କୁକୁର କାମୁଡ଼ାରେ ଆହତ ହରିଣକୁ ଉଦ୍ଧାରକଲେ ଗ୍ରାମବାସୀ

ଆନନ୍ଦପୁର ୬/୩ : ଆନନ୍ଦପୁର ବନଖଣ୍ଡ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଶିକାରୀ କୁକୁର ମାନେ ସଂଘବଦ୍ଧ ହୋଇ ହରିଣ, କୁଟୁରା, ଠେକୁଆ ଆଦିଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିବା ସହ ମାରି ଖାଉଥିବା ଜଣାପଡିଛି । କିଛି ମାସ ମଧ୍ୟରେ ଅନେକ ହରିଣ କୁକୁର ଆକ୍ରମଣରେ ପ୍ରାଣ ହରାଇଥିବାବେଳେ କେତେକ ଆହତ ମଧ୍ୟ ହୋଇଛନ୍ତି । ଗୁରୁବାର ଅପରାହ୍ନ ୧୨ ଟାରେ ଶିକାରୀ କୁକୁର କାମୁଡାରେ ଏକ ବଡ ଅଣ୍ଡିରା ହରିଣ ରକ୍ତାକ୍ତ ହୋଇଛି । ଜୀବନ ବିକଳରେ ହରିଣଟି ପୁରୁଣା ବାନ୍ଧଗାଡା ଗ୍ରାମର ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ଘର ଭିତରକୁ ଦୌଡି ଆସିଥିଲା ।

ଗ୍ରାମବାସୀ ସଙ୍ଗେସଙ୍ଗେ ବନବିଭାଗକୁ ଖବର ଦେବାରୁ ବନପାଳ ମଳୟ କୁମାର ସାହୁ, ସହ ବନବିଭାଗ କର୍ମଚାରି ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ । ହରିଣର ମୁହଁ ଖଣ୍ଡିଆ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ବରାଙ୍ଗ ଜଙ୍ଗଲରେ ଦିଆଯାଇଛି । ଖରା ଦିନ ଆରମ୍ଭରୁ ଜଙ୍ଗଲ ମଧ୍ୟରେ ଶିକାରୀ କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧିପାଇଥିବାରୁ ହରିଣ ବଂଶ ଅସୁରକ୍ଷିତ ହୋଇ ପଡିଛନ୍ତି । ଏଣୁ କୁକୁରଙ୍କ ଗତିବିଧି ଉପରେ ନଜର ରଖିବାକୁ ଅଧିକ ସଂଖ୍ୟକ ସୁରକ୍ଷା କର୍ମି ନିଯୁକ୍ତି କରିବାକୁ ସ୍ଥାନିୟ ସରପଞ୍ଚ ପ୍ରଦିପକୁମାର ଧିର, ଅଞ୍ଜୁନ ଚରଣ ମଲ୍ଲିକ,ସୁଜିତ ଧିର, ସନ୍ତୋଷ ଧିର, ସୌମେନ୍ଦ୍ର ଧିର, ରାଜା ମହାନ୍ତି, ପ୍ରଭାତ ବାରିକ ସମେତ ବହୁ ଗ୍ରାମବାସୀ ଆନନ୍ଦପୁର ଡିଏଫଓ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର