PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ନିର୍ଦ୍ଦେଶକ ହଂସଲ ମେହଟ୍ଟାଙ୍କ ପିତାଙ୍କ ଦେହାନ୍ତ, ସୋସିଆଲ ମିଡିଆରେ ଦେଲେ ସୂଚନା

ମୁମ୍ବାଇ ୨।୬: ଚଳଚ୍ଚିତ୍ର ନିର୍ମାତା ହଂସଲ ମେହଟ୍ଟାଙ୍କ ପିତା ଦୀପକ ସୁବୋଧ ମେହଟ୍ଟାଙ୍କ ଦେହାନ୍ତ ହୋଇଛି। ଫିଲ୍ମ ନିର୍ମାତା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ତେବେ ହଂସଲ ମେହଟ୍ଟା ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ଖବର ଦେଇନାହାଁନ୍ତି। ସେ ଟ୍ୱିଟରରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ଏବଂ ତାଙ୍କ ପିତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପିତାଙ୍କୁ ଅଲବିଦା କହିଛନ୍ତି।

ତାଙ୍କ ପିତାଙ୍କ ସହ ଏକ ଫଟୋ ସେୟାର କରି ହଂସଲ ମେହଟ୍ଟା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ମୁଁ ସବୁବେଳେ ଭାବୁଥିଲି ଯେ ସେ ମୋଠାରୁ ଆହୁରି ଆଗକୁ ଯିବେ। କିନ୍ତୁ, ମୁଁ ଭୁଲ୍ ଥିଲି । ଦୁନିଆର ସବୁଠାରୁ ସୁନ୍ଦର ମଣିଷ ଏବଂ ଉଦାର ବ୍ୟକ୍ତି। ତୁମର ବିନା ସର୍ତ୍ତ ଭଲପାଇବା ପାଇଁ ପାପାଙ୍କୁ ଧନ୍ୟବାଦ । ଧନ୍ୟବାଦ ମୋର କିମ୍ବଦନ୍ତୀ, ମୋର ହିରୋ । ‘

ଚଳଚ୍ଚିତ୍ର ନିର୍ମାତାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅନେକ ପ୍ରଶଂସକ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନେକ ସେଲିବ୍ରିଟି ହଂସଲ ମେହଟ୍ଟାଙ୍କ ଟ୍ୱିଟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ତେବେ ନିକଟରେ ହଂସଲ ମେହଟ୍ଟା ଏବଂ ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଥିଲେ। ଫିଲ୍ମ ନିର୍ମାତା ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।