୍‌ କରିଦିଅନ୍ତୁ ।