୪ ରାଶି ପାଇଁ ଲକି ଡିସେମ୍ବର, ଜାଣନ୍ତୁ କେଉଁମାନେ ହେବେ ମାଲାମାଲ୍

୧/୧୨: ବର୍ଷର ଶେଷ ମାସ ଡିସେମ୍ବର ଆସିଯାଇଛି । ଅନେକ ରାଶି ପାଇଁ ଏହା ଖାସ୍ ରହିବ । କିଛି ରାଶି ପାଇଁ ଏହା ଖରାପ ରହିପାରେ । ଜ୍ୟେତିଷବିଦଙ୍କ  କହିବାନୁସାରେ ଏହି ମାସରେ କିଛି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଅନ୍ୟପଟେ କିଛି ରାଶିର ଲୋକଙ୍କ ଖର୍ଚ୍ଚ ବଢିପାରେ ।

ମେଷ
ଆର୍ଥିକ ମାମଲାରେ ଆପଣଙ୍କୁ ସଫଳତା ମିଳିବାରେ ପ୍ରବଳ ସମ୍ଭାବନା ରହିଛି । ଆମଦାନୀର ନୂଆ ଉତ୍ସ ନିର୍ମାଣ ହେବ । ନୂଆ ଜବରେ ଭଲ ସାଲାରୀ ମିଳିପାରେ । ଜରୁରୀ କାର୍ଯ୍ୟରେ ଧନ ଖର୍ଚ୍ଚ ବଢିପାରେ । କୌଣସି ଖାସ୍ ବନ୍ଧୁ କିମ୍ବା ସାଙ୍ଗମାନଙ୍କ ବାହାଘରରେ ପଇସା ଖର୍ଚ୍ଚ ହେବ । ଏହି ମାସରେ ଆପଣଙ୍କ ଆୟ ଭଲ ରହିବ ।

ବୃଷ
ଅଯଥା ଖର୍ଚ୍ଚ ବଢିବ । ଆପଣଙ୍କର କୌଣସି ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି । ଜୀବନସାଥିଙ୍କ ଜବ୍ ଭଲ ଚାଲିବ । ଏହା ବ୍ୟତୀତ ପିଲାଙ୍କ ପାଠପଢାରେ ଖର୍ଚ୍ଚ ବଢିବ ।

ମିଥୁନ
ଆର୍ଥିକ ଦୃଷ୍ଟିରୁ ଏହି ମାସ ଆପଣଙ୍କ ପାଇଁ ଭଲ ନାହିଁ । ଆୟ କମିପାରେ । ଧନ ସାଧନ ମଧ୍ୟ କମ୍ ହୋଇପାରେ । ଘରର କୌଣସି କାର୍ଯ୍ୟରେ ଆପଣଙ୍କ ପଇସା ଖର୍ଚ୍ଚ ହେବ । ମାଙ୍କ ବାପଘର ଲୋକେ ଆପଣଙ୍କଠୁ ଆର୍ଥିକ ସାହାଯ୍ୟ ଆଶା କରିପାରନ୍ତି । ଏହି ମାସରେ ଆପଣଙ୍କ କିଛି ଦାମୀ ଜିନିଷ ହଜିପାରେ । ଏଥିପାଇଁ ଧ୍ୟାନ ରଖନ୍ତୁ ।

କର୍କଟ
ଏହି ମାସରେ ଗ୍ରହ ନକ୍ଷତ୍ର ସବୁ ଆପଣଙ୍କୁ ସହଯୋଗ କରିବେ । ଆର୍ଥିକ ପକ୍ଷ ମଜଭୁ ଯୋଗୁଁ ଆପଣ କିଛି ନିବେଶ ମଧ୍ୟ କରିପାରନ୍ତି । ବାଣିଜ୍ୟ କରୁଥିବା ଲୋକେ ମଧ୍ୟ ଏହି ମାସରେ ଇଛାନୁରୂପ ଫଳ ପାଇପାରନ୍ତି । ଅଟକି ଥିବା ଧନ ପାଇପାରନ୍ତି । ଏହି ମାସରେ ଆପଣ ଯାହା ବି ଚେଷ୍ଟା କରିବେ ସଫଳ ହେବେ । ତେଣୁ ଯଦି ସମ୍ଭବ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ ।

ସିଂହ
ଏହି ମାସରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କ ଧନ ସଞ୍ଚୟ ହେବ । ଦୈନିକ ଖର୍ଚ୍ଚ ପାଇଁ ଜୀବନସାଥିଙ୍କ ସହଯୋଗ ମିଳିବ । ରେଗୁଲର ଆୟ ବ୍ୟତୀତ ମଧ୍ୟ ଆପଣଙ୍କୁ ଧନ ପ୍ରାପ୍ତ ହେବ । ଖର୍ଚ୍ଚ ସୀମା ଅତିକ୍ରମ ହେବନି । ଆର୍ଥିକ ପକ୍ଷକୁ ନେଇ ଆପଣ ସନ୍ତୁଷ୍ଟ ହେବେ । ଏହି ମାସରେ ଆପଣ ନିଜ କୌଣସି ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରିବେ ।

କନ୍ୟା
ଆର୍ଥିକ ସମସ୍ୟା ବଢିପାରେ । ଭାଇ ଭଉଣୀଙ୍କ ସହ କୌଣସି ମୁଦ୍ଦାକୁ ନେଇ ତର୍କ ହୋଇପାରେ । ଆର୍ଥିକ ସମସ୍ୟା ଯୋଗୁଁ ନିଜ ଶଶୂର ଘର ଲୋକଙ୍କ ସହିତ ଆଲୋଚନା କରିପାରନ୍ତି ଏବଂ ସାହାଯ୍ୟ ମାଗିପାରନ୍ତି । ଜୀବନସାଥିଙ୍କ ଜବରେ ମଧ୍ୟ ଅସୁବିଧା ହୋଇପାରେ ।

ତୁଳା
ଏହି ମାସରେ ଆର୍ଥିକ ପକ୍ଷ ସାଧାରଣ ରହିବ । ଆର୍ଥିକ ସଙ୍କଟ ସମୟରେ ବିଜନେସ୍ ପାର୍ଟନର ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅଧିକ ଦାମରେ ପ୍ରପୋର୍ଟିଂ କ୍ରୟ ଯୋଗ ହେବ । ଏଥିରେ ଆପଣଙ୍କର କ୍ଷତି ହୋଇପାରେ । ଯଦିଓ କିଛି ଧନ ସଞ୍ଚୟ କରିବେ ତେବେ ଏହା ଯଥେଷ୍ଟ ନୁହେଁ । ମାସର ଅନ୍ତିମ ଦିନରେ ଆପଣଙ୍କ ପଇସା ଅଧିକ ଖର୍ଚ୍ଚ ହେବ ।

ବିଛା
ଆର୍ଥିକ ଜୀବନରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଅଯଥା ଖର୍ଚ୍ଚ ଆପଣଙ୍କୁ ଅସୁବିଧାରେ ପକାଇପାରେ । ସ୍ୱାସ୍ଥ୍ୟ ଯୋଗୁଁ ଖର୍ଚ୍ଚ ହୋଇପାରେ । ଯଦି ଆପଣ କୌଣସି ପ୍ରପୋର୍ଟିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଭଲଭାବେ ବିଚାର କରନ୍ତୁ ।  

ଧନୁ
ଆର୍ଥିକ ଦୃଷ୍ଟିରୁ ଏହି ମାସ ଏତେ ଭଲ ରହିବନି । ଧନ ସମସ୍ୟା ଲାଗିରହିବ । ତେବେ ସନ୍ତାନମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇପାରନ୍ତି । ଅଚାନକ ସ୍ୱାସ୍ଥ୍ୟ ଖରାପ ହୋଇ ଖର୍ଚ୍ଚ ବଢିପାରେ ।

ମକର
ଏହି ମାସରେ ପ୍ରଚୁର ଧନ ପ୍ରାପ୍ତି ହୋଇପାରେ  । ତେବେ ଖର୍ଚ୍ଚ ମଧ୍ୟ ବଢିପାରେ । ଜୀବନସାଥିଙ୍କ ନୂଆ ବିଜନେସ୍ ବା ନୂଆ ଜବ୍ ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ । ନିବେଶରେ ମଧ୍ୟ ଲାଭ ମିଳିବ । ପ୍ରଚର ଧନ ଆସିବା ଯୋଗୁଁ ସଞ୍ଚୟ କଥା ଚିନ୍ତା କରିପାରନ୍ତି ।

କୁମ୍ଭ
ନୂଆ ଘରକୁ ସିଫ୍ଟ ହେବା ପାଇଁ ଚିନ୍ତା କରିପାରନ୍ତି । ଧନ ଖର୍ଚ୍ଚ ହେବ । ନିବେଶ କରିବା ପୂର୍ବରୁ ପରାମର୍ଶ କରନ୍ତୁ । ଏହି ମାସରେ କୌଣସି ନୂଆ ଗାଡି କିଣିପାରନ୍ତି ।

ମୀନ
ସଞ୍ଚୟ କରିବାରେ ସକ୍ଷମ ହେବେ । ଯଦି ଆପଣ ପୂର୍ବରୁ ନିବେଶ କରିଛନ୍ତି ତେବେ ସେଥିରେ ଫାଇଦା ମିଳିପାରେ । ଅଟକି ଥିବା ଧନ ମିଳିବ । ଯଦି କିଛି କାମ ଆରମ୍ଭ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ପିତାଙ୍କଠୁ ଆର୍ଥିକ ସହାୟତା ମିଳିବ ।