ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ମୁମ୍ବାଇ,୨୭।୯: ଶନିବାର ବଲିଉଡର ୩ ଅଭିନେତ୍ରୀଙ୍କ ପାଇଁ ଖୁବ୍ ଭାରି ଥିଲା। ଗୋଟିଏ ପଟେ ଏନସିବି ଆକ୍ସନ ମୋଡରେ ଦୀପିକା-ସାରା-ଶ୍ରଦ୍ଧାଙ୍କୁ ପଚରାଉଚରା କରିଥିଲା। ଅନ୍ୟପକ୍ଷେ ଦୀପିକା-ସାରା ଓ ରକୁଲଙ୍କ ମୋବାଇଲକୁ ମଧ୍ୟ ଜବତ କରିନେଇଛି। ଏହା ଭିତରେ ଏବେ ପୁଣି ଏକ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି। ତାହା ହେଲା ପଚରା ଉଚରା ସୟରେ ଦୀପିକା ପାଦୁକୋନ୍  କାନ୍ଦିଥିଲେ। ୫ ଘଣ୍ଟାରେ ସେ ୩ ଥର କାନ୍ଦିଥିଲେ।

ମିଳିଥିବା ସୂଚନା ଅନୁସାରେ, ଏନସିବି ଦୀପିକାଙ୍କୁ ଯେତେବେଳେ ପଚରା ଉଚରା କରୁଥିଲା, ସେତେବେଳେ ୩ଥର ସେ ଭାଙ୍ଗି ପଡିଥିଲେ। ଏହାପରେ ସେ କାନ୍ଦିବାକୁ ଲାଗିଥିଲେ। ଏହା ଦେଖି ଏନସିବିର ଅଫିସର ତାଙ୍କୁ ଇମୋସନାଲ କାର୍ଡ ନଖେଳିବାକୁ ପରାମର୍ଶ ଦେଇଥିଲେ। ଏପରିକି ଏନସିବିର ଜଣେ ଅଧିକାରୀ ହାତ ଯୋଡି ଦୀପିକାଙ୍କୁ କାନ୍ଦିବା ବଦଳରେ ସତ କହିବାକୁ କହିଥିଲେ।  

ଏନସିବି ଦୀପିକାଙ୍କ ମୋବାଇଲ ଜବତ କରିନେଇଛି। ଏବେ ଏନସିବି ସେହି ଦିଗରେ ଆଗକୁ ବଢିବ। କୁହାଯାଉଛି ଯେ, ଦୀପିକାଙ୍କ ଫୋନକୁ ଯାଞ୍ଚ କରି ଏହା ବୁଝିବାକୁ ଚେଷ୍ଟା ଚାଲିଛି ଯେ, ତାଙ୍କର କୌଣସି ଡ୍ରଗ୍ସ ପେଡଲରଙ୍କ ସାଙ୍ଗରେ କିଛି କନେକ୍ସନ ରହିଛି କି ନାହିଁ। ପଚରା ଉଚରା ବେଳେ ଚେଷ୍ଟା କରାଯାଇଥିଲା ଯେ,  ତାଙ୍କର କୌଣସି ଡ୍ରଗ୍ସ ପେଡଲରଙ୍କ ସହିତ କନେକ୍ସନ ଥିଲା କି ନାହିଁ? ଦୀପିକା ସମ୍ପୂର୍ଣ୍ଣ ଭାବରେ ଏହାକୁ  ଖଣ୍ଡନ କରିଥିଲେ । ଏହା ସହିତ ସେ ଡ୍ରଗ୍ସ କେବେ ନେଇନଥିବା କଥା ମଧ୍ୟ କହିଥିଲେ। ସେ  ସ୍ବୀକାର କରିଥିଲେ ଯେ, ଡ୍ରଗ୍ସ ଚାଟ୍ ହୋଇଥିବା ଗ୍ରୁପରେ ସେ ଥିଲେ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା