ଡ୍ରଗ୍ସ ଲିଙ୍କ୍‌ରେ ୩ ଅଭିନେତ୍ରୀ – ଦୀପିକା , ସାରା ଓ ଶ୍ରଦ୍ଧାଙ୍କୁ ସମନ ଜାରି

ମୁମ୍ୱାଇ –  ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ ଲିଙ୍କ୍‌ରେ ଅନେକ ବଡ଼ ବଡ଼  ନାଁ ସାମନାକୁ ଆସିଛି । ଏହି ଭିତରେ ଦୀପିକା  ପାଦୁକୋଣ , ସାରା ଅଲୀ ଖାନ୍‌ , ରକୁଲ ପ୍ରୀତ  ସିଂହ ଓ ଶ୍ରଦ୍ଧା କପୁରଙ୍କ ଭଳି  ଷ୍ଟାର୍‌ଙ୍କୁ  ସମନ୍‌ ହୋଇଛି । ୭ଜଣଙ୍କୁ ସମନ ପଠାଯାଇଛି । ଆଜତକ୍‌ର ସୂଚନା ଅଧାରରେ  ଏହି ଷ୍ଟାରଙ୍କ ବିରୁଦ୍ଧରେ  ଡ୍ରଗ୍ସ  ମାଗିବାର ପ୍ରମାଣ ମିଳିଛି । ଯେଉଁ ଆଧାରରେ ପଚରାପଚରି କରିଯିବ ।  ଏବେ ସୁଦ୍ଧା ଏହି ମାମଲାରେ ୧୮ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏନ୍‌ସିବି ଜେରା ପାଇଁ ଡାକିବ –

ଏନ୍‌ସିବି ତରଫରୁ ୭ଜଣଙ୍କୁ  ସମନ୍‌ ପଠାଯାଇଛି ।  ଆଜତକ୍‌କୁ ମିଳିଥିବା ସୂଚନା ଆଧାରରେ  ଦୀପିକାଙ୍କ ସମେତ ଯେଉଁମାନଙ୍କ ନାଁ ଡ୍ରଗ୍ସ ଲିଙ୍କ୍‌ରେ ସାମନାକୁ ଆସିଛି ତାଙ୍କୁ ଏନ୍‌ସିବି  ଜେରା ପାଇଁ  ସମନ ପଠାଇଛି ।  ସେମାନଙ୍କୁ ୩-୪ ଦିନ ଭିତରେ  ଜେରା ପାଇଁ ଡକାଯିବ ।

ଦାପିକା ପାଦୁକୋଣଙ୍କ ଚାଟ୍‌ର ଖୁଲାସା ହୋଇଥିଲା, ଯେଉଁଥିରେ  ଦୀପିକାଙ୍କ ଉପରେ  ଅଭିଯୋଗ ଲାଗିଥିଲା କି  ସେ ଡ୍ରଗ୍ସ ମାଗୁଥିଲେ । କ୍ୱାନ କମ୍ପାନୀରେ କାମ କରୁଥିବା  କରିସ୍ମାଙ୍କ ସହ ସେ କଥା ହେଉଥିଲେ ।  

ସୂଚନା ମୁତାବକ ,  ଦୀପିକା ଏବେ ଗୋଆରେ । ତାଙ୍କର ଯାହାଙ୍କ ସହ ଚାଟ୍‌ ହେଉଥିଲା ସେହି କରିସ୍ମା ମଧ୍ୟ  କିଛି ସୁଟିଂ ଯୋଗୁଁ ଗୋଆରେ । କରିସ୍ମାଙ୍କୁ ମଧ୍ୟ  ଏନ୍‌ସିବି  ଜେରା ପାଇଁ ଡାକିଛି , ଯିଏ କି ଅସୁସ୍ଥ ଥିବାର ବାହାନା  କରିଥିଲେ , ଯାହାପରେ କରିସ୍ମାକୁ ବି ସମନ ଜାରି ହୋଇଛି । ସାରା ଅଲୀ ଖାନ ମଧ୍ୟ ନିଜ ମାଆ ଅମୃତା ସିଂହଙ୍କ ସହ  ଗୋଆର ଘରେ ଅଛନ୍ତି । ସାରାଙ୍କର ନାଁ ପ୍ରଥମେ ରିୟା ଚକ୍ରବର୍ତ୍ତୀ ନେଇଥିଲେ ।

 

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ