PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସ୍ୱପ୍ନ ହେବ ସତ : ‘ପଠାନ୍‌’ରେ ରିଅଲ୍‌ ଷ୍ଟଣ୍ଟ କରିବେ ଦୀପିକା

ମୁମ୍ବାଇ ୧୮/୦୧: ପରଦାରେ ଷ୍ଟଣ୍ଟ କରିବାକୁ ବହୁତ ଭଲପାଆନ୍ତି ଦୀପିକା ପାଦୁକୋନ । ଏହି ଭଲପାଇବା ପାଇଁ ଅପ୍‌କମିଙ୍ଗ ଫିଲ୍ମରେ ସେ ଷ୍ଟଣ୍ଟ କରିବେ । ଫିଲ୍ମ ‘ପଠାନ୍‌’ରେ ଦର୍ଶକ ଦୀପିକାଙ୍କର ରିଅଲ୍‌ ଷ୍ଟଣ୍ଟ ଦେଖିବାକୁ ପାଇବେ ।

ଫିଲ୍ମରେ ତାଙ୍କ ଚରିତ୍ରର ଯେଉଁ ଷ୍ଟଣ୍ଟ ସିନ୍‌ ରହିଛି, ସେଥିପାଇଁ ବଡି ଡବଲ୍‌ କରିବାକୁ ସେ ନିର୍ମାତାଙ୍କୁ ମନା କରିଦେଇଛନ୍ତି । ‘ପଠାନ୍‌’ରେ ଦୀପିକାଙ୍କ ସହ ଶାହରୁଖ ଖାନ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଶାହରୁଖ ମଧ୍ୟ କିଛି ଆକ୍ସନ୍‌ ସିକ୍ୱେନ୍ସର ସୁଟିଂ ନିଜେ କରିବେ । ତେବେ ପରଦାରେ ଆକ୍ସନ୍‌ କରିବା ଦୀପିକାଙ୍କ ପାଇଁ ନୂଆ ନୁହେଁ । ଫିଲ୍ମ ‘ଚାନ୍ଦିନୀ ଚୌକ୍‌ ଟୁ ଚାଇନା’ରେ ତାଙ୍କ ଆକ୍ସନ୍‌ ସିନ୍‌ ଦେଖିବାକୁ ମିଳିଥିଲା । ସେଥିରେ କିଛି ଆକ୍ସନ୍‌ ସିନ୍‌ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ।

ଆଥ୍‌ଲେଟ୍‌ ପରିବାରରୁ ଆସିଥିବାରୁ ଏହା ତାଙ୍କ ରକ୍ତରେ ରହିଛି । ତା’ଛଡ଼ା ଫିଲ୍ମ ‘ଚାନ୍ଦିନୀ ଚୌକ୍‌ ଟୁ ଚାଇନା’ରେ ଆକ୍ସନ୍‌ ମାମଲାରେ ବଲିଉଡ୍‌ର ଖିଲାଡ଼ି କୁମାର ମଧ୍ୟ ତାଙ୍କ ପାଇଁ ପ୍ରେରଣା ଥିଲେ । ସେ ପରଦାରେ ଅନେକ ଆକ୍ସନ୍‌ ସିନ୍‌ ସୁଟ୍‌ କରିଥିଲେ । କିନ୍ତୁ ଦୀପିକାଙ୍କ ପାଇଁ ଏହା ନୂଆ ଥିଲା। ପର୍‌ଫେକ୍ଟ ଆକ୍ସନ୍‌ ସିନ୍‌ ପାଇଁ ସେ ଖୁବ୍‌ ପରିଶ୍ରମ କରିଥିଲେ ।

ସେହିପରି ଫିଲ୍ମ ‘କୋଚାଡାଇୟାନ୍‌’ରେ ମଧ୍ୟ ଦୀପିକାଙ୍କର ୧୦ ମିନିଟ୍‌ର ଏକ ଷ୍ଟଣ୍ଟ ସିନ୍‌ ଥିଲା । ପିଟର ହେନ୍‌ ତାହା କୋରିଓଗ୍ରାଫ୍‌ କରିଥିଲେ । ସେବେଠାରୁ ପରଦାରେ ନିଜର ଆଥ୍‌ଲେଟିକ୍‌ ଦକ୍ଷତା ପ୍ରଦର୍ଶନ କରିବାକୁ ଦୀପିକା ମଉକା ଖୋଜିଥାନ୍ତି। ପରଦାରେ ନିଜ ଚରିତ୍ର ପାଇଁ ନିଜେ ଆକ୍ସନ୍‌ ସିନ୍‌ କରିବା ସ୍ୱପ୍ନ ପୂରଣ ହେବା ଭଳି ବୋଲି ସେ କହିଛନ୍ତି । ଗତ ବର୍ଷ ଶେଷରେ ମୁକ୍ତିପ୍ରାପ୍ତ କବିର ଖାନ୍‌ଙ୍କ ‘୮୩’ରେ ଶେଷ ଥର ସେ ପରଦାରେ ନଜର ଆସିଥିଲେ ।