ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୨।୩: ପାକିସ୍ତାନରେ ୬୦ ଘଣ୍ଟାରୁ ଅଧିକ ସମୟ ରହି ଶୁକ୍ରବାର ରାତିରେ ସ୍ବଦେଶ ଫେରିଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ୪ ଦିନ ପର୍ଯ୍ୟନ୍ତ ଏଠାରେ ରଖାଯିବ। ଆଜି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସାକ୍ଷାତ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଅନ୍ୟ ସେନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଅଭିନନ୍ଦନଙ୍କୁ ବାୟୁସେନା ମୁଖ୍ୟ ବିଏସ୍ ଧନୋଆ ମଧ୍ୟ ସାକ୍ଷାତ କରିଛନ୍ତି।

ସାକ୍ଷତ ବେଳେ ଅଭିନନ୍ଦନଙ୍କୁ ସୀତାରମଣ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ଥିବା ସମୟର କଥା କହିଥିଲେ। ସୁରକ୍ଷା କାରଣରୁ ଭାରତୀୟ ଅଧିକାରୀ ଅଭିନନ୍ଦନଙ୍କୁ ଅଭିନନ୍ଦନଙ୍କୁ ପାକିସ୍ତାନରେ ସମସ୍ତ ଘଟଣା ସମ୍ପର୍କରେ ସୂଚନା ନେବେ। କାରଣ ତାଙ୍କ ଠାରୁ ଏହି ସୂଚନା ପାଇବା ଖୁବ୍ ଜରୁରୀ। ପାକିସ୍ତାନରୁ ଅଭିନନ୍ଦନ ଫେରିବା ପରେ ସୀତାରମଣ ଟ୍ବିଟ୍ କରି କହିଥିଲେ ସାରା ଦେଶକୁ ଆପଣଙ୍କ ସାହାସ ଏବଂ ଦୃଢତା ଉପରେ ଗର୍ବ। କଠିନ ସମୟରେ ଆପଣ ନିଜକୁ ଶାନ୍ତ କରି ରଖିପାରିଲେ। ଆମର ଯୁବପୀଢିଙ୍କ ପାଇଁ ଆପଣ ପ୍ରେରଣାର ଉତ୍ସ। ଜୟ ହିନ୍ଦ।