ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ତେଜସ ବିମାନରେ ଉଡାଣ ଭରିବେ ରାଜନାଥ

ନୂଆଦିଲ୍ଲୀ ୧୮/୯: ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ଯୁଦ୍ଧବିମାନ ତେଜସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଡାଣ ଭରିବେ । ଚଳିତ ମାସ ୧୯ ତାରିଖରେ ବେଙ୍ଗାଲୁରୁରେ ଏକ ଦୁଇ ଆସନ ବିଶିଷ୍ଟ ତେଜସ ବିମାନରେ ସେ ଉଡାଣ ଭରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ସେହି ବିମାନକୁ ଜଣେ ସ୍ୱତନ୍ତ୍ର ପାଇଲଟ ଚଳାଇବେ । ସୂଚନାଯୋଗ୍ୟ ଯେ, ତେଜସ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇସାରିଲାଣି ।

ଏହି ଧରଣର ବିମାନକୁ ନେଇ ବାୟୁସେନା ‘ ଫ୍ଲାଇଙ୍ଗ ଡାଗର’ ନାମକ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ରନ ଗଠନ କରିଛି । ତାମିଲନାଡୁର ସୁଲୁର ବାୟୁସେନା ଷ୍ଟେସନରେ ଏହି ସ୍କ୍ୱାଡ୍ରନକୁ ନିୟୋଜିତ କରାଯାଇଛି । ନିକଟରେ କେନ୍ଦ୍ର ସରକାର ବାୟୁସେନା ପାଇଁ ଏଧରଣର ଆହୁରି ୮୩ଟି ବିମାନ କ୍ରୟ କରାଯିବା ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.