କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ଜଟଣୀ ୦୩/୦୪: ସାରା ବିଶ୍ୱ ତଥା ସାରା ଭାରତ ବର୍ଷରେ ମହାମାରୀ କରୋନାର ଭୟାବହତା ସଂପର୍କରେ ପ୍ରତି ମୁହୂର୍ତ୍ତରେ ଆଲୋଚନା ଚାଲିଛି । ଓଡ଼ିଶା ସମେତ ସାରା ଭାରତବର୍ଷରେ ଲକ୍‌ ଡାଉନ ଲାଗୁ କରାଯାଇଛି । ଏହି ଲକ୍‌ ଡାଉନ ମଧ୍ୟରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣରୁ ଜନ ସାଧାରଣଙ୍କୁ ରକ୍ଷା କରିବା ସହିତ ସଚେତନତା ସୃଷ୍ଟି କରୁଛନ୍ତି ।

ସେହିଭଳି ଜଟଣୀ ପୌର ପରିଷଦର ସ୍ଥାୟୀ ଓ ଅସ୍ଥାୟୀ ସଫେଇ କର୍ମଚାରୀମାନେ ପ୍ରତିଦିନ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ରାସ୍ତା ଘାଟ ପରିଷ୍କାର କରିବା ସହିତ ଘର ମାନଙ୍କରୁ ଅଳିଆ ସଂଗ୍ରହ କରିବାରେ କେବେ ହେଳା କରୁନାହାନ୍ତି । ଟ୍ରଲି ଗାଡ଼ିରେ ବାଲଟି ମାନଙ୍କରେ ଅଳିଆ ବୋଝେଇ କରି ପୌର ପରିଷଦର ନିର୍ଦ୍ଧାରିତ ଅଳିଆ ପକାଇବା ସ୍ଥାନରେ ଅଳିଆ ପକାଉଛନ୍ତି । ଏହି କର୍ମଚାରୀ ମାନେ ହୁଇସିଲ ମାରି ଘର ମାନଙ୍କରୁ ଅଳିଆ ସଂଗ୍ରହ କରୁଛନ୍ତି । ବାରମ୍ବାର ଅଳିଆ ଥିବା ବାଲ୍ଟି ଧରିବା ଓ ସେହି ହାତରେ ହୁଇସ୍‌ଲ ଫୁଙ୍କିବା ଦ୍ୱାରା ମଇଳା ହାତ ସମ୍ପୃକ୍ତ ସଫେଇ କର୍ମଚାରୀଙ୍କ ମୁହଁରେ ଲାଗୁଛି । ଫଳରେ ସମ୍ପୃକ୍ତ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖା ଯିବାର ସମ୍ଭାବନା ରହିଛି ।

ନିଜ କର୍ତ୍ତବ୍ୟ ପ୍ରତି ସଚେତନ ଥିବା ଏହି ସଫେଇ କର୍ମଚାରୀ ମାନଙ୍କୁ ହୁଇସିଲ ବଜାଇବା କାର୍ଯ୍ୟରୁ ନିବୃତ କରାଇ ମୁହଁରେ ଉତ୍ତମ ମାନର ମାକ୍ସ ପ୍ରଦାନ କରିବାକୁ ନଗର ଉନ୍ନୟନ ବିଭାଗ, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ପୌର ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସଚେତନ ନାଗରିକ ମାନେ ଅନୁରୋଧ କରିଛନ୍ତି । ଏଥି ସହିତ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେବା ସହିତ ପ୍ରତି ସପ୍ତାହରେ ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ ନିମନ୍ତେ ସଚେତନ ନାଗରିକ ମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା