ଡ୍ରଗ୍ସ ଲିଙ୍କ : ଆଜି ଗୋଆରୁ ମୁମ୍ବାଇ ଆସିବେ ଦୀପିକା ପାଦୁକୋନ, କାଲି ଏନ୍‌ସିବିର ପଚରାଉଚରା

ମୁମ୍ବାଇ ୨୪।୯: ଦୀପିକା ପାଦୁକୋନ ଆଜି ଗୋଆରୁ ମୁମ୍ବାଇ ଆସିବେ। ବଲିଉଡ ଡ୍ରଗ୍ସ କାରବାରରେ ଅଭିନେତ୍ରୀ ଦୀପିକାଙ୍କ ନାଁ ସାମିଲ ହୋଇଛି। ଏନସିବି ଗତକାଲି ତାଙ୍କୁ ସମନ ପଠାଇଥିଲା। ଦୀପିକା ଗୋଆରେ ଥିଲେ। ଏନସିବି ସମନ ପାଇବା ପରେ ଦୀପିକା ଆଜି ଗୋଆରୁ ମୁମ୍ବାଇ ଆସିବେ। ତାଙ୍କୁ ଚାର୍ଟାଡ ପ୍ଲେନରେ ଆସିବାର ଅନୁମତି ମିଳିଛି।

ଦୀପିକା ଗୋଆରୁ ଅପରାହ୍ନ ୧.୩୦ରେ ମୁମ୍ବାଇ ଅଭିମୁ​‌ଖେ ଯାତ୍ରା କରିବେ । ସେପ୍ଟେମ୍ବର ୨୫ ଅର୍ଥାତ ଆସନ୍ତାକାଲି ତାଙ୍କୁ ଏ ନେଇ ଏନସିବି ପଚରାଉଚରା କରିବ। ଦୀପିକାଙ୍କ ବିରୋଧରେ ଏନସିବିକୁ ଏକ ଡ୍ରଗ୍ସ ଚାଟ୍ ମିଳିଥିଲା। ଏହି ଚାଟ୍ ଥିଲା ୨୦୧୮ ଅକ୍ଟୋବର ୨୮ ତାରିଖର। ଚାଟରୁ ଜଣାପଡ଼ିଛି ଯେ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଦ୍ବାରା ସେ ଡ୍ରଗ୍ସ ମାଗିଛନ୍ତି।

vimocafe.com

ତେବେ ରିୟାଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ସମେତ ଶ୍ରଦ୍ଧା କପୁରଙ୍କ ନାଁ ନେଇଥିଲେ। ଆଜି ଏନସିବି ରକୁଲପ୍ରୀତ ସିଂ ଏବଂ ସିମୋନ୍ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡାକିଛି। ଡ୍ରଗ୍ସ ଲିଙ୍କକୁ ନେଇ ଉଭୟଙ୍କୁ ପ୍ରଶ୍ନ ପଚରାଯିବ। ଏନସିବି ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛି । ରକୁଲ-ସିମୋନଙ୍କୁ ପଚରାଉଚରା ବେଳେ ଏନସିବି ସାମ୍ନାରେ କ’ଣ ନୂଆ ଖୁଲାସା ହେବ ତାହା ଦେଖିବାକୁ ବାକିରହିଲା।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ