PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଦୀପିକା ପାଦୁକୋନଙ୍କ ଡ୍ରେସ୍ ଦେଖି ୟୁଜର୍ସ କହିଲେ, ‘ଭିତର ଡ୍ରେସ୍ ଉପରେ କାହିଁକି ପିନ୍ଧିଛ ?’

ମୁମ୍ବାଇ ୩୦/୧୨: ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଷ୍ଟାଇଲିସ୍ ହିରୋଇନ୍ କହିଲେ ଭୁଲ୍ ହେବନି । ତାଙ୍କ ପତି ରଣବୀର ସିଂ ମଧ୍ୟ ସବୁବେଳେ ଅଜବ ଡ୍ରେସରେ ନଜର ଆସିଥାନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦୀପିକା ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧିଛନ୍ତି କିନ୍ତୁ ୟୁଜର୍ସ ତାଙ୍କୁ ଏଭଳି ଫ୍ୟାସନ୍ ପାଇଁ ଟ୍ରୋଲ୍ କରୁଛନ୍ତି ।

ଦୀପିକା ଏବେ ନିଜ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ତାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ତାଙ୍କ ଉପରେ ମଧ୍ୟ ପତି ରଣବୀର ସିଂଙ୍କ ପ୍ରଭାବ ପଡିଛି ବୋଲି କମେଣ୍ଟ ଦେଉଛନ୍ତି ୟୁଜର୍ସ । ଦୀପିକା ଅଜବ ପ୍ରକାର ଜିନ୍ସ ଓ ହିଲ୍ସ ପିନ୍ଧିଛନ୍ତି ଏବଂ ତାଙ୍କ ହିଲ୍ସରେ ରିବନ୍ ଲାଗିଛି ।

ତାଙ୍କ ଶର୍ଟ ମଧ୍ୟ ବହୁତ ଅନ୍ତରଙ୍ଗ ଭଳି ଲାଗୁଛି । ଏହି ଆଉଟଫିଟରେ ଦୀପିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଦୀପିକାଙ୍କୁ ତାଙ୍କର ଏହି ଲୁକ୍ ପାଇଁ ଟ୍ରୋଲ୍ କରାଯାଉଛି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି,’ଏହା ରଣବୀର ସିଂଙ୍କ ପ୍ରଭାବ ।’ ଅନ୍ୟ ଜଣେ ଲେଖିଛନ୍ତି’ଭିତରେ ପିନ୍ଧୁଥିବା ଡ୍ରେସକୁ ଉପରେ କାହିଁକି ପିନ୍ଧିଛି ।’

ଅନେକ ୟୁଜର୍ସ ଦୀପିକାଙ୍କ ଉପରେ ରଣବୀର ସିଂଙ୍କ ପ୍ରଭାବ ପଡିଥିବା କହିଛନ୍ତି । କହିରଖୁଛୁ ଦୀପିକାଙ୍କ ଫିଲ୍ମ ଛପାକ୍ ୧୦ ଜାନୁୟାରୀରେ ରିଲିଜ ହେବ । ଫିଲ୍ମରେ ସେ ଜଣେ ଏସିଡ୍ ସର୍ଭାଇଭରର ଭୂମିକା ତୁଲାଉଛନ୍ତି । ଫିଲ୍ମଟି ସିଧା ଅଜୟ ଦେବଗନ ଓ କାଜୋଲ ଷ୍ଟାରର ଫିଲ୍ମ ‘ତାନାଜୀ’ ସହ ହେବ ।

ସମ୍ବନ୍ଧିତ ଖବର