ଡ୍ରଗ୍ସ ଚାଟ୍‌ ଓ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଆଡମିନ୍‌ ଥିବା ମାନିଲେ ଦୀପିକା ପାଦୁକନ୍‌-କରନ ଜୋହରଙ୍କ କମ୍ପାନିର କ୍ଷୀତିଜ ରବିପ୍ରସାଦ ଗିରଫ

ମୁମ୍ବାଇ,-: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ ବେଳେ ସାମ୍‌ନାକୁ ଆସିଥିବା ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ରେ ହାଜର ହୋଇଛନ୍ତି । ତାଙ୍କୁ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ଜେରା କରାଯାଇଥିଲା । ଜେରା ବେଳେ ଦୀପିକା ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍‌ ଅଭିଯୋଗକୁ ସ୍ୱୀକାର କରିଥିଲେ ।


ସୂଚନା ଅନୁସାରେ, ଦୀପିକାଙ୍କୁ ପୂର୍ବାହ୍ନ ୧୦ଟାରେ ପହଞ୍ଚିବାକୁ କୁହାଯାଇଥିଲା । ସେ ୧୦ ମିନିଟ୍‌ ପୂର୍ବରୁ ଅର୍ଥାତ ୯ଟା ୫୦ରେ ଏନ୍‌ସିବି ଗେଷ୍ଟ ହାଉସ୍‌ରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ତାଙ୍କ ମ୍ୟାନେଜର କରିଶ୍ମା ମଧ୍ୟ ପହଞ୍ଚିଥିଲେ । ପ୍ରଥମେ ଦୀପିକାଙ୍କୁ ଏନ୍‌ସିବି ପକ୍ଷରୁ ଗଠିତ ୫ ଜଣିଆ ଏସ୍‌ଆଇଟି ଟିମ୍‌ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ତା’ପରେ ଜେରା କରିଥିଲେ । ପରେ କରିଶ୍ମାଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଜେରା ବେଳେ ଦୀପିକା ୨୦୧୭ରେ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କ ସହିତ ହ୍ୱାଟସ୍‌ ଆପ୍‌ ଚାଟ ସ୍ୱୀକାର କରିଥିଲେ । ଏଥିସହ ସେହି ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ର ନିଜେ ଆଡମିନ୍‌ ଥିବା ମଧ୍ୟ ମାନିଥିଲେ । ତାଙ୍କର ସମସ୍ତ ହ୍ୱାଟସ୍‌ଆପ୍‌ ଚାଟ୍‌ ରିକଭରୀ ପାଇଁ ସେ ନିଜର ଦୁଇଟି

ମୋବାଇଲ ଫୋନ୍‌ ଏନ୍‌ସିବି ଟିମ୍‌କୁ ହସ୍ତାନ୍ତର କରିଥିଲେ । ଏହି ମାମଲାରେ କୌଣସି ବ୍ୟକ୍ତି କିମ୍ବା ସନ୍ଦିଗ୍ଧଙ୍କ ସହ ସେ କଥା ହେବେ ନାହିଁ ବୋଲି ଏନ୍‌ସିବି ନିକଟରେ ଅଣ୍ଡରଟେକିଂ ଲେଖିଥିଲେ । ତାଙ୍କୁ ପୁଣି ୩-୪ ଥର ଜେରା କରାଯିବ । ତେଣୁ ଜେରା ପାଇଁ ଡକାଗଲେ ସେ ଆସିବେ ବୋଲି ତାଙ୍କୁ କୁହାଯାଇଥିଲା । ଅପରାହ୍ନ ୩ଟା ୩୦ରେ ତାଙ୍କ ଜେରା ଶେଷ ହୋଇଥିଲା । ୩ଟା ୫୦ରେ ସେ ଗେଷ୍ଟ ହାଉସରୁ ବାହାରିଥିଲେ ।
ସେହିଭଳି ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲି ଖାନ୍‌ ମଧ୍ୟ ଆଜି ଏନ୍‌ସିବିରେ ହାଜର ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଶ୍ରଦ୍ଧା କପୁର ପୂର୍ବାହ୍ନ ୧୧ଟା ୫୦ରେ ଏନ୍‌ସିବି ଜୋନାଲ ଅଫିସରେ ପହଞ୍ଚିଥିଲେ । ତାଙ୍କୁ ଏନ୍‌ସିବିର ଏକ ଟିମ୍‌ ୬ ଘଣ୍ଟା ଜେରା କରିଥିଲେ । ଶ୍ରଦ୍ଧା ଜେରା ବେଳେ ସୁଶାନ୍ତଙ୍କ ସହ ପାର୍ଟିରେ ଯୋଗଦେବା ବିଷୟକୁ ସ୍ୱୀକାର କରିଥିଲେ । ମାତ୍ର ପାର୍ଟିରେ ଡ୍ରଗ୍ସ ନେବା ବିଷୟ ଅସ୍ୱୀକାର କରିଥିଲେ । ସେହିଭଳି ସାରା ଅଲି ଖାନ୍‌ ଅପରାହ୍ନ ୧ଟାରେ ଏନ୍‌ସିବି ଜୋନାଲ ଅଫିସରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ଜେରା କରାଯାଇଥିଲା । ସେ ସୁଶାନ୍ତଙ୍କ ପାର୍ଟିରେ ଯୋଗଦେବା ବିଷୟକୁ ସ୍ୱୀକାର କରିବା ସହ ଡ୍ରଗ୍ସ ସେବନକୁ ଅସ୍ୱୀକାର କରିଥିଲେ । ତେବେ ଉଭୟେ ଶ୍ରଦ୍ଧା ଓ ସାରା ଜେରା ବେଳେ କହିଛନ୍ତି କି ସୁଶାନ୍ତ ଡ୍ରଗ୍ସ ନେଉଥିଲେ । ସେପେଟ ଫିଲ୍ମ ନିର୍ମାତା କରନ ଜୋହରଙ୍କ କମ୍ପାନି ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟକାରୀ ପ୍ରଯୋଜକ କ୍ଷୀତିଜ ରବି ପ୍ରସାଦଙ୍କୁ ଆଜି ଏନ୍‌ସିବି ଗିରଫ କରିଛି । ଗତକାଲି ତାଙ୍କୁ ଏନ୍‌ସିବି ଉଠାଇ ନେଇଥିଲା । ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ଜେରା କରାଯିବା ପରେ ଆଜି ଗିରଫ କରାଯାଇଛି । କିଛି ଡ୍ରଗ୍ସ ମାଫିଆଙ୍କୁ ପଚରାଉଚୁରା କରାଯିବା ବେଳେ ତାଙ୍କ ନାମ ସାମ୍‌ନାକୁ ଆସିଥିଲା । ତେବେ କ୍ଷୀତିଜ୍‌ଙ୍କର ଧର୍ମା ପ୍ରଡକ୍ସନ ସହ କୌଣସି ସମ୍ପର୍କ ନଥିବା କମ୍ପାନି ପକ୍ଷରୁ କୁହାଯାଇଛି । ଗତକାଲି ଅଭିନେତ୍ରୀ ରକୁଲପ୍ରୀତ୍‌ ସିଂହଙ୍କୁ ଜେରା କରାଯାଇଥିଲା । ସେ ମଧ୍ୟ ଡ୍ରଗ୍ସ ଚାଟ ବିଷୟ ସ୍ୱୀକାର କରିଥିଲେ । କହିଥିଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କର କିଛି ଡ୍ରଗ୍ସ ତାଙ୍କ ପାଖରେ ରହିଯାଇଥିଲା । ତାହା ନେବା ପାଇଁ ସେ ଚାଟିଂ କରିଥିଲେ । କିନ୍ତୁ ଡଗ୍ସ କିଣିବା ଓ ସେବନ କରିବା ଖବରକୁ ଖଣ୍ଡନ କରିଥିଲେ ।

ସୂଚନାଯୋଗ୍ୟ, ହ୍ୱାଟସ୍‌ଆପ୍‌ର ଏକ ଗ୍ରୁପ ଚାଟ୍‌ରେ ଦୀପିକା, ତାଙ୍କ ମ୍ୟାନେଜର କରିଶ୍ମା ଓ ଜୟାଙ୍କ ସହିତ ୨୦୧୭ ଅକ୍ଟୋବର ୨୮ରେ ଡ୍ରଗ୍ସ ବିଷୟରେ କଥା ହେବା ଘଟଣା ସାମ୍‌ନାକୁ ଆସିଥିଲା । ସେଥିରେ ଦୀପିକା ହ୍ୟାଶିସ ଓ ବିଡ୍‌ ଭଳି ଶବ୍ଦ ବ୍ୟବହାର କରିବା ସହ ମାଲ୍‌ ଅଛି କି ବୋଲି କରିଶ୍ମାଙ୍କୁ ପଚାରିଥିଲେ । ଏହି ଗ୍ରୁପ୍‌ର ଆଡମିନ୍‌ ନିଜେ ଦୀପିକା ଥିଲେ । ସେହିଭଳି ରିୟା ଜେରା ବେଳେ କହିଥିଲେ କି ଫିଲ୍ମ କେଦାରନାଥ ସୁଟିଂ ସମୟରେ ସାରା ଅଲି ଖାନ୍‌ ସୁଶାନ୍ତଙ୍କ ନିକଟତର ହୋଇଥିଲେ । ସେହି ଦୃଷ୍ଟିରୁ ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିଲେ । ଏହା ଛଡ଼ା ପାବନାସ୍ଥିତ ସୁଶାନ୍ତଙ୍କ ଫାର୍ମ ହାଉସ୍‌ରେ ଆୟୋଜିତ ଡ୍ରଗ୍ସ ପାର୍ଟିରେ ମଧ୍ୟ ସାରା ଅଲି ଖାନ୍‌ ସାମିଲ ହୋଇଥିଲେ । ସେଠାକାର ଜଣେ ନାବିକ ମଧ୍ୟ ସାରା ଅଲି ଖାନ୍‌ ଆସୁଥିବା କହିଥିଲେ । ସେଠାରେ ଏନ୍‌ସିବି ଚଢ଼ାଉ କରିବା ବେଳେ କିଛି ନିଶାଦ୍ରବ୍ୟ ମିଳିଥିଲା । ସେପଟେ ଜୟା ଓ ଶ୍ରଦ୍ଧାଙ୍କ ମଧ୍ୟରେ କିଛି ଚାଟ୍‌ ସାମ୍‌ନାକୁ ଆସିଥିଲା । ସେଥିରେ ଶ୍ରଦ୍ଧା ସିବିଡି ଅଏଲ୍‌ ଦାବି କରୁଥିଲେ । ପୂର୍ବରୁ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ କରମଜିତ ମଧ୍ୟ ଶ୍ରଦ୍ଧାଙ୍କୁ ଜାଣିଥିବା ଓ କାର୍‌ରେ ତାଙ୍କ ଘରେ ଡ୍ରଗ୍ସ ଦେଉଥିବା ଜେରା ବେଳେ କହିଥିଲେ ।

   ସମ୍ବନ୍ଧିତ ଖବର


ନୟାଗଡ଼ରେ ନକଲି ନୋଟ୍‌ ଦେଇ କିଣୁଥିଲା ଗାଡ଼ି, ଧରା ପଡ଼ିଗଲା ଅଭିଯୁକ୍ତ

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…