ଚୀନକୁ ଜବାବ୍ ଦେବାକୁ ଭାରତ କିଣିବ ୩୩ ଅତ୍ୟାଧୁନିକ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨।୭: ଗତ କିଛି ଦିନ ହେବ ଦୀର୍ଘ ସମୟ ଧରି ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚାଲିଥିବା ଭାରତ-ଚୀନ୍ ଭିତରେ ବିବାଦକୁ ନେଇ ଡ୍ରାଗନକୁ ସାବଧାନ ରହିବା ଜରୁରୀ।  ଭାରତ ସେହି ପ୍ରସ୍ତବାକୁ ମଞ୍ଜୁରୀ ଦେଇ ଦେଇଛି, ଯେଉଁଥିରେ ଋଷର ୩୩ ଯୁଦ୍ଧ ବିମାକୁ କିଣିବାର ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଋଷରୁ ଭାରତ ଯେଉଁ ୩୩ ଯୁଦ୍ଧ ବିମାନ କିଣୁଛି, ସେଥିରେ ୨୧ ମିଗ୍-୨୯ ଏସ୍ ଓ ୧୨ ସୁଖୋଇ ୩୦ ଏମକେଆଇଏସ୍ ଯୁଦ୍ଧ ବିମାନ ସାମିଲ ରହିଛି। ଏହାଛଡା ୫୯ଟି ଥିବା ମିଗ୍-୨୯ ଏସକୁ ଅପଗ୍ରେଡ୍ ମଧ୍ୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ସୂଚନା ଦେଇଛି ଯେ, ଋଷ ସହିତ ହେଉଥିବା ଏହି ଚୁକ୍ତିର ମୋଟ ମୂଲ୍ୟ ୧୮,୧୪୮ କୋଟି ଟଙ୍କା।

ଏହାଛଡା ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ଓ ନୌସେନା ପାଇଁ ୨୪୮ ଏଷ୍ଟ୍ରା ବିୟଣ୍ଡ ଭିଜୁଆଲ ରେଞ୍ଜ ଏୟାର ଟୁ ଏୟାର ମିଶାଇଲକୁ କିଣିବାର ମଞ୍ଜୁରୀ ପ୍ରଦାନ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁସାରେ, ଡିଆରଡିଓ ଦ୍ବାରା ଏକ ନୂଆ ୧୦୦୦ କିଲୋମିଟରର ଷ୍ଟ୍ରାଇକ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଶାଇଲର ଡିଜାଇନ୍ ଓ ଅନ୍ୟ ଆବଶ୍ୟକତାକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।

ଅନ୍ୟପକ୍ଷେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ  ୩୮,୯୦୦ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା, ଯେଉଁଥିରେ ୩୧,୧୩୦ କୋଟି ଟଙ୍କାର କିଣାବିକା ଭାରତୀୟ ଉଦ୍ୟୋଗରୁ ହେବ। ପୂର୍ବ ଲଦାଖରେ ଭାରତ-ଚୀନ ସୈନିକଙ୍କ ଭିତରେ ହୋଇଥିବା ହିଂସାକାଣ୍ଡ ପରେ ଗତ ମାସ ସେନା ଯୁଦ୍ଧ ବିମାନ ହାସଲ କରିବା ପାଇଁ ଏକ ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଇ ଦେଇଥିଲା। ଭାରତୀୟ ବାୟୁସେନା ଯେଉଁ ୨୧ ମିଗ୍-୨୯ର ଅଧିଗ୍ରହଣ କରିବାକୁ ଯୋଜନା କରୁଛି, ତାହା ଋଷର। ଋଷ ବାୟୁସେନା ନୂଆ ଯୁଦ୍ଧ ବିମାନର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଏହି ବିମାନକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି।

   ସମ୍ବନ୍ଧିତ ଖବର


ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ

ସେଣ୍ଟ୍ରାଲ ଜେଲର ୩ ଅଧିକାରୀ ଓ ୫୦ କଏଦୀ କରୋନା ପଜିଟିଭ, ଭୟଙ୍କର ରୂପ ନେଉଛି ମହାମାରୀ

ଯୋଗୀଙ୍କ ମନ୍ତ୍ରୀ ଚେତନ ଚୌହାନଙ୍କ ସ୍ଥିତି ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ବନ୍ୟା ପାଣିରେ ଠିଆ ହୋଇ ପୋଲିସକର୍ମୀ କଲେ ପତାକା ଉତ୍ତୋଳନ, କର୍ତ୍ତବ୍ୟ ଆଗରେ ହାରମାନିଲା ପ୍ରତିକୂଳ ପରିସ୍ଥିତି

ସୁଶାନ୍ତଙ୍କ ପାଇଁ ଯଜ୍ଞ କଲେ ଯୋଗଗୁରୁ ବାବା ରାମଦେବ, କହିଲେ- ପରିବାରର କଷ୍ଟ ଶୁଣି ମୋ ଆତ୍ମା ଥରିଉଠିଲା

ସନ୍ୟାସ ଭାଙ୍ଗି ପୁଣି ଖେଳିବେ କି ଯୁବରାଜ ସିଂହ? ପିସିଏ କଲା ଖାସ୍ ନିବେଦନ