NCBରେ ହାଜର ହେଲେ ଦୀପିକା, କିଛି ସମୟ ପରେ ପହଞ୍ଚିବେ ଶ୍ରଦ୍ଧା କପୁର

ମୁମ୍ବାଇ ୨୬।୯: ଏନସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବିରେ ହାଜର ହୋଇଛନ୍ତି ଦୀପିକା । ଆଜି ମୁମ୍ବାଇସ୍ଥିତ ଏନସିବି ଅଫିସରେ ତାଙ୍କୁ ଜେରା କରାଯିବ ବୋଲି ଜଣାଯାଇଛି।  ଏହାବ୍ୟତୀତ ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶ, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନସିବି। ବିଭିନ୍ନ ଦିଗକୁ ନେଇ ଦୀପିକାଙ୍କୁ ପ୍ରଶ୍ନ କରିପାରେ ଏନସିବି। ଦୀପିକା ଓ ତାଙ୍କ ମ୍ୟାନେଜରଙ୍କୁ ସାମନା ସାମନି ବସାଇ ଆଜି ଜେରା କରିପାରେ ।

ସୂଚନାଯୋଗ୍ୟ, ଗତକାଲି ଅଭିନେତ୍ରୀ ରକୁଲପ୍ରୀତଙ୍କୁ ୪ ଘଣ୍ଟା ଓ କରିସ୍ମାଙ୍କୁ ୭ ଘଣ୍ଟା ଜେରା କରିଥିଲା ଏନ୍‌ସିବି। ଆଶା ଥିଲା ତାଙ୍କଠାରୁ କିଛି ବଡ଼ ଖୁଲାସା ହୋଇପାରେ ହେଲେ ସେମିତି କିଛି ଘଟିଲା ନାହିଁ। ରିୟାକୁ ଏନସିବି ଜେରା କରୁଥିବା ବେଳେ ରକୁଲଙ୍କ ନାଁ ସାମ୍ନାକୁ ଆସିଥିଲା। ରକୁଲ ଓ କରିଶ୍ମାକୁ ସାମ୍ନା ସାମ୍ନି ବସା ଯାଇ ପଚରାଉଚରା କରିଥିଲା ଏନସିବି। ଡ୍ରଗ୍ସ ନେଉ ନ ଥିବା ରକୁଲ ରୋକ ଠୋକ ମନା କରିଥିଲେ। ଯଦିଓ ସେ ଡ୍ରଗ୍ସ ନେବା କି ଡ୍ରଗ୍ସ ପେଡଲରଙ୍କ ସମ୍ପର୍କରେ ନ ଥିବା କଥାକୁ ଖଣ୍ଡନ କରିଛନ୍ତି। କିନ୍ତୁ ରିୟା ଚକ୍ରବର୍ତୀଙ୍କ ସହ ଚାଟକୁ ସ୍ବୀକାର କରିଛନ୍ତି। ଅର୍ଥାତ୍ ୨୦୧୮ରେ ରିୟାଙ୍କ ସହ ଚାଟରେ କଥା ହୋଇଥିବା କଥାକୁ ମାନିଛନ୍ତି ରକୁଲ।

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ